ସ୍ତ୍ରୀର ତଣ୍ଟି କାଟିଲେ, ନିଜେ ଝୁଲି ପଡ଼ିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 17, 2018

ସ୍ତ୍ରୀର ତଣ୍ଟି କାଟିଲେ, ନିଜେ ଝୁଲି ପଡ଼ିଲେ

murder

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବାଗଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ତଣ୍ଟି କାଟି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଦ୍ୱୟ ହେଲେ ବାଙ୍କିଆ ସେଠୀ ତାଙ୍କ ସ୍ତ୍ରୀ ନୟନି।

ପାରିବାରିକ କଳହରୁ ଏମିତି ଏକ ଘଟଣା ଘଟିଥିବା ଜଣାପଡ଼ିଛି। ପୁଲିସ୍ ମୃତଦେହ ଜବତ କରିଛି ଓ ଘଟଣାର ତଦନ୍ତ କରୁଛି।

ବାଙ୍କିଆ ଓ ନୟନି ବାଗଡ଼ା ଗାଁରେ ଏକ ଭଡ଼ା ଘରେ ରହୁଥିଲେ। କିଛି ଦିନ ହେଲା ସେମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ଲାଗି ରହିଥିଲା।

ଆଜି ସକାଳେ ବାଙ୍କିଆ ଏକ ଧାରୁଆ ଅସ୍ତ୍ରରେ ନୟନିଙ୍କ ବେକକୁ କାଟି ଦେଇଥିଲେ। ସେ ଜୋରରେ ପାଟି କରିବାରୁ ଗାଁ ଲୋକେ ଦୌଡ଼ି ଆସିଥିଲେ। ତାଙ୍କୁ ପ୍ରଥମେ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଗାଁଲୋକେ ତାଙ୍କୁ ବାଗଡ଼ା ନ ନେଇ ତାଙ୍କ ବାପ ଘର ଓଡ଼ାସିଙ୍ଗି ଗାଁକୁ ନେଇ ଯାଇଥିଲେ।

ଅନ୍ୟପକ୍ଷରେ ବାଙ୍କିଆ ବାଗଡ଼ା ଗାଁର ଭଡ଼ା ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ବାଙ୍କିଆ ଓ ନୟନିଙ୍କର ଏକ ଦେଢ଼ ବର୍ଷର ପୁଅ ଅଛି।



from Odisha Reporter https://ift.tt/2Ci1G2j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages