
ମୁମ୍ବାଇ: ଭାରତୀୟ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ବାପା ହେଲେ। ଗତକାଲି (ରବିବାର) ତାଙ୍କର ଗୋଟିଏ ଝିଅ ହୋଇଛି।
ମେଲବର୍ଣ୍ଣ ଟେଷ୍ଟ୍ ଜିତିବାର କିଛି ଘଣ୍ଟା ପରେ ସେ ଭାରତ ଫେରିବା ପାଇଁ ବିମାନରେ ବସିଥିବା ବେଳେ ତାଙ୍କ ପାଖକୁ ଏହି ଖବର ଆସିଥିଲା।
ରୋହିତ ଏବେ ପୂରା ସମୟ ତାଙ୍କ ସ୍ତ୍ରୀ ରିତିକା ଓ ଝିଅକୁ ଦେବେ। ସେଥିପାଇଁ ସେ ଜାନୁଆରୀ ୩ ତାରିଖରୁ ସିଡ୍ନୀରେ ଆରମ୍ଭ ହେଉଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଖେଳିବେ ନାହିଁ। ତାଙ୍କ ବଦଳରେ ଟିମ୍ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସୁଯୋଗ ମିଳିପାରେ।
ମେଲବର୍ଣ୍ଣ ଟେଷ୍ଟର ପ୍ରଥମ ଇନିଂସ୍ରେ ରୋହିତ ଅପରାଜିତ ୬୩ ରନ୍ କରିଥିଲେ। ଏହି ମ୍ୟାଚ୍ ଜିତି ଭାରତ ସିରିଜ୍ରେ ୨-୧ରେ ଆଗୁଆ ରହିଛି। ଦଳ ସିଡ୍ନୀ ଟେଷ୍ଟ୍ ଜିତି ସିରିଜ୍ ଜିତିବା ଲକ୍ଷ୍ୟରେ ରହିଛି। ଏମିତି ହେଲେ ଭାରତ ଇତିହାସ ରଚିବ। କାରଣ ଭାରତ କେବେ ବି ଅଷ୍ଟ୍ରେଲିଆରେ ଟେଷ୍ଟ୍ ସିରିଜ୍ ଜିତିନାହିଁ।
from Odisha Reporter http://bit.ly/2GNGWUe
No comments:
Post a Comment