ଏଇ ସବୁ ସ୍ଥାନରେ ୧୦ ଦିନ ପାଇଁ ଅଣ୍ଡା ବ୍ୟାନ୍‌, କାଲିଠାରୁ କୁକୁଡ଼ା ମରା ଅଭିଯାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 13, 2018

ଏଇ ସବୁ ସ୍ଥାନରେ ୧୦ ଦିନ ପାଇଁ ଅଣ୍ଡା ବ୍ୟାନ୍‌, କାଲିଠାରୁ କୁକୁଡ଼ା ମରା ଅଭିଯାନ

egg

ବ୍ରହ୍ମଗିରି (ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଦେଖାଯାଇଛି। କୃଷ୍ଣପ୍ରସାଦ ବ୍ଲକ୍‌ରେ କୁକୁଡ଼ା ମଡ଼କ ଦେଖା ଯିବା ପରେ ନମୁନା ପରୀକ୍ଷାରୁ ବାର୍ଡ ଫ୍ଲୁ ହୋଇଥିବା ନେଇ ସୂଚନା ଆସିଛି।

ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛି ଜିଲ୍ଲା ପ୍ରଶାସନ। ସେଥିପାଇଁ ଆସନ୍ତାକାଲିଠାରୁ ନମୁନା ସଂଗ୍ରହ ହୋଇଥିବା ସ୍ଥାନରେ କୁକୁଡ଼ା ମରାଯିବ। ମୁଖ୍ୟତଃ କୃଷ୍ଣପ୍ରସାଦ ବ୍ଲକ୍ର ସାନସାହି, ମାଲୁଦ ଓ ପଥରଗଞ୍ଜ ଅଞ୍ଚଳରେ କୁକୁଡ଼ାକୁ ମରାଯିବ। ଏନେଇ ପୁରୀ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଗିରିଜା ପଟ୍ଟନାୟକ ସୂଚନା ଦେଇଛନ୍ତି।

ଏହାସହ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦ ଦିନ ପାଇଁ ଅଣ୍ଡା ବ୍ୟାନ୍ କରାଯାଇଛି। ଯେଉଁ ସବୁ ଅଞ୍ଚଳରେ ବାର୍ଡ ଫ୍ଲୁ ନେଇ ସୂଚନା ମିଳିଛି, ସେ ଅଞ୍ଚଳରେ ଅଣ୍ଡାକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଛି।

ମଧ୍ୟାହ୍ନ ଭୋଜନରେ ସ୍କୁଲ ପିଲାଙ୍କୁ ଅଣ୍ଡା ନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଅଙ୍ଗନବାଡ଼ି କେନ୍ଦ୍ରରେ ବି ଅଣ୍ଡା ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ସଂପୃକ୍ତ ଅଞ୍ଚଳକୁ ବାହାରୁ ଅଣ୍ଡା କି ଚିକେନ୍ ଆସିବନି କି ଯିବନି ବୋଲି କୁହାଯାଇଛି।

କୃଷ୍ଣ ପ୍ରସାଦ ବ୍ଲକ୍‌ରେ ବାର୍ଡ ଫ୍ଲୁ ନେଇ ମତ୍ସ୍ୟ ଓ ପ୍ରାଣୀ ସଂପଦ ସଚିବ ବିଶାଲ ଗଗନ କହିଛନ୍ତି, ପରୀକ୍ଷା ପାଇଁ ୨୦ଟି ନମୁନା ଭୋପାଲ ଯାଇଥିଲା। ସେଥିରୁ ୪ଟି ପଜିଟିଭ୍ ଆସିଛି। ୨ଟି କାଉ ଓ ୨ଟି କୁକୁଡ଼ାର ରିପୋର୍ଟ ପଜିଟିଭ୍ ଆସିଛି। ୪ଟି ଗାଁକୁ ପ୍ରଭାବିତ ଅଞ୍ଚଳ ଘୋଷଣା କରାଯାଇଛି ଓ ଏ ଗାଁ ଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

ବଜାରକୁ ଏସବୁ କୁକୁଡ଼ା ଯାଇ ନଥିବାରୁ ଭୟଭୀତ ନ ହେବାକୁ ମତ୍ସ୍ୟ ଓ ପ୍ରାଣୀ ସଂପଦ ସଚିବ ପରାମର୍ଶ ଦେଇଛନ୍ତି।

କିଛି ଦିନ ତଳେ ମାଲୁଦ ଅଞ୍ଚଳରେ କାଉର ମଡ଼କ ପଡ଼ିଥିଲା। ଚିଲିକା ନଳବଣ ଅଞ୍ଚଳରେ ବାର୍ଡ ଫ୍ଲୁର ପ୍ରଭାବ ନାହିଁ ବୋଲି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ କହିଛନ୍ତି।



from Odisha Reporter https://ift.tt/2rwdvvy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages