ନବଦମ୍ପତିଙ୍କୁ ସରକାରଙ୍କ ପରାମର୍ଶ,“ବିଳମ୍ବ ନ କରି, ଶୀଘ୍ର ପ୍ରସବ କର” ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 14, 2018

ନବଦମ୍ପତିଙ୍କୁ ସରକାରଙ୍କ ପରାମର୍ଶ,“ବିଳମ୍ବ ନ କରି, ଶୀଘ୍ର ପ୍ରସବ କର” !

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର):  ଦେଶରେ ଜନସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି। ଯାହା ସରକାରଙ୍କୁ ଚିନ୍ତାରେ ପକାଇଛି। ଭାରତ ସମେତ କିଛି ଦେଶରେ ଏ ଭଳି ବଢୁଥିବା ଜନସଂଖ୍ୟା ପାଇଁ ସରକାର ଏବେ ଚିନ୍ତାରେ। ଏଣୁ ଭିନ୍ନ ପ୍ରକାର ସ୍ଲୋଗାନ୍‌ ଦେଇ ଲୋକମାନଙ୍କୁ ସଜାଗ କରିବାକୁ ଚେଷ୍ଟା କରାଯାଉଛି।

‘ଛୋଟ ପରିବାର ସୁଖୀ ପରିବାର’, ‘ଆମେ ଦୁଇ ଆମର ଦୁଇ’ ଏମିତି ଅନେକ ସ୍ଲୋଗାନ୍‌ ଆପଣ ଶୁଣିଥିବେ। ଯାହାର ଭାବାର୍ଥରୁ ଏହା ହିଁ ବୁଝିବାକୁ ପଡ଼ିବ ଯେ, ଯଥା ସମ୍ଭବ ଚଷ୍ଟା କରି ପରିବାରକୁ ଛୋଟ ରଖନ୍ତୁ। କିନ୍ତୁ ଆମେ ଆଜି ଏମିତି ଗୋଟିଏ ଦେଶର କଥା କହିବୁ, ଯାହାର ସ୍ଲୋଗାନ୍‌ ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ। ଏହି ଦେଶର ସରକାର ନବବିବାହିତ ଦମ୍ପତିଙ୍କୁ ବିଳମ୍ବ ନ କରି ପିଲା ଜନ୍ମ କରିବାର ପରାମର୍ଶ ଦେଉଛନ୍ତି। ଏପରିକି ୨ ବା ତତୋଧିକ ସନ୍ତାନ ଜନ୍ମ କରିବାକୁ ପ୍ରବର୍ତ୍ତାଉଛନ୍ତି।

ଶୁଣି ଆଶ୍ଚର୍ଯ୍ୟ ହେଲେ ନା ? ଅବଶ୍ୟ କଥାଟା ଟିକେ ହଟ୍‌କେ, କିନ୍ତୁ ନିରାଟ ସତ।

ସରକାରଙ୍କ ଏମିତି ନିବେଦନ ପଛରେ କିନ୍ତୁ ମହତ୍‌ ଉଦ୍ଦେଶ୍ୟଟିଏ ନିହିତ ରହିଛି। ଜାଣିଛନ୍ତି ସେଇଟା କ’ଣ ?

ଆମେ କହୁଛୁ ୟୁରୋପ୍‌ର ସର୍ବିୟା କଥା। ଏହି ଦେଶରେ ଜନସଂଖ୍ୟା ଆବଶ୍ୟକତାଠାରୁ କମ୍‌ । ନିକଟରେ ହୋଇଥିବା ଜନଗଣନାକୁ ଆଧାର କରି କୁହାଯାଉଛି ଯେ, ଏହି ଦେଶର ଜନସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ଏଣୁ ସର୍ବିୟା ବିଶ୍ୱ ମାନଚିତ୍ରରୁ ହଜିଯିବା ଆଗରୁ ଏହାର ସତ୍ତା ରକ୍ଷା କରିବାକୁ ସରକାର ନବ ବିବାହିତ ଦମ୍ପତିଙ୍କୁ ଏଭଳି ପରାମର୍ଶ ଦେଉଛନ୍ତି।

ଏହି ଦେଶରେ ବର୍ତ୍ତମାନ ସମୁଦାୟ ଜନସଂଖ୍ୟା ହେଉଛି ୭୦ଲକ୍ଷ।  ତେଣୁ ଜନସଂଖ୍ୟା ବଢ଼ାଇବା ପାଇଁ ଏଠାରେ ସରକାର ଲୋକମାନଙ୍କୁ ଅନୁରୋଧ କରୁଛନ୍ତି। ‘ଡେରି ମତ୍‌ କରୋ, ବଚ୍ଚେ ପୈଦା କରୋ’, ‘ଚଲୋ ବଚ୍ଚେକି କିଲ୍‌କାରିୟା ସୁନେଁ’ ସ୍ଲୋଗାନ୍‌ ମାଧ୍ୟମରେ ଏଠାରେ ସରକାର ଲୋକମାନଙ୍କୁ ପିଲା ଜନ୍ମ କରିବାକୁ ପରାମର୍ଶ ଦେଉଛନ୍ତି (ଏହା ବାସ୍ତବରେ ହୀନ୍ଦି ସ୍ଲୋଗାନ୍‌ ନୁହେଁ have babies campaignକୁ ଅନୁବାଦ କରି ଏପରି ଲେଖାଯାଇଛି) ।

କିନ୍ତୁ ସର୍ବିୟାର ମହିଳାଙ୍କ କହିବା ଅନୁଯାୟୀ ପିଲା ଜନ୍ମ କରିବା ପାଇଁ ସରକାରଙ୍କ ପକ୍ଷରୁ ଭଲ ଯୋଜନାର ଆବଶ୍ୟକତା ରହିଛି ଏଭଳି ଅଯଥା ସ୍ଲୋଗାନ୍‌ର କିଛି ମାନେ ନାହିଁ।

ସୂଚନାଯୋଗ୍ୟ, ସର୍ବିୟାରେ ଲୋକମାନେ ଦେଶ ଛାଡ଼ି ଚାଲିଯାଉଛନ୍ତି। ଫଳରେ ଜନ୍ମହାର କମୁଛି। ଯାହା ଅନୁମାନ ଲଗାଯାଇଛି, ୨୦୫୦ପର୍ଯ୍ୟନ୍ତ ସର୍ବିୟାର ଜନସଂଖ୍ୟା ହ୍ରାସ ପାଇ ୧୫ଲକ୍ଷକୁ ପହଞ୍ଚି ଯାଇପାରେ।



from Odisha Reporter https://ift.tt/2LilvJI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages