ମେଲବର୍ଣ୍ଣ ଟେଷ୍ଟ ଜିତିବା ପାଇଁ ଭାରତ ଏହି ଖେଳାଳିଙ୍କୁ ଟିମ୍‌ରେ ରଖିବ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 21, 2018

ମେଲବର୍ଣ୍ଣ ଟେଷ୍ଟ ଜିତିବା ପାଇଁ ଭାରତ ଏହି ଖେଳାଳିଙ୍କୁ ଟିମ୍‌ରେ ରଖିବ!

ମେଲବର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତା ୨୬ ତାରିଖରୁ ମେଲବର୍ଣ୍ଣ ପଡ଼ିଆରେ ତୃତୀୟ ଟେଷ୍ଟ ଆରମ୍ଭ ହେବ। ଅଷ୍ଟ୍ରେଲିଆ ଭାରତ ମଧ୍ୟରେ ଚାଲିଥିବା ୪ଟିକିଆ ସିରିଜ୍‌ ଏବେ ୧-୧ରେ ବରାବର ରହିଛି। ତେଣୁ ଉଭୟ ଦଳ ମେଲବର୍ଣ୍ଣରେ ମ୍ୟାଚ୍‌ ଜିତିବାକୁ ନିଶ୍ଚିତ ଚେଷ୍ଟା କରିବେ।

ତେବେ ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲା ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ମାଇକେଲ ହସି ଟିମ୍‌ ଇଣ୍ଡିଆକୁ ଜିତିବା ପାଇଁ ଗୁରୁମନ୍ତ୍ରଣା ଦେଇଛନ୍ତି।

ସେ କହିଛନ୍ତି, “ ପୂର୍ବ ଦୁଇଟି ଟେଷ୍ଟ ତୁଳନାରେ ମେଲବର୍ଣ୍ଣ ମ୍ୟାଚର ପରିବେଶ ଓ ପରିସ୍ଥିତି ଭିନ୍ନ ରହିବ। ଏଠାରେ ଭାରତକୁ ତା’ର ବୋଲିଂ ଆକ୍ରମଣରେ ସନ୍ତୁଳ ରକ୍ଷା କରିବା ପାଇଁ ଅଲରାଉଣ୍ଡ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଯେମିତି ହେଲେ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବାକୁ ପଡ଼ିବ।

ଏବେ ସମସ୍ତଙ୍କ ନଜର ମେଲବର୍ଣ୍ଣ କ୍ରିକେଟ ପଡ଼ିଆ ଉପରେ ରହିଛି। କାରଣ ପୂର୍ବରୁ ଏଠାରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମ୍ୟାଚ୍‌ ଡ୍ର’ ହୋଇଥିବା ବେଳେ ପଡ଼ିଆକୁ ନେଇ ଆଇସିସି ଅସନ୍ତୋଷ ପ୍ରକାଶ କରିଥିଲା। ତେଣୁ ଏଥର ମେଲବର୍ଣ୍ଣ ପଡ଼ିଆରେ ପରିସ୍ଥିତି ସଂପୂର୍ଣ୍ଣ ଭିନ୍ନ ରହିବ। ପୂର୍ବରୁ ଆଡେଲେଡ୍‌ ଓ ପର୍ଥରେ ଭାରତର ଦ୍ରୁତ ବୋଲରମାନେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି।

କିନ୍ତୁ ଏବେ ଏମାନଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟା ସାମିଲ ହେଲେ ବୋଲିଂ ବେଶ ସୁଦୃଢ଼ ହୋଇଯିବ। ହାର୍ଦ୍ଦିକ ପାଣ୍ଡ୍ୟା ଫର୍ମରେ ରହିଥିବା ବେଳେ ଅଷ୍ଟ୍ରେଲିଆ ଅଲରାଉଣ୍ଡର ମିଚେଲ ମାର୍ଶଙ୍କ ଭଳି ପ୍ରଦର୍ଶନ କରିଥାଆନ୍ତି। ତେଣୁ ଏବେ ସମସ୍ତଙ୍କ ନଜର ପାଣ୍ଡ୍ୟାଙ୍କ ଉପରେ ରହିବ।”

ସୂଚନାଯୋଗ୍ୟ, ଆହତ ଯୋଗୁ ପାଣ୍ଡ୍ୟା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ୨ଟି ଟେଷ୍ଟ୍‌ରେ ଯୋଗଦେଇପାରି ନଥିଲେ। କିନ୍ତୁ ସେ ଫିଟ୍‌ ହେବା ପରେ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ୨ଟି ଟେଷ୍ଟ୍‌ ପାଇଁ ଡାକରା ମିଳିଛି।



from Odisha Reporter http://bit.ly/2rQEemD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages