
ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ୍ ମ୍ୟାଚ୍ର ପ୍ରଥମ ଇନିଂସ୍ରେ ୭ ୱିକେଟ୍ ହରାଇ ୪୪୩ ରନ୍ କରିବା ପରେ ଇନିଂସ୍ ଘୋଷଣା କରିଛି ଭାରତ। ଗତକାଲି ଦୁଇଟି ୱିକେଟ୍ ହରାଇ ୨୧୫ ରନ୍ କରିଥିବା ଭାରତୀୟ ଦଳ ଆଜି ୫ଟି ୱିକେଟ୍ ହରାଇ ଆଉ ୨୨୮ ରନ୍ ଯୋଡ଼ି ଇନିଂସ୍ ଘୋଷଣା କରିଛି। ଏବେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍ ଖେଳୁଛି।
ଗତକାଲିର ଅସମାପ୍ତ ପାଳିକୁ ଆଜି ଚେତେଶ୍ୱର ପୂଜାରା ଓ ଅଧିନାୟକ ବିରାଟ କୋହଲି ଆଗେଇ ନେଇଥିଲେ। ୬୯ ରନ୍ କରି ଗତକାଲିଠାରୁ ଅପରାଜିତ ଥିବା ଚେତେଶ୍ୱର ପୂଜାରା ଆଜି ଶତକ ପୂରଣ କରିଥିଲେ। ସେ ୩୧୯ ବଲ୍ରୁ ୧୦ ଚୌକା ସହାୟତାରେ ୧୦୬ ରନ୍ କରି ପ୍ୟାଟ୍ କମିନ୍ସଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ।
ଅଧିନାୟକ ବିରାଟ କୋହଲି ଆଜି ଅର୍ଦ୍ଧଶତକ କରିବାରେ ସଫଳ ହୋଇଥିଲା ବେଳେ ଅଳ୍ପକେ ଶତକୁ ବଞ୍ଚିତ ହୋଇଥିଲେ। ସେ ୨୦୪ ବଲ୍ରେ ୮୨ ରନ୍ କରି ମିଚେଲ୍ ଷ୍ଟାର୍କଙ୍କ ବଲ୍ରେ ଆରୋନ୍ ଫିଞ୍ଚଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଉପ-ଅଧିନାୟକ ଆଜିଙ୍କ୍ୟ ରାହାଣେ ୭୬ ବଲ୍ରେ ୩୪ ରନ୍ କରି ଆଉଟ୍ ହୋଇଥିବା ବେଳେ ରୋହିତ ଶର୍ମା ଭଲ ଖେଳିଥିଲେ। ସେ ୧୧୪ ବଲ୍ରେ ୬୩ ରନ୍ କରି ଅପରାଜିତ ରହିଥିଲେ। ଟେଷ୍ଟରେ ଏହା ହେଉଛି ରୋହିତଙ୍କ ଦଶମ ଅର୍ଦ୍ଧଶତକ।
ୱିକେଟ୍ କିପର ଋଷଭ ପନ୍ତ ୭୬ ବଲ୍ରୁ ୩୯ ରନ୍ କରି ଆଉଟ୍ ହୋଇଥିବା ବେଳେ ରବୀନ୍ଦ୍ର ଜାଡେଜା ମାତ୍ର ୪ ରନ୍ କରି ଆଉଟ୍ ହୋଇଥିଲେ। ଜାଡେଜା ଆଉଟ୍ ହେବା ପରେ ଅଧିନାୟକ ବିରାଟ କୋହଲି ଇନିଂସ୍ ଘୋଷଣା କରିଥିଲେ।
ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍ କମିନ୍ସ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ମିଚେଲ ଷ୍ଟାର୍କ ୨ଟି ଓ ଜୋଶ୍ ହେଜେଲଉଡ୍ ଏବଂ ନେଥନ ଲିଅନ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।
from Odisha Reporter http://bit.ly/2AfnIBm
No comments:
Post a Comment