
ନୂଆଦିଲ୍ଲୀ: ନିକଟରେ ସରିଛି ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ର ବିଧାନସଭା ନିର୍ବାଚନ। ଏବେ ଫଳାଫଳକୁ ଅପେକ୍ଷା। ହେଲେ ନିର୍ବାଚନ ପାଇଁ ଦିନ ରାତି ଧାଁ ଦୌଡ଼ କରିଥିବା ନେତାମାନଙ୍କ ମଧ୍ୟରୁ ଏବେ କିଛି ନେତା ପରିବାର ସହ ସମୟ ବିତାଉଥିବା ବଳେ ଆଉ କିଛି ନେତା ଘନଘନ ବୈଠକରେ ବ୍ୟସ୍ତ ରହୁଛନ୍ତି। ଆସନ୍ତୁ ଜାଣିବା, କେଉଁ ନେତା କେମିତି ସମୟ କାଟୁଛନ୍ତି।
ନିର୍ବାଚନ ସରିବା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ପରିବାର ସହ ତିନି ଦିନ ଛୁଟି କାଟିବା ପାଇଁ ବାନ୍ଧବଗଡ଼ ଟାଇଗର ରିଜର୍ଭ ଯାଇଥିଲେ। ଏବେ ସେଠାକାର ଏକ ଫଟୋ ସାମ୍ନାକୁ ଆସିଛି। ଏହି ଫଟୋରେ ଦେଖିବାକୁ ମିଳିଛି ଶିବରାଜ ସିଂହ ଚୌହ୍ୱାନ ତାଙ୍କ ପତ୍ନୀ ସାଧନା ସିଂହଙ୍କ ସହ ମିଶି ପରଠା ସେକୁଛନ୍ତି।
ସେହିପରି କଂଗ୍ରେସ ନେତା କମଳନାଥ ବିଜୟ ଆଶାୟୀ ପ୍ରାର୍ଥୀଙ୍କୁ ସାକ୍ଷାତ କରି ତାଙ୍କ ମତାମତ ନେଉଛନ୍ତି। ଏଥିସହ ନିର୍ବାଚନ ସରିବା ପରେ ସେ ଇଭିଏମ୍ ମେସିନ୍ରେ ତ୍ରୁଟି ଥିବା ଅଭିଯୋଗ ଥିବା ନେଇ ସାମ୍ୱାଦିକ ସମ୍ମିଳନୀ କରିଥିଲେ।
ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ଗୌର ନିର୍ବାଚନ ସରିବା ପରେ ଭୋପାଳର ଗୋବିନ୍ଦପୁରା ସ୍ଥିତ ଘରେ ସମୟ ବିତାଉଛନ୍ତି। ଏଥିସହ ସେ କର୍ମୀ ଓ ନେତାଙ୍କୁ ସାକ୍ଷାତ କରୁଛନ୍ତି।
ତେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ କିନ୍ତୁ ନିର୍ବାଚନ ସରିବା ପରେ ଛୁଟିରେ ନ ଯାଇ ନିଜ କାମ ଉପରେ ଫୋକସ୍ ରଖିଛନ୍ତି। ସେ ଗତ ଦୁଇ ଦିନ ହେବ କୋର ଗ୍ରୁପ୍ ବୈଠକ କରି ଗୋଟିଏ ଗୋଟିଏ ଆସନର ଫଳାଫଳ କଣ ହେବ ସେ ସମ୍ପର୍କରେ ଦଳୀୟ ନେତାଙ୍କ ମତାମତ ନେଉଛନ୍ତି।
ଅନ୍ୟପକ୍ଷରେ ରାଜସ୍ଥାନର ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ସଚିନ୍ ପାଇଲଟ୍ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଦଳୀୟ କାମରେ ବ୍ୟସ୍ତ ଅଛନ୍ତି। ଏହି ଦୁଇ ନେତା ଦୁଇ ଦିନ ହେବ ଦିଲ୍ଲୀରେ ଅଛନ୍ତି। ସେମାନେ ପ୍ରତିଟି ସିଟ୍ ଉପରେ ଆଶାୟୀ ପ୍ରାର୍ଥୀଙ୍କ ମତାମତ ନେଉଛନ୍ତି। ଏମାନେ ରାହୁଲ ଗାନ୍ଧିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ନିର୍ବାଚନ ସରିବା ଓ ତା’ପରେ ଏକଜିଟ୍ ପୋଲ ଆସିବା ପରେ ନିଶ୍ଚିନ୍ତ ହୋଇ ବୁଲୁଥିବା ଦେଖିବାକୁ ମିଳିଛି। ସେ ନିର୍ବାଚନ ସରିବା ପରେ ଦିଲ୍ଲୀ ଓ ଛତିଶଗଡ଼ ଘରେ ରହିଥିଲେ। ଏହାସହ ପତ୍ନୀ , ପୂଅ ଓ ବୋହୂ ସହ ମିଶି ଫିଲ୍ମ ଦେଖିବାକୁ ଯାଇଥିଲେ। ଏଥିସହ ସେ ମନ୍ଦିର ଯାଇଥିବା ଜଣାପଡ଼ିଛି।
from Odisha Reporter https://ift.tt/2B5qdG5
No comments:
Post a Comment