ଅଶ୍ୱିନ୍ ଖେଳିବେ କି ନାହିଁ ସ୍ପଷ୍ଟ ହୋଇନି, ଜାଡେଜା ବି ଫିଟ୍ ନାହାନ୍ତି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 23, 2018

ଅଶ୍ୱିନ୍ ଖେଳିବେ କି ନାହିଁ ସ୍ପଷ୍ଟ ହୋଇନି, ଜାଡେଜା ବି ଫିଟ୍ ନାହାନ୍ତି!

ashwin

ମେଲବର୍ଣ୍ଣ: ଡିସେମ୍ବର ୨୬ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ୍ ମ୍ୟାଚ୍ ଆରମ୍ଭ ହେବ। ଚାରିଟି ମ୍ୟାଚ୍ ବିଶିଷ୍ଟ୍ ଏହି ସିରିଜ୍‌ରେ ଏବେ ଉଭୟ ଦଳ ବରାବର ସ୍ଥିତିରେ ରହିଛନ୍ତି। ଭାରତ ଆଡେଲେଡ୍‌ ଟେଷ୍ଟ୍ ଜିତି ଥିବା ବେଳେ ଅଷ୍ଟ୍ରେଲିଆ ପର୍ଥ ଟେଷ୍ଟରେ ବାଜି ମାରିଥିଲା।

ପର୍ଥ ଟେଷ୍ଟରେ ଭାରତ ବିନା ସ୍ପିନରରେ ପଡ଼ିଆକୁ ଓହ୍ଲାଇଥିଲା। ଆହତ ଥିବା କାରଣରୁ ପ୍ରଥମ ଟେଷ୍ଟରେ ୬ଟି ୱିକେଟ୍‌ ନେଇଥିବା ରବିଚନ୍ଦ୍ରନ ଅଶ୍ୱିନ୍‌ଙ୍କୁ ଏହି ଟେଷ୍ଟରେ ସାମିଲ କରାଯାଇ ନଥିଲା। ତାଙ୍କ ପେଟର ବାମ ପାର୍ଶ୍ୱର ମାଂସପେଶୀରେ ସମସ୍ୟା ଦେଖାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ସେ ପୂରା ଫିଟ୍ ହୋଇନାହାନ୍ତି। ତେଣୁ ସେ ତୃତୀୟ ଟେଷ୍ଟ୍ ଖେଳିବେକି ନାହିଁ, ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ।

କୋଚ୍ ରବି ଶାସ୍ତ୍ରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୪୮ ଘଣ୍ଟା ଭିତରେ ଜଣାପଡ଼ିବ ଯେ ଅଶ୍ୱିନ୍ ତୃତୀୟ ଟେଷ୍ଟ୍ ଖେଳି ପାରିବେ ନା ନାହିଁ।

ଅଶ୍ୱିନ୍‌ଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜା ଶ୍ରେଷ୍ଠ ବିକଳ୍ପ ବୋଲି କୁହାଯାଏ। କିନ୍ତୁ ସେ ବି ଫିଟ୍ ନାହାନ୍ତି ବୋଲି ସୂଚନା ମିଳିଛି। ତେଣୁ ସେ ବି ତୃତୀୟ ଟେଷ୍ଟ ଖେଳିବେ କି ନାହିଁ, କିଛି ଠିକ୍ ନାହିଁ।

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ୧୩ ଜଣିଆ ଟିମ୍ ଘୋଷଣା କରାଯାଇଥିଲା। ଏଥିରେ ଜାଡେଜା ସ୍ଥାନ ପାଇଥିଲେ। କିନ୍ତୁ ଚୂଡ଼ାନ୍ତ ଏକାଦଶରେ ତାଙ୍କୁ ସାମିଲ କରାଯାଇ ନଥିଲା। ଟିମ୍ ୪ ଜଣ ପେସ୍‌ରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଥିଲା। ଏହାକୁ ନେଇ ପରେ ବିବାଦ ଦେଖାଯାଇଥିଲା। ତାଙ୍କୁ ଟିମ୍‌ରେ ସାମିଲ ନ କରିବା ସଂପୂର୍ଣ୍ଣ ଭୁଲ୍ ନିଷ୍ପତ୍ତି ବୋଲି ଅନେକ କହିଥିଲେ।

ଅନ୍ୟପକ୍ଷରେ ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆର ସ୍ପିନର ନେଥନ୍ ଲିଅନ୍ ବେଶ୍ ସଫଳ ହୋଇଥିଲେ। ସେ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍ ବିବେଚିତ ହୋଇଥିଲେ।

ସ୍ପିନରଙ୍କ କଥା ଚିନ୍ତା କରି ନଥିଲୁ ବୋଲି କୋହଲି ମ୍ୟାଚ୍ ପରେ ଏକ ମନ୍ତବ୍ୟ ଦେଇଥିଲେ। ଅନ୍ୟପକ୍ଷରେ ରବି ଶାସ୍ତ୍ରୀ ଜାଡେଜାଙ୍କୁ ନେଇ ଆଉ ଏକ କଥା କହିଛନ୍ତି। ସେ କହିଛନ୍ତି, ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ଜାଡେଜା ତାଙ୍କ କାନ୍ଧରେ ଏକ ଇଞ୍ଜେକ୍‌ସନ୍ ନେଇଥିଲେ। ତେଣୁ ଟିମ୍ ମ୍ୟାନେଜ୍‌ମେଣ୍ଟ ତାଙ୍କୁ ପର୍ଥ ଟେଷ୍ଟ୍ ଖେଳାଇ ଅଧିକ ସମସ୍ୟା ସୃଷ୍ଟି କରିବାକୁ ଚାହୁଁ ନଥିଲା।



from Odisha Reporter http://bit.ly/2Ad5CzX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages