ମହିଳାମାନେ ରାତିବେଳା ଭୁଲ୍‌ରେ ବି କରନ୍ତୁ ନାହିଁ ଏସବୁ କାମ, ନ ହେଲେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 19, 2018

ମହିଳାମାନେ ରାତିବେଳା ଭୁଲ୍‌ରେ ବି କରନ୍ତୁ ନାହିଁ ଏସବୁ କାମ, ନ ହେଲେ…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହିନ୍ଦୁ ଧର୍ମରେ ମହିଳାମାନଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଏ। ମହିଳାମାନେ ହିଁ ଘରକୁ ସ୍ୱର୍ଗ ବନାଇଥାନ୍ତି। ତେଣୁ ତାଙ୍କ ଉପରେ ମାଆ ଲକ୍ଷ୍ମୀଙ୍କ କୃପା ସବୁବେଳେ ରହିଥାଏ। କିନ୍ତୁ କେବେ କେବେ ଘରର କାମ କରିବା ସମୟରେ ମହିଳାମାନଙ୍କ ଦ୍ୱାରା ଏମିତି କିଛି ଭୁଲ୍‌ ହୋଇ ଯାଇଥାଏ, ଯାହା ଦ୍ୱାରା ମାଆ ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି। ବିଶେଷ କରି ଏପରି କିଛି କାମ ରହିଛି ଯେଉଁଗୁଡ଼ିକୁ ସନ୍ଧ୍ୟା ସମୟରେ ବା ରାତିବେଳା କଲେ, ଘରେ ଲକ୍ଷ୍ମୀ ଛାଡ଼ିଯାଏ। ଫଳରେ ଘରେ ଅଭାବ ଅନଟନ ଲାଗି ରହିଥାଏ। ଯେତେ ଟଙ୍କା ରୋଜଗାର କଲେ ମଧ୍ୟ ଅଣ୍ଟି ନ ଥାଏ। ଏଥିପାଇଁ ସବୁବେଳେ ଆମେ ଚିନ୍ତାରେ ରହିଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ, କେଉଁ କାମ ସନ୍ଧ୍ୟାବେଳେ କଲେ ମା’ ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି।

  • ମହିଳାମାନେ ରାତିରେ ମୁଣ୍ଡ କୁଣ୍ଡାଇଲେ ମାଆ ଲକ୍ଷ୍ମୀ କ୍ଷୁବ୍ଧ ହୋଇଥାନ୍ତି। କେବଳ ଏତିକି ନୁହେଁ ମହିଳାମାନେ ଯଦି ରାତିରେ ଶୋଇବାବେଳେ କେଶ ଖୋଲା ରଖନ୍ତି ତେବେ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଏହା ବ୍ୟତୀତ ରାତିରେ ମହିଳାମାନେ କେଶ ସଫା କଲେ ମଧ୍ୟ ଲକ୍ଷ୍ମୀ ଛାଡ଼ିଯାଏ ବୋଲି କୁହାଯାଏ।

  • ରାତିବେଳା ଖାଇସାରି ଅଇଁଠା ବାସନ ପକାଇ ରଖନ୍ତୁ ନାହିଁ।  କାରଣ ରାତିରେ ଅଇଁଠା ବାସନ ପକେଇ ରଖିଲେ, ଲକ୍ଷ୍ମୀ ଛାଡ଼ିଯାଏ। ଫଳରେ ଘରେ ଅଭାବ ଅନଟନର ଦେଖାଦିଏ। ଏପରିକି  ଆପଣଙ୍କ ଘରେ ଅନ୍ନର ମଧ୍ୟ  ଘୋର ଅଭାବ ଦେଖାଦେଇଥାଏ। ଏଥିସହ କୁହାଯାଏ ଯେ, ଅଇଁଠା ବାସନ ପଡ଼ି ରହିଲେ ଭୂତପ୍ରେତ ଆସି ବାସନ ଚାଟିଥାନ୍ତି। ଏଣୁ ଏପରି କରନ୍ତୁ ନାହିଁ।

  • କେବେହେଲେ ସନ୍ଧ୍ୟା ସମୟରେ କିମ୍ବା ରାତ୍ରିବେଳା ଘର ଝାଡ଼ୁ, ପୋଛା କିମ୍ବା ଝଡ଼ାଝଡ଼ି କରନ୍ତୁ ନାହିଁ। ଏହା କରିବା ଦ୍ୱାରା ଘରେ ଅଯଥା କଳି ଝଗଡ଼ା ଲାଗି ରୁହେ। ଏଥିସହ ଘରର ବ୍ୟକ୍ତିଙ୍କ ଉନ୍ନତୀରେ ବାଧା ଉପୁଜେ। କେବଳ ଏତିକି ନୁହେଁ ରାତିବେଳା ଏସବୁ କାମ କଲେ ଘରର ପିଲାମାନଙ୍କ ଶରୀର ଖରାପ ହୋଇଥାଏ।

  • ଦାନ କରିବା ସବୁଠୁ ମହତ କାମ। କିନ୍ତୁ ରାତି ସମୟରେ ଯଦି ଘରର କେହି ମହିଳା କାହାକୁ କ୍ଷୀର, ଦହି, ତେଲ କିମ୍ବା ଲୁହାର କିଛି ଧାରୁଆ ଜିନିଷ ଦାନ କରନ୍ତି ତେବେ ସେହି ଜିନିଷ ସହ ଆପଣଙ୍କ ଘରୁ ଲକ୍ଷ୍ମୀ ମଧ୍ୟ ଅନ୍ୟ ଘରକୁ ଚାଲିଯାଆନ୍ତ। ଏହା କରିବା ଫଳରେ ଘରର ସମୃଦ୍ଧିରେ ବାଧା ଆସେ। ତେଣୁ ରାତିବେଳା ଏସବୁ ଦାନ କରିବାରୁ ବଞ୍ଚିତ ହୁଅନ୍ତୁ।

  • ମନେରଖନ୍ତୁ କେବେହେଲେ ରାତିବେଳା ଲୁଗାପଟା ସଫା କରିବେ ନାହିଁ। ଏହା ଦ୍ୱାରା ମଧ୍ୟ ମାଆ ଲକ୍ଷ୍ମୀ କ୍ଷୁବ୍ଧ ହୋଇଥାନ୍ତି। ଏପରି କଲେ ଆପଣଙ୍କର ଅଯଥା ଅନେକ ଟଙ୍କା ଖର୍ଚ୍ଚ ହୋଇଥାଏ। ଏହା ବ୍ୟତୀତ ବେପାରରେ କ୍ଷତି ହୋଇଥାଏ ଓ ଘରର ଅଧପତନ ଘଟିଥାଏ।


from Odisha Reporter https://ift.tt/2PRZAJU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages