ଗାଭାସ୍କରଙ୍କୁ ପଛରେ ପକାଇ ଦେଲେ ମୟଙ୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 25, 2018

ଗାଭାସ୍କରଙ୍କୁ ପଛରେ ପକାଇ ଦେଲେ ମୟଙ୍କ

mayankagrawal1

ମେଲବର୍ଣ୍ଣ: ଅଷ୍ଟ୍ରେଲିଆରେ ଟେଷ୍ଟ୍ ଡେବ୍ୟୁ କରି ପ୍ରଥମ ପାଳିରେ ୭୬ ରନ୍ ସଂଗ୍ରହ କରି ୭୧ ବର୍ଷର ଏକ ପୁରୁଣା ରେକର୍ଡ ଭାଙ୍ଗିଥିବା ମୟଙ୍କ ଅଗ୍ରୱାଲ୍‌ ଭାରତର ଅନ୍ୟତମ ପ୍ରଖ୍ୟାତ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କରଙ୍କୁ ବି ପଛରେ ପକାଇ ଦେଇଛନ୍ତି।

ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ ଟେଷ୍ଟ୍ ଡେବ୍ୟୁ ଇନିଂସ୍‌ରେ ସର୍ବାଧିକ ରନ୍ କରିବାରେ ସେ ଭାରତୀୟଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ପୂର୍ବରୁ ଏହି ସ୍ଥାନରେ ସୁନୀଲ ଗାଭାସ୍କର ଥିଲେ। ୧୯୭୧ ମସିହାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଗାଭାସ୍କର ଟେଷ୍ଟ୍ ମ୍ୟାଚ୍ ଡେବ୍ୟୁ କରିଥିଲେ। ପଦାର୍ପଣ ମ୍ୟାଚ୍‌ରେ ସେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ୬୫ ରନ୍ କରିଥିଲେ। ଅନ୍ୟପକ୍ଷରେ ଆଜି ମୟଙ୍କ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ଡେବ୍ୟୁ ମ୍ୟାଚ୍‌ରେ ୭୬ ରନ୍ କରିଛନ୍ତି।

ଏହି ତାଲିକାର ଶୀର୍ଷରେ ରହିଛନ୍ତି ଶିଖର ଧୱନ। ୨୦୧୩ରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ୍ ଡେବ୍ୟୁ କରିଥିଲେ। ଭାରତର ମୋହାଲିରେ ଏହି ମ୍ୟାଚ୍ ଖେଳା ଯାଇଥିଲା। ଏଥିରେ ସେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ଖେଳିଥିଲେ ଓ ୧୮୭ ରନ୍ କରିଥିଲେ।

ତାଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ପୃଥ୍ୱୀ ଶ। ସେ ଚଳିତ ବର୍ଷ ରାଜକୋଟ୍‌ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ୍ ମ୍ୟାଚ୍ ଡେବ୍ୟୁ କରିଥିଲେ ଓ ଓପନର ଭାବେ ପ୍ରଥମ ଇନିଂସ୍‌ରେ ୧୩୪ ରନ୍ କରିଥିଲେ।

ଏହି କ୍ରମରେ ତୃତୀୟ ସ୍ଥାନରେ ଅଛନ୍ତି କେ.ସି ଇବ୍ରାହିମ। ୧୯୪୮ ମସିହାରେ ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ୍ ମ୍ୟାଚ୍ ଡେବ୍ୟୁ କରି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ୮୫ ରନ୍ ସଂଗ୍ରହ କରିଥିଲେ।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆରେ ଟେଷ୍ଟ୍ ଡେବ୍ୟୁ କରି ସର୍ବାଧିକ ରନ୍ ସଂଗ୍ରହକାରୀ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ତାଲିକାର ଶୀର୍ଷରେ ରହିଛନ୍ତି ମୟଙ୍କ। ଏହା ପୂର୍ବରୁ ଏହି ରେକର୍ଡ ଦତ୍ତୁ ଫଡ଼କରଙ୍କ ନାଁରେ ଥିଲା। ୧୯୪୭ରେ ସେ ଅଷ୍ଟ୍ରେଲିଆରେ ଟେଷ୍ଟ୍ ଡେବ୍ୟୁ କରି ୫୧ ରନ୍ କରିଥିଲେ, ଯାହା ଆଜି ପର୍ଯ୍ୟନ୍ତ ସର୍ବାଧିକ ରନ୍ ହୋଇ ରହିଥିଲା।

(ସୌଜନ୍ୟ- ଆଜ୍‌ତକ୍‌)

 



from Odisha Reporter http://bit.ly/2AfEPTo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages