ଧାନକଟା ଗାଡ଼ିକୁ ପଛରୁ ପିଟିଲା ଟାଟା ଏସି: ଜଣେ ମୃତ, ୨ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 10, 2018

ଧାନକଟା ଗାଡ଼ିକୁ ପଛରୁ ପିଟିଲା ଟାଟା ଏସି: ଜଣେ ମୃତ, ୨ ଆହତ

tataac

ଯାଜପୁର (ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ଛତିଆ ନିକଟରେ ଏନଏଚ୍‌ ୧୬ରେ ଏକ ଧାନକଟା ଗାଡ଼ିକୁ ଏକ ଟାଟା ଏସି ପଛପଟୁ ଧକ୍କା ଦେବା ଯୋଗୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି।

ମୃତକଙ୍କ ନାଁ ତ୍ରୈଲୋକ୍ୟ ନାୟକ। ତାଙ୍କ ଘର ମଙ୍ଗଳପୁର ଥାନା କମାରଡ଼ିହ ଅଞ୍ଚଳରେ। ଆହତମାନେ ବାଲିଅନ୍ତା ଥାନା ପାହାଳ ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେମାନଙ୍କୁ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ଏମାନେ ଟାଟା ଏସି ଗାଡ଼ିରେ ଚଣ୍ଡିଖୋଲରୁ କଟକ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଟାଟା ଏସିର ସମ୍ମୁଖ ଭାଗ ନଷ୍ଟ ହୋଇଯାଇଛି।

ବୈରୀ ଥାନା ପୁଲିସ୍‌ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2QG68A2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages