
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଓଲିଉଡ୍ ସୁପରଷ୍ଟାର ବା ସାଂସଦ ଅନୁଭବ ମହାନ୍ତିଙ୍କର ଜନ୍ମଦିନ। ୧୯୮୧ ମସିହା ଡିସେମ୍ବର୨୪ ତାରିଖରେ ତାଙ୍କର ଜନ୍ମ ହୋଇଥିଲା। ଯେମିତି ଆମେ ସମସ୍ତେ ଜାଣନ୍ତି ଅନୁଭବଙ୍କର ଫ୍ୟାନ୍ ଫଲୋଇଂ ସବୁଠୁ ଅଧିକ। କିଛି ଲୋକ ଅଛନ୍ତି ଯେଉଁମାନେ ଅନୁଭବଙ୍କୁ ଅନ୍ଧ ପରି ଭଲ ପାଆନ୍ତି। ଆଉ ସେମାନେ ଜନ୍ମ ଦିନ ଆସିବା ପୂର୍ବରୁ ଅନୁଭବଙ୍କୁ ଶୁଭେଚ୍ଛା ଜଣାଇବା ସହ ଉପହାର ମଧ୍ୟ ପଠାଇଚାଲିଛନ୍ତି।
ନିକଟରେ ଅନୁଭବ ଉପହାରଗୁଡିକୁ ଗ୍ରହଣ କରିଛନ୍ତି ସତ, କିନ୍ତୁ ଶୁଣିଲା ଭଳିଆ କଥା ପଦେ କହିଛନ୍ତି।
“ଯଦି କେହି ମୋ ଜନ୍ମଦିନକୁ କେହି ପାଳିବାକୁ ଚାହାନ୍ତି, ତେବେ କିଛି ଗରିବଙ୍କୁ ସାହାଯ୍ୟ କରନ୍ତୁ ନଚେତ୍ ପଶୁ ପକ୍ଷୀମାନଙ୍କୁ ଖାଇବାକୁ ଦିଅନ୍ତୁ।”
ଅନୁଭବଙ୍କ କହିବା ଅନୁଯାୟୀ, କେବଳ କିଛି ସ୍ୱତନ୍ତ୍ର ଅକେଜନ୍ରେ ନୁହେଁ ବରଂ ଫ୍ୟାନ୍ମାନେ ସବୁଦିନ ଏଭଳି କାମ କରିବା ଭଲ। ଉପହାରରେ ଅଯଥା ଖର୍ଚ୍ଚ ନ କରି ଗରିବ ଅସହାୟମାନଙ୍କୁ ଦାନ କରି ତାଙ୍କ ମୁହଁରେ ହସ ଫୁଟାଇବା ଶହେ ଗୁଣରେ ଉଚିତ୍ ବୋଲି ସେ କୁହନ୍ତି।
ଖୁସିର କଥା ହେଉଛି ଭାଇଜାନ୍ଙ୍କ କଥା ମାନି କିଛି ଲୋକ ତାଙ୍କ ଜନ୍ମଦିନରେ କିଛି ଭଲ କାମ କରିବାକୁ ଆଗେଇ ଆସିଛନ୍ତି।
ଅବ୍ଦୁଲ୍ ଜହିର୍ ଖାନ୍ ବି ଅନୁଭବଙ୍କ ଜଣେ ଫ୍ୟାନ୍। ଆଜି ସେ ଭଲ କାମଟିଏ କରିଛନ୍ତି। ସ୍କୁଲ୍ ପିକ୍ନିକ୍ ଯାଇପାରୁ ନ ଥିବା ଜଣେ ଗରିବ ପିଲାକୁ ପିକ୍ନିକ୍ ଫିସ୍ ୨୫୦ଟଙ୍କା ଦେଇ ତାକୁ ଖୁସି କରିଛନ୍ତି ଜହିର୍। ଏହି ଖବର ଜାଣି ଅନୁଭବ ତାଙ୍କୁ ଫେସ୍ବୁକ୍ରେ ଶୁଭେଚ୍ଛା ଜଣାଇଛନ୍ତି।
ଏହା ତାଙ୍କ ଜନ୍ମଦିନର ସବୁଠାରୁ ମୁଲ୍ୟବାନ୍ ଉପହାର ବୋଲି ଅନୁଭବ କହିଛନ୍ତି।
from Odisha Reporter http://bit.ly/2V83Ety
No comments:
Post a Comment