ମଉଳିଲା ମହାନଦୀ ବିବାଦର ଆପୋସ ସମାଧାନ ଆଶା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 30, 2018

ମଉଳିଲା ମହାନଦୀ ବିବାଦର ଆପୋସ ସମାଧାନ ଆଶା

mahanadi

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାନଦୀ ଉପରେ ଛତିଶଗଡ଼ବାସୀଙ୍କ ପୂର୍ଣ୍ଣ ଅଧିକାର ରହିଛି। ମାମଲା ଟ୍ରିବ୍ୟୁନାଲରେ ବିଚାରାଧୀନ ଥିବାରୁ ସରକାର ତାଙ୍କ ପକ୍ଷ ରଖିବେ। ଆଜି ଏପରି ମନ୍ତବ୍ୟ ଦେଇଛନ୍ତି ଛତିଶଗଡ଼ରେ ନବଗଠିତ କଂଗ୍ରେସ ସରକାରଙ୍କ ଜଳସମ୍ପଦ ମନ୍ତ୍ରୀ ରବୀନ୍ଦ୍ର ଚୌବେ। ସରକାର ବଦଳିବା ପରେ ମହାନଦୀ ସମସ୍ୟା ସମାଧାନ ନେଇ ଯେଉଁ ଆଶା ଟିକେ ଉଦୟ ହୋଇଥିଲା ମନ୍ତ୍ରୀଙ୍କ ଏହି ବୟାନ ପରେ ସେଥିରେ ପାଣି ପଶି ଯାଇଛି। ଏପରିକି ଖୋଦ ରାଜ୍ୟ କଂଗ୍ରେସର ନେତାମାନେ ବି ମହାନଦୀ ବିବାଦର ଆପୋସ ସମାଧାନ ନେଇ ଆଶଙ୍କାରେ ପଡ଼ିଯାଇଚନ୍ତି।

ମହାନଦୀ ଜଳ ବିବାଦକୁ ନେଇ ଛତିଶଗଡ଼ର ନୂଆ କୃଷି ଓ ଜଳସମ୍ପଦ ମନ୍ତ୍ରୀ ରବୀନ୍ଦ୍ର ଚୌବେ ଦେଇଛନ୍ତି ରୋକଠୋକ୍ ମନ୍ତବ୍ୟ। କହିଛନ୍ତି, “ମହାନଦୀ ଉପରେ ରହିଛି ତାଙ୍କ ରାଜ୍ୟର ପୂର୍ଣ୍ଣ ଅଧିକାର। ଉତ୍ପତ୍ତି ସ୍ଥଳରୁ ଶେଷ ଯାଏ, ମହାନଦୀ କେବଳ ଛତିଶଗଡ଼ର।”

ଶ୍ରୀ ଚୌବେଙ୍କ ଏଭଳି ଯୁକ୍ତି ପରେ ଏବେ ଓଡ଼ିଶାରେ ମହାନଦୀର ଭାଗ୍ୟକୁ ନେଇ ପୁଣି ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱାତ୍ମକ ସ୍ଥିତି। ସରକାର ବଦଳିଲେ ଓଡ଼ିଶାରେ ମହାନଦୀ ପୁଣି ଚିରସ୍ରୋତା ହେବା ନେଇ ଯେଉଁ ସମ୍ଭାବନା ସୃଷ୍ଟି ହୋଇଥିଲା ତାକୁ ନେଇ ଉପୁଜିଛି ଆଶଙ୍କା।

ନିକଟରେ ରମଣ ସିଂହ ସରକାରର ପତନ ଘଟାଇ ଛତିଶଗଡ଼ରେ କଂଗ୍ରେସ କ୍ଷମତାକୁ ଫେରିବା ପରେ ଆପୋସ ଆଲୋଚନା ମାଧ୍ୟମରେ ମହାନଦୀ ବିବାଦର ସମାଧାନ ନେଇ ଅଧିକ ଆଶାବାଦୀ ହୋଇପଡିଥିଲା ଓଡ଼ିଶା କଂଗ୍ରେସ। ତେବେ ଛତିଶଗଡ଼ ଜଳସମ୍ପଦ ମନ୍ତ୍ରୀଙ୍କ ଏଭଳି ବୟାନ ପରେ ଆଉ ଏହା ସମ୍ଭବ କି ବୋଲି ପ୍ରଶ୍ନର ଉତ୍ତରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, “ଏନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛି। ବୈଷୟିକ ସ୍ତରରେ ଏହାର ସମାଧାନ ନେଇ ମୁଁ ଏବେ ବି ଆଶାବାଦୀ।”

ବିଜେପି ଚିରାଚରିତ ଢଙ୍ଗରେ ମହାନଦୀର ବୁନ୍ଦାଏ ପାଣି ପାଇଁ ସାଲିସ କରାଯିବ ନାହିଁ ବୋଲି କହିଛି। ତେଣେ ବିଜେଡି କହିଛି, କଂଗ୍ରେସ ଓ ବିଜେପିର ଆଭିମୁଖ୍ୟ ସମାନ। ତେଣୁ ମହାନଦୀ ପାଇଁ ଟ୍ରିବ୍ୟୁନାଲରେ ଲଢ଼େଇ ଜାରି ରହିବ।

ଗତ ୧୫ ତାରିଖରେ ମହାନଦୀ ଟ୍ରିବ୍ୟୁନାଲରେ ଜଳ ବିବାଦ ମାମଲାର ଶୁଣାଣି ହୋଇଥିଲା। ୨ସପ୍ତାହ ଭିତରେ ଓଡ଼ିଶାକୁ ସତ୍ୟପାଠ ଜରିଆରେ ୨୦ ବର୍ଷର ଜଳପ୍ରବାହ ନେଇ ବିସ୍ତୃତ ତଥ୍ୟ ମାଗିଛନ୍ତି ଟ୍ରିବ୍ୟୁନାଲ। ଓଡ଼ିଶାର ସତ୍ୟପାଠ ଦାଖଲ ପରେ ପ୍ରତି ଜବାବ ଦାଖଲ କରିବ ଛତିଶଗ଼ଡ଼।



from Odisha Reporter http://bit.ly/2AnXSey

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages