ପରୀକ୍ଷା କରିବାକୁ କେହି ଭାଙ୍ଗି ଦେଉଥିଲେ ତ ଆଉ କେହି କହୁଥିଲେ ‘ଷ୍ଟିକ୍‌’ରେ ଅଠା ଲାଗିଛି!   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 3, 2018

ପରୀକ୍ଷା କରିବାକୁ କେହି ଭାଙ୍ଗି ଦେଉଥିଲେ ତ ଆଉ କେହି କହୁଥିଲେ ‘ଷ୍ଟିକ୍‌’ରେ ଅଠା ଲାଗିଛି!  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ହକି ଷ୍ଟିକ୍‌ରୁ ଛାଡ଼ୁ ନ ଥିଲା ବଲ୍‌। ପଡ଼ିଆ ଭିତରେ ତାଙ୍କୁ ରୋକିବା ମଧ୍ୟ ଏକ ରକମର ଅସମ୍ଭବ ଥିଲା ବୋଲି ବିଶ୍ୱବ୍ୟାପୀ ଚର୍ଚ୍ଚା ହେଉଥିଲା। ବର୍ଲିନ୍‌ ହେଉ କି ହଲାଣ୍ଡ ଅଥବା ଜାପାନ, ଧ୍ୟାନଚାନ୍ଦଙ୍କ ହାତରେ ହକି ଷ୍ଟିକ୍‌କୁ ନେଇ ବିଶ୍ୱର କୋଣ ଅନୁକୋଣରେ ଥିବା ହକିପ୍ରେମୀଙ୍କ ମନରେ ଉତ୍କଣ୍ଠା ଲାଗି ରହିଥିଲା।

କେହି କେହି ଦାବି କରୁଥିଲେ ତାଙ୍କ ହକି ଷ୍ଟିକ୍‌ ବାରମ୍ବାର ବଦଳାଇବା ପାଇଁ ତ ଆଉ କେହି କହୁଥିଲେ, ଧ୍ୟାନଚାନ୍ଦଙ୍କ ଷ୍ଟିକ୍‌ରେ ଅଠା ଲାଗିଛି। ଏପରିକି ଏନେଇ ବହୁ ଅଭିଯୋଗ ଆସିବା ପରେ ଧ୍ୟାନଚାନ୍ଦ ଖେଳୁଥିବା ହକି ଷ୍ଟିକ୍‌କୁ ବାରମ୍ବାର ଭାଙ୍ଗି ପରୀକ୍ଷା ବି କରାଯାଉଥିଲା।

ତେବେ ଶେଷ ପର୍ଯ୍ୟନ୍ତ ଏହି ଯାବତୀୟ ଅଭିଯୋଗ ଓ ସନ୍ଦେହ ପ୍ରମାଣିତ ହୋଇ ପାରିଲା ନାହିଁ। ଆଉ ଏହା ଭିତରେ ଧ୍ୟାନଚାନ୍ଦ କିନ୍ତୁ ହୋଇ ଯାଇଥିଲେ ବିଶ୍ୱର ‘ହକି ଯାଦୁକର’।

୧୯୫୬ ମସିହାରେ ଏହି ମହାନ୍‌ ଖେଳାଳିଙ୍କୁ ପଦ୍ମଭୁଷଣରେ ସମ୍ମାନିତ କରା ଯାଇଥିଲା।

୧୯୭୯ ଠିକ୍‌ ଆଜିର ଦିନ ଅର୍ଥାତ୍‌ ଡିସେମ୍ବର ୩ରେ ଭାରତମାତାର କୋଳଶୂନ୍ୟ କରି  ଭାରତୀୟ ହକିର ଏହି କିମ୍ବଦନ୍ତୀ ପରଲୋକ ଗମନ କରିଥିଲେ।

ଏବେ ହକି ବିଶ୍ୱକପ୍‌ ପାଇଁ ସାରା ଦେଶ ଚଳଚଞ୍ଚଳ। ଖାସ୍‌ କରି ଓଡ଼ିଶାରେ ଏଥର ହକି ବିଶ୍ୱକପ୍‌ ଆୟୋଜନ, ରାଜ୍ୟବାସୀଙ୍କୁ ବେଶ୍‌ ଉତ୍ସାହିତ କରିଛି। ଏବେ ଆସନ୍ତୁ, ତାଙ୍କ ପୂଣ୍ୟତିଥିରେ ହକି ଯାଦୁକର ଧ୍ୟାନଚାନ୍ଦଙ୍କ ସମ୍ପର୍କରେ ଆଉ ଅଧିକ କିଛି ଜାଣିବା ।

୧୫ ଅଗଷ୍ଟ ୧୯୩୬। ବର୍ଲିନ୍‌ରେ ଚାଲିଥାଏ ଅଲିମ୍ପିକ୍ସ୍‌। ହକିର ମୈଦାନ୍‌ରେ ମୁହାଁମୁହିଁ ହୋଇଥା’ନ୍ତି ଜର୍ମାନ୍‌ ଆଉ ଭାରତ। ଭାରତୀୟ ଦଳର ନେତୃତ୍ୱ ନେଉଥା’ନ୍ତି ମେଜର ଧ୍ୟାନ୍‌ଚାନ୍ଦ। ଦୃଢ଼ମନା ଜର୍ମାନ୍‌ର ବିଜୟ ଆଶା ଧ୍ୟାନ୍‌ଚାନ୍ଦଙ୍କ ଯାଦୁକରୀ ହକି ଷ୍ଟିକ୍‌ ପାଖରେ ଧୂଳିସାତ୍‌ ହୋଇଯିବାକୁ ବସିଥାଏ।

ଆଉ ଯେମିତି ବି ହେଉ ଭାରତୀୟ ଟିମ୍‌କୁ ହରାଇବା ପାଇଁ ପଡ଼ିଆରେ ପାଣି ପକାଇ କାଦୁଅ କରି ଦିଆଯାଏ। ଜର୍ମାନ୍‌ ଖେଳାଳିଙ୍କ ପାଖରେ କାଦୁଅରେ ଖେଳି ପାରିବା ଭଳି ଜୋତା ଥାଏ, କିନ୍ତୁ ଭାରତୀୟ ଖେଳାଳିମାନେ ଏଭଲି ପରିସ୍ଥିତିରେ ଖେଳିବା ପାଇଁ କ୍ଷମତା ରଖି ନଥା’ନ୍ତି। ଏହାକୁ ଦେଖି ଧ୍ୟାନଚାନ୍ଦ ଜୋତା କାଢଞି ଖାଲି ପାଦରେ ଖେଳିବାକୁ ଦଳୀୟ ସାଥୀଙ୍କୁ ଆହ୍ୱାନ୍‌ ଦିଅନ୍ତି। ଆଉ ଏହା ଟନିକ୍‌ ଭଳି କାମ କରିବା ପରେ ଭାରତୀୟ ଦଳ ୮-୧ ଗୋଲ୍‌ରେ ମ୍ୟାଚ୍‌ ବିଜୟୀ ହୋଇଥିଲା।

ଯାଦୁକରଙ୍କ ଖେଳରେ ଜର୍ମାନ୍‌ର ତତ୍କାଳୀନ ଶାସକ ହିଟ୍‌ଲର୍‌ ଏଭଳି ପ୍ରଭାବିତ ହୁଅନ୍ତି ଯେ ଧ୍ୟାନଚନ୍ଦଙ୍କୁ ପ୍ରଲୋଭନ ଦେଖାଇ ଭାରତ ଛାଡ଼ି ଜର୍ମାନ୍‌ ଚାଲି ଆସିବା ପାଇଁ ଉଚ୍ଚ ଦରମାରେ ନିଯୁକ୍ତି ଦେବାକୁ ପ୍ରଲୋଭନ କରିଥିଲେ। କିନ୍ତୁ ଦେଶଭକ୍ତ ଧ୍ୟାନଚନ୍ଦ ଏଭଳି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ସହ ବେଶ୍ ନମ୍ରତାର ସହ କହିଥିଲେ ଯ ‘ମୋ ଦେଶ ମୋ ମା’, ମୁଁ ଭାରତ ଛାଡ଼ି କୁଆଡ଼େ ବି ଯାଇ ପାରିବିନି”। ଶେଷରେ ହିଟଲ୍‌ରଙ୍କୁ ନିରାଶ ହେବାକୁ ହି ପଡ଼ିଥିଲା।



from Odisha Reporter https://ift.tt/2QyMrtH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages