
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହକି ବିଶ୍ୱକପ୍ ପାଇଁ ରାଜଧାନୀ ଭୁବନେଶ୍ୱର ପୁଲିସ ଛାଉଣୀରେ ପରିଣତ ହୋଇଛି। ଲୁଟ୍ ଓ ଛିନ୍ତାଇକୁ ଲକ୍ଷ୍ୟକରି କମିଶନରେଟ୍ ପୁଲିସ ଛକମାନଙ୍କରେ ସିସିଟିଭି ଲଗାଇବା ସହିତ ପିସିଆର୍ ଭ୍ୟାନ୍ ପଇଁତରା ମାରୁଛି। ଏହା ସତ୍ତ୍ୱେ ଦୁର୍ବୃତ୍ତମାନେ ପୁଲିସକୁ ଚକ୍ମା ଦେଇ ଲୁଟି ନେଉଛନ୍ତି। ଆଜି ଏମିତି ଏକ ଘଟଣା ରାଜଧାନୀର ସମ୍ ହସ୍ପିଟାଲ୍-କଳିଙ୍ଗନଗର ରାସ୍ତାରେ ଘଟିଛି। ବନ୍ଧୁକ ଦେଖାଇ ବାଇକ୍ ଲୁଟିନେଲେ ୩ ଦୁର୍ବୃତ୍ତ।
ଘାଟିକିଆ ଅଞ୍ଚଳର ପର୍ଶୁ ରଥ ବାଇକ୍ରେ ଘରକୁ ଫେରୁଥିଲେ। ଏହି ସମୟରେ ୩ ଜଣ ଦୁର୍ବୃତ୍ତ ମୁହଁରେ ନାଲି ଗାମୁଛା ବାନ୍ଧି ଏକ ବାଇକ୍ରେ ଆସି ପର୍ଶୁଙ୍କ ଗାଡ଼ିକୁ ଅଟକାଇଥିଲେ। ତା’ପରେ ବନ୍ଧୁକ ଦେଖାଇ ତାଙ୍କ ବାଇକ୍ ଧରି ଚମ୍ପଟ ମାରିଥିଲେ। ପର୍ଶୁ ଏନେଇ କମିଶନରେଟ୍ ପୁଲିସକୁ ଖବର ଦେଇଥିଲେ। ଅଭିଯୋଗକୁ ଭତ୍ତିକରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମାତ୍ର ଅଭଯୁକ୍ତଙ୍କ ପତ୍ତା ପାଇନି।
from Odisha Reporter https://ift.tt/2CaV19S
No comments:
Post a Comment