କୁକୁଡ଼ା ଚିଆଁ ଉତ୍ପାଦନ ଓ ଗବେଷଣା କେନ୍ଦ୍ରରେ ଅଗ୍ନିକାଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 28, 2018

କୁକୁଡ଼ା ଚିଆଁ ଉତ୍ପାଦନ ଓ ଗବେଷଣା କେନ୍ଦ୍ରରେ ଅଗ୍ନିକାଣ୍ଡ

egg

ବାରିପଦା (ମାଣିକ ଲାଲ ପାଣି): ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍‌ର ଛାତନା ସ୍ଥିତ ଏକ କୁକୁଡ଼ା ଚିଆଁ ଉତ୍ପାଦନ ଓ ଗବେଷଣା କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟି ବହୁ ମୂଲ୍ୟବାନ ଯନ୍ତ୍ରପାତି ନଷ୍ଟ ହୋଇଯାଇଛି।

ଆଜି ସକାଳ ପ୍ରାୟ ୮ଟା ବେଳେ ଏଠାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ନିଆଁ ଧୀରେ ଧୀରେ ପୂରା ୟୁନିଟ୍‌କୁ ବ୍ୟାପୀ ଯାଇଥିଲା। ଏହି ଚିଆଁ ଉତ୍ପାଦନ ଓ ଗବେଷଣା କେନ୍ଦ୍ରରେ ବିଭିନ୍ନ ୟୁନିଟ୍ ଥିବା ବେଳେ ଯେଉଁ ୟୁନିଟ୍‌ରେ ଅଣ୍ଡାରୁ ଚିଆଁ ଉତ୍ପାଦନ କରାଯାଏ, ସାହି ୟୁନିଟ୍ ପୋଡ଼ି ଛାରଖାର ହୋଇଯାଇଛି। ସେଠାରେ ଥିବା ବହୁ ମୂଲ୍ୟବାନ ଯନ୍ତ୍ରପାତି ଜଳି ନଷ୍ଟ ହୋଇଯାଇଛି।

ସର୍ଟ ସର୍କିଟ୍ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ରାସଗୋବିନ୍ଦପୁରରୁ ଦମକଳ ଗାଡ଼ି ଆସି ନିଆଁ ଲିଭାଇଥିଲା।

ଏହି ଗବେଷଣା କେନ୍ଦ୍ରଟି ଭେନ୍‌କୋ ରିସର୍ଚ୍ଚ ଆଣ୍ଡ୍ ବ୍ରିଡିଂ ଫାର୍ମ ଏଲ୍‌ଟିଡିର ହୋଇଥିବା ବେଳେ ଏହାର କୌଣସି କର୍ମଚାରୀ ଏ ଘଟଣା ନେଇ ପ୍ରତିକ୍ରିୟା ଦେଇ ନାହାନ୍ତି।



from Odisha Reporter http://bit.ly/2QWBOlD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages