୪ ଜିଲ୍ଲାର ଜିଲ୍ଲାପାଳ ଏବେ ପାଲଟିଛନ୍ତି ବିଜେଡି ସଂଗଠକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 20, 2018

୪ ଜିଲ୍ଲାର ଜିଲ୍ଲାପାଳ ଏବେ ପାଲଟିଛନ୍ତି ବିଜେଡି ସଂଗଠକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୪ଟି ଜିଲ୍ଲାର ଜିଲ୍ଲାପାଳ ଏବେ ଶାସକ ବିଜେଡି ଦଳର ସଂଗଠକ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ଦଳୀୟ ମହଲରେ ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ନିର୍ବାଚନୀ ବର୍ଷରେ କୁଆଡ଼େ ଏହି ୪ଟି ଜିଲ୍ଲା(ଉପକୂଳର ନୁହେଁ)ର ଜିଲ୍ଲାପାଳମାନଙ୍କୁ ସମ୍ପୂର୍ଣ୍ଣ ଭାବେ ପାର୍ଟି ଲାଇନରେ କାର୍ଯ୍ୟ କରିବାକୁ ଉପରୁ ବାରମ୍ବାର ତାଗିଦ୍ କରାଯାଉଛି।ଏହି ୪ଜିଲ୍ଲାରେ ବିଜେଡିର ସ୍ଥିତି ଅତ୍ୟନ୍ତ ଦୁର୍ବଳ ଥିବାରୁ ସେଠାରେ ସଂଗଠନକୁ ସୁଦୃଢ଼ କରିବା ନିମନ୍ତେ ଆଖିଦୃଶିଆ କାର୍ଯ୍ୟ କରିବାକୁ ଜିଲ୍ଲା ପ୍ରଶାସନକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି। ଜିଲ୍ଲାର ବିଜେଡି ନେତାମାନଙ୍କ ପରିବର୍ତ୍ତେ ଏହି ଜିଲ୍ଲାପାଳମାନେ କୁଆଡ଼େ ଦଳୀୟ ସଂଗଠନକୁ ଫାଇଦା ମିଳିବା ଭଳି ଖୁଲମଖୁଲା କାର୍ଯ୍ୟ କରୁଛନ୍ତି।

ସରକାର ଓ ବିଜେଡିର ଆଭ୍ୟନ୍ତରୀଣ ସର୍ଭେ ରିପୋର୍ଟରେ ଏହି ୪ଟି ଜିଲ୍ଲାରେ ଦଳର ସ୍ଥିତି ସବୁଠୁ ନିମ୍ନରେ ରହିଥିବାରୁ ଏହାର ଦାୟିତ୍ୱ ଏବେ କୁଆଡ଼େ ଜଣେ ପୂର୍ବତନ ପ୍ରଶାସକ ଓରଫ ରାଜନେତାଙ୍କ ହାତରେ ନ୍ୟସ୍ତ ହୋଇଛି। ଅଳ୍ପକିଛି ଦିନ ଆଗରୁ ଏହି ପ୍ରଶାସକ ଜଣକ ବିଜେଡିରେ ସାମିଲ ହୋଇଥିଲେ ମଧ୍ୟ ଏହି ୪ ଜିଲ୍ଲାର ସିଏ କୁଆଡ଼େ ସର୍ବମୟକର୍ତ୍ତା ପାଲଟିଛନ୍ତି। ସ୍ଥିତି ଏଭଳି ହୋଇଛି ଯେ, ଏସବୁ ଜିଲ୍ଲାର ଜିଲ୍ଲାପାଳମାନେ କୁଆଡ଼େ ତାଙ୍କ ବିନା ପରାମର୍ଶରେ ସେଠାରେ କାର୍ଯ୍ୟ କରିବା ସମ୍ଭବପର ହେଉନି।ଏହି ୪ ଜିଲ୍ଲା ମନ୍ତ୍ରୀଶୂନ୍ୟ ଥିଲେ ମଧ୍ୟ ଜିଲ୍ଲାର ବରିଷ୍ଠ ବିଜେଡି ନେତାଙ୍କ ଉପରେ ସମ୍ପୃକ୍ତ ଭୂତପୂର୍ବ ପ୍ରଶାସକ ଓରଫ ନୂଆ ରାଜନେତା ହାକିମାତି ଦେଖାଇବା ଆରମ୍ଭ କରିଛନ୍ତି।

ଶୁଣିବାକୁ ମିଳୁଛି, ବାବୁଙ୍କର ‘ବାବୁଭାୟା’ ଷ୍ଟାଇଲକୁ ଜିଲ୍ଲାର ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକମାନେ ସହ୍ୟ ବି କରିପାରୁନାହାନ୍ତି। ତଥାପି ଟିକେଟ କଟିବା ଭୟରେ ଏଭଳି ହାକିମାତିକୁ କୁଆଡ଼େ ମୁଣ୍ଡପାତି ସହିବାରେ ଲାଗିଛନ୍ତି। ଜିଲ୍ଲାରେ କେତେ ଠିକାଦାର ଅଛନ୍ତି ଓ କେଉଁ ନେତାଙ୍କ ପ୍ରୋତ୍ସାହନରେ ସେମାନେ କୋଟିକୋଟି ଟଙ୍କା ପାଉଛନ୍ତି, ତା’ର ତାଲିକା ଜିଲ୍ଲା ପ୍ରଶାସନ କୁଆଡ଼େ ସମ୍ପୃକ୍ତ ବାବୁଙ୍କୁ ଦେଇଛି। କେଉଁ ନେତାଙ୍କୁ ଟିକେଟ୍ ମିଳିବ ସେକଥା ଯଦିଓ ଏହି ବାବୁଙ୍କ ବ୍ୟାପାର ନୁହେଁ, ତଥାପି କ୍ଷମତାକେନ୍ଦ୍ରଙ୍କ ଖାସ୍ ଭାବେ ନିଜକୁ ଚିତ୍ରଣ କରି କୁଆଡ଼େ ଜିଲ୍ଲାପାଳମାନଙ୍କଠୁ ଏନେଇ ମାମଲତକାର ବାବୁ ଗୋପନ ରିପୋର୍ଟ ମାଗିଛନ୍ତି। ଆଉ ସେକଥାକୁ ପରୋକ୍ଷରେ ଜିଲ୍ଲା ନେତାମାନଙ୍କ କାନରେ ପହଞ୍ଚାଇବାର କାମ ବି କରିଛନ୍ତି।

ଏହି ୪ଜିଲ୍ଲାର ନେତାମାନଙ୍କ ଗତିବିଧି ଉପରେ ନଜର ରଖିବାକୁ କୁଆଡ଼େ ଦଳର ଛାତ୍ର ଓ ଯୁବ ସଂଗଠନ ସହ ଜଡ଼ିତ କିଛି ନବାଗତଙ୍କୁ ସମ୍ପୃକ୍ତ ବାବୁ କୁଆଡ଼େ ଦାୟିତ୍ୱ ଦେଇଛନ୍ତି। ଆଉ ଭୁବନେଶ୍ୱରରେ ରହି ସେହି ଜିଲ୍ଲାର ବରିଷ୍ଠ ନେତାମାନଙ୍କୁ କୁଆଡ଼େ ଏହି ଛାତ୍ର ଓ ଯୁବ ସଂଗଠନର କର୍ମୀମାନେ ବିଭିନ୍ନ ପ୍ରକାରର ନିର୍ଦ୍ଦେଶ ଦେଉଛନ୍ତି। ଆଉ ସମ୍ପୃକ୍ତ ନେତାମାନେ ଉକ୍ତ ନିର୍ଦ୍ଦେଶକୁ ମାନୁଛନ୍ତି କି ନାହିଁ ତା’ର ଖବର ମଧ୍ୟ ଜିଲ୍ଲାପାଳମାନଙ୍କ ମାଧ୍ୟମରେ ସଂଗ୍ରହ କରାଯାଉଛି। ଜିଲ୍ଲାପାଳମାନେ ଏବେ ଜିଲ୍ଲାର ବିକାଶ କାର୍ଯ୍ୟ ଛାଡ଼ି ସମ୍ପୃକ୍ତ ବାବୁଙ୍କ କଥାରେ କୁଆଡ଼େ ବିଜେଡି ନେତାମାନଙ୍କର ଗୁଇନ୍ଦା ତଥା ସକ୍ରିୟ କର୍ମୀ ପାଲଟିଥିବା ଚର୍ଚ୍ଚା।



from Odisha Reporter https://ift.tt/2rNWQUA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages