ଆଜି ବଛା ହେବେ ରାଜସ୍ଥାନ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 13, 2018

ଆଜି ବଛା ହେବେ ରାଜସ୍ଥାନ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ !

ନୂଆଦିଲ୍ଲୀ: କଂଗ୍ରେସ ଦିନ ତମାମ ହାଇଡ୍ରାମା କରିବା ପରେ ଗୁରୁବାର ବିଳମ୍ବିତ ରାତିରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ କମଲନାଥଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲା। ତେବେ ଏଯାଏ ରାଜସ୍ଥାନ ଓ ଛତିଶଗଡ଼ରେ କିଏ ମୁଖ୍ୟମନ୍ତ୍ରୀ ହେବ, ସେକଥା ଦଳର ହାଇକମାଣ୍ଡ ସ୍ଥିର କରିପାରିନାହାନ୍ତି। ଯାହା ଖବର ମିଳିଛି ଆଜି ସନ୍ଧ୍ୟା ସୁଦ୍ଧା ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାଁ ସାମ୍ନାକୁ ଆସିବ। ଏନେଇ ଗତକାଲି ବିଳମ୍ବତି ରାତି ଯାଏ କଂଗ୍ରେସ ଶିବିରରେ ମାରାଥନ ଆଲୋଚନା ଚାଲିଥିଲା।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପାଇଁ ଅଶୋକ ଗେହଲଟ ଏବଂ ସଚିନ୍‌ ପାଇଲଟ୍‌ ଥିବା ବେଳେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପାଇଁ ୩ ଜଣ ଦାବିଦାର ରହିଛନ୍ତି।

ବିଶେଷ କରି ରାଜସ୍ଥାନରେ କଂଗ୍ରେସ କାହାକୁ ମୁଖ୍ୟମନ୍ତ୍ରୀ କରିବ, ତାକୁ ନେଇ ଅଡ଼ୁଆରେ ପଡ଼ିଛି। କାରଣ ସଚିନ୍‌ ପାଇଲଟ୍‌ ଯୁବଗୋଷ୍ଠୀଙ୍କ ପସନ୍ଦ ହୋଇଥିବା ବେଳେ ଅଶୋକ ଗେହେଲଟ୍‌ଙ୍କ ପାଖରେ ଅଭିଜ୍ଞତା ରହିଛି।

ସେହିପରି ଉଭୟ ନେତାଙ୍କ ସମର୍ଥକମାନେ ତାଙ୍କ ପ୍ରିୟନେତା ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଦାବି କରୁଛନ୍ତି। ଏପରି ସ୍ଥିତିରେ କଂଗ୍ରେସ ଅଧ୍ୟକ୍ଷ ଯାହାକୁ ବି ବାଛିଲେ ଦଳୀୟ କନ୍ଦଳ ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ଗୁରୁବାର ବିଳମ୍ବିତ ରାତିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ତାଙ୍କ ବସଭବନକୁ ସଚିନ ପାଇଲଟଙ୍କୁ ଡାକି ୱାନ୍‌ ଟୁ ୱାନ୍‌ ଆଲୋଚନା କରିଥିଲେ।

ଏହାପୂର୍ବରୁ ଗୁରୁବାର ସକାଳେ ମଧ୍ୟ ସେ ଅଶୋକ ଗେହେଲଟ୍‌ ଏବଂ ସଚିନ୍‌ଙ୍କ ସହ ବୈଠକ କରିଥିଲେ। ହେଲେ ପୁଣି ସଚିନ୍‌ଙ୍କୁ ବିଳମ୍ବିତ ରାତିରେ ବାସଭବନକୁ ଡାକିବା କେଉଁଠି ନା କେଉଁଠି ଦ୍ୱନ୍ଦ୍ୱ ରହିଥିବା କଥାକୁ ସୂଚାଉଛି। ଗତକାଲି ଏହି ବୈଠକରେ ରାଜସ୍ଥାନର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କେସି ଭେନୁଗୋପାଲ ମଧ୍ୟ ଉପସ୍ଥିତ ରହିଥିଲେ। ବୈଠକ ସମ୍ପର୍କରେ ସେ କହିଛନ୍ତି, “ ନେତା ବାଛିବା ସହଜ ନୁହେଁ। କିନ୍ତୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ କିଏ ହେବ ସେକଥା ଶୁକ୍ରବାର ସମସ୍ତଙ୍କୁ ଜଣାଇ ଦିଆଯିବ।

ମିଳିଥିବା ସୂଚନା ଅନୁଯାୟୀ, ରାଜସ୍ଥାନର ୭୫ % ବିଧାୟକ ଅଶୋକ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି। ତେଣୁ ରାହୁଲ ଗାନ୍ଧି ବରିଷ୍ଠ ନେତା ଅଶୋକ ଗେହେଲଟଙ୍କୁ ହିଁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ଛତିଗଡ଼ରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଟିଏସ୍‌ ସିଂହ ଦେଓ, ଭୂପେଶ ବାଘେଲ ଏବଂ ତାମ୍ବ୍ରଧ୍ୱଜ ସାହୁ ରହିଛନ୍ତି। ଏମାନଙ୍କ ମଧ୍ୟରୁ ତାମ୍ୱ୍ରଧ୍ୱଜ ଗତକାଲି ଠାରୁ ଦିଲ୍ଲୀରେ ଡେରା ପକାଇ ରହିଛନ୍ତି। ସେହିପରି ରାହୁଲ ଗାନ୍ଧି ଅନ୍ୟତମ ଦୁଇ ଦାବିଦାର ଶ୍ରୀ ସିଂହଦେଓ ଏବଂ ବାଘେଲଙ୍କୁ ଦିଲ୍ଲୀ ଡକାଇଛନ୍ତି। ଆଜି ଏହି ୩ ନେତାଙ୍କ ସହ ରାହୁଲ ୱାନ୍‌ ଟୁ ୱାନ୍‌ ଆଲୋଚନା କରିବେ। ଏହାପରେ କାହା ମୁଣ୍ଡରେ ହାତୀ ସୁନାକଳସୀ ଢାଳିବ, ତାହା ଜଣାପଡ଼ିବ।



from Odisha Reporter https://ift.tt/2LfXdA1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages