ଘରେ ପ୍ରସ୍ତୁତ କରନ୍ତୁ ଲେମ୍ବୁ ମାଛ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 23, 2018

ଘରେ ପ୍ରସ୍ତୁତ କରନ୍ତୁ ଲେମ୍ବୁ ମାଛ

ଆବଶ୍ୟକ ସାମଗ୍ରୀ: କଟା ରୋହି ମାଛ, କଟା ପିଆଜ, କଟା ରସୁଣ, କଟା ଅଦା, କଟା ଟମାଟୋ, କଟା କଞ୍ଚା ଲଙ୍କା, ତେଲ, ଲୁଣ, ହଳଦୀ, କଟା ଲେମ୍ବୁ, ଗୋଟା ଲମ୍ବୁପତ୍ର ପତ୍ର, ପାଣି

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛକୁ ଧୋଇ ସେଥିରେ ଲୁଣ ହଳଦୀ ଗୋଳାଇ ରଖିଦିଅନ୍ତୁ। ତା’ପରେ ଚୁଲିରେ କଡ଼େଇ ବସାଇ ତେଲ ପକାନ୍ତୁ। ତେଲ ଗରମ ହେବା ପରେ ସେଥିରେ ଜିରା ପକାନ୍ତୁ। ଜିରା ଫୁଟିଯିବା ପରେ କଟା ଟମାଟୋ ପକାନ୍ତୁ। ଟମାଟେ ଭଲ ଭାବେ ଭାଜି ହୋଇଯିବା ପରେ ସେଥିରେ ପିଆଜ, କଟା ଅଦା ଓ କଟା ରସୁଣ ପକାଇ ଭଲ ଭାବେ ଭାଜନ୍ତୁ।

ପିଆଜ, ଅଦା ଓ ରସୁଣ ସିଝିବା ପାଇଁ ଘୋଡ଼ଣୀ ଘୋଡ଼ାଇ ପାରିବେ। ମସଲା ଭାଜି ହୋଇଯିବା ପରେ ମାଛ ପକାଇ ତାକୁ ଏପଟ ସେପଟ କରି ଲେଉଟାଇ ଭାଜନ୍ତୁ। ଏହାପରେ ଲେମ୍ବୁ ପତ୍ର ଭିଜା ହୋଇଥିବା ପାଣିକୁ ସେଥିରେ ପକାନ୍ତୁ। ମନେ ରଖିବେ ଲେମ୍ବୁ ପତ୍ର ପକେଇବେନି ଖାଲି ଲମ୍ବୁପତ୍ର ପାଣି ପକେଇବେ। ଏହାପରେ ସେଥିରେ ଆବଶ୍ୟକ ମୁତାବକ ଲୁଣ ଓ ହଳଦୀ ପକାନ୍ତୁ। ମଛ ସିଝିବା ପାଇଁ ଘୋଡ଼ଣୀ ଘୋଡ଼େଇ ଦିଅନ୍ତୁ।  ମାଛ ସିଝିଯିବାପରେ ଲେମ୍ବୁରୁ ମଞ୍ଜି ବାହାର କରି ଲେମ୍ବୁ ରସକୁ ସେଥିରେ ପକାଇ ଗୋଳେଇ ଦିଅନ୍ତୁ। ତାପରେ ଏହାକୁ  ଚୁଲିରୁ ଓହ୍ଲାଇ ଦେଇ ନିଜେ ଖାଆନ୍ତୁ ଅନ୍ୟକୁ ଖୁଆନ୍ତୁ।



from Odisha Reporter http://bit.ly/2EKqYIW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages