
କାଠମାଣ୍ଡୁ: ନେପାଳରେ ଦୁଇ ଶହ, ପାଞ୍ଚ ଶହ ଓ ଦୁଇ ହଜାର ଟଙ୍କିଆ ଭାରତୀୟ ନୋଟ୍ ଆଉ କାମ କରିବ ନାହିଁ। ଏହି ନୋଟ୍ ବ୍ୟବହାର କରି ନେପାଳରେ ଆଉ କିଛି ନେଣଦେଣ କରିହେବ ନାହିଁ। କାରଣ ଏହି ଭାରତୀୟ ଭାରତୀୟ ନୋଟ୍ ଉପରେ ନେପାଳ ସରକାର ପ୍ରତିବନ୍ଧ ଲଗାଇ ଦେଇଛନ୍ତି। କେବଳ ୧୦୦ ଟଙ୍କିଆ ଭାରତୀୟ ନୋଟ୍ ବ୍ୟବହାର ପାଇଁ ନେପାଳ ସରକାର ନିଷ୍ପତ୍ତି ନେଇଛନ୍ତି।
ନେପାଳ ସରକାରଙ୍କ ଏହି ନିଷ୍ପତ୍ତି ପରେ ସେଠାରେ ରହୁଥିବା ଭାରତୀୟ ପର୍ଯ୍ୟଟକ ବିଶେଷ ଅସୁବିଧାର ସମ୍ମୁଖୀନ ହେବା ଆଶଙ୍କା ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ନେପାଳରେ ଭାରତୀୟ ଟଙ୍କା ବହୁଳ ପ୍ରଚଳିତ ହୋଇଥାଏ। ନେପାଳର ନାଗରିକମାନେ ଭାରତୀୟ ଟଙ୍କାକୁ ନେଣଦେଣ ଓ ବ୍ୟବସାୟରେ ବିନିଯୋଗ କରିଥାନ୍ତି। ହେଲେ ସରକାରଙ୍କ ଏହି ନିଷ୍ପତ୍ତି ଉଭୟ ଭାରତୀୟ ପର୍ଯ୍ୟଟକଙ୍କ ସହ ଦେଶର ସାଧାରଣ ନାଗରିକଙ୍କ ଉପରେ ମଧ୍ୟ ପ୍ରଭାବ ପକାଇବ।
ନେପାଳର ସୂଚନା ଏବଂ ସଞ୍ଚାର ମନ୍ତ୍ରୀ ଗୋକୁଳ ପ୍ରସାଦ ବାସକୋଟା କହିଛନ୍ତି, “ସରକାର ଲୋକମାନଙ୍କୁ ୧୦୦ ଟଙ୍କାରୁ ଅଧିକ ମୂଲ୍ୟର ଭାରତୀୟ ନୋଟ୍ ବ୍ୟବହାର କରିବାକୁ ମନା କରିଛନ୍ତି। ଦୁଇ ଶହ, ପାଞ୍ଚ ଶହ ଓ ଦୁଇ ହଜାର ଟଙ୍କାକୁ ଆଇନଗତ ମାନ୍ୟତା ମିଳି ନାହିଁ। ଏଥିପାଇଁ ଏହି ନୋଟ୍କୁ ବ୍ୟବହାର ନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।”
from Odisha Reporter https://ift.tt/2BpSJ5c
No comments:
Post a Comment