ଶ୍ରୀକାନ୍ତଙ୍କ ଭବିଷ୍ୟବାଣୀ: ରାଜ୍ୟରେ କଂଗ୍ରେସ ପଙ୍ଗୁ ହୋଇଯିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 7, 2018

ଶ୍ରୀକାନ୍ତଙ୍କ ଭବିଷ୍ୟବାଣୀ: ରାଜ୍ୟରେ କଂଗ୍ରେସ ପଙ୍ଗୁ ହୋଇଯିବ

jena

ଭୁବନେଶ୍ୱର: ଗତକାଲି ରାଜ୍ୟ କଂଗ୍ରେସ ଇସ୍ତାହାର କମିଟିରୁ ବିଦା ହେବା ଓ ଆଜି ତୁଙ୍ଗ ନେତାଙ୍କ କଟାକ୍ଷର ସମ୍ମୁଖୀନ ହେବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ୍‌ ନେତା ଶ୍ରୀକାନ୍ତ ଜେନା ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି। ଇସ୍ତାହାର ମୁଖବନ୍ଧକୁ ନେଇ ସେ ଦେଇଥିବା ପ୍ରସ୍ତାବକୁ ଦଳ ଗ୍ରହଣ ନକଲେ ରାଜ୍ୟରେ ପଙ୍ଗୁ ହୋଇଯିବ ବୋଲି କହି ଦଳୀୟ ନେତାଙ୍କୁ ଏହାକୁ କାର୍ଯ୍ୟକାରୀ କରିବାକୁ ଆହ୍ୱାନ ଦେଇଛନ୍ତି। ଏହାସହ ରାଜ୍ୟରେ ଚାଲି ଆସିଥିବା ଦୁଇଟି ପରିବାରର ଶାସନ ଧାରକୁ ରୋକିବାକୁ ଜନସାଧାରଣଙ୍କୁ ଆହ୍ବାନ କରିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀକାନ୍ତ ରାଜ୍ୟ ପ୍ରଦେଶ କଂଗ୍ରେସ୍‌ ନେତୃତ୍ୱ ବିରୋଧରେ ବିଷୋଦଗାର କରିଛନ୍ତି।

ସେ କହିଛନ୍ତି, “ଇସ୍ତାହାର କମିଟି ଅଧ୍ୟକ୍ଷ ହେବା ପରେ ଏକ ମୁଖବନ୍ଧ ପ୍ରସ୍ତୁତ କରି ପ୍ରଦେଶ କମିଟି ସଦସ୍ୟ ଓ ଏଆଇସିସି ସଦସ୍ୟଙ୍କ ପାଖକୁ ପଠାଇଥିଲି। ରାଜ୍ୟରେ ପୁଣି ଥରେ ଦଳକୁ ମଜଭୁତ କରିବା ଓ କ୍ଷମତାକୁ ଫେରାଇବା ପାଇଁ ତିନିଟି ପ୍ରସ୍ତାବ ଦେଇଥିଲି।

“ପ୍ରଥମ ପ୍ରସ୍ତାବ ଥିଲା, ୨୦୧୯ରେ କଂଗ୍ରେସ କ୍ଷମତାକୁ ଆସିଲେ, ଦଳିତ, ଆଦିବାସୀ ଓ ପଛୁଆ ବର୍ଗ ନେତାଙ୍କ ମଧ୍ୟରୁ ଗୋଟିଏ ବର୍ଗର ଜଣଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ। ଅନ୍ୟ ଦୁଇ ବର୍ଗର ନେତାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବ। କାରଣ ଏହି ତିନି ବର୍ଗର ଲୋକଙ୍କ ସଂଖ୍ୟା ଓଡ଼ିଶାରେ ୯୪ ପ୍ରତିଶତ। ଏହି ବର୍ଗର ଲୋକେ ରାଜନୈତିକ କ୍ଷମତାରୁ ବହୁତ ଦିନ ହେଲା ବଞ୍ଚିତ ହୋଇ ରହିଛନ୍ତି। ଦ୍ୱିତୀୟ ପ୍ରସ୍ତାବ ଥିଲା, ଯେଉଁ ଖଣି ମାଫିଆ ଲକ୍ଷ ଲକ୍ଷ କୋଟି ଟଙ୍କା ଲୁଟିଛନ୍ତି ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯାଉ। ଉକ୍ତ ସମ୍ପତ୍ତିକୁ ଓଡ଼ିଶାର ବିକାଶରେ ଲଗାଯାଉ ଓ ସେମାନଙ୍କୁ ଜେଲ୍‌କୁ ପଠାଯାଉ। ତୃତୀୟରେ ଥିଲା ଉଚ୍ଚଶିକ୍ଷା ବିଶେଷ କରି ମେଡିକାଲ, ଇଂଜିନିୟରିଂ ଓ ଟେକ୍ନିକାଲରେ ଆଦିବାସୀ, ଦଳିତ ଓ ପଛୁଆବର୍ଗର ପିଲାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବା। ଏପରି ସଂରକ୍ଷଣ ଦେଶର ସବୁ ରାଜ୍ୟରେ ଥିବା ବେଳେ ଓଡ଼ିଶାରେ ଦିଆଯାଇନାହିଁ।

“ସାମାଜିକ ଓ ଅର୍ଥନୈତିକ ନ୍ୟାୟ ଏବଂ ରାଜନୈତିକ ଶକ୍ତି କଥା ମୁଁ ମୁଖବନ୍ଧରେ ରଖିବାକୁ କହିଥିଲି। ହେଲେ ସେତେବେଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଓ ଅନ୍ୟ କିଛି ନେତା ଏହାକୁ ପସନ୍ଦ କରି ନଥିଲେ। କିଛିଦିନ ପରେ ଏଆଇସିସିର ରାଜ୍ୟ ସମ୍ପାଦକ ଜିତେନ୍ଦ୍ର ସିଂହ ମୋତେ ଚିଠି ଲେଖି ଏକଥା ବାହାରେ ପ୍ରକାଶ ନକରିବାକୁ କହିଥିଲେ।”

ଖଣି ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚାହୁଁନି ଦଳ

ଶ୍ରୀକାନ୍ତ କହିଛନ୍ତି, “ମୁଖବନ୍ଧରେ ଯାହା ପରାମର୍ଶ ଦେଇଥିଲି ସେଗୁଡିକ କାର୍ଯ୍ୟକାରୀ ହେଲେ ଦଳ ଶକ୍ତିଶାଳୀ ହୋଇପାରିବ। ଆମଠାରୁ ଦୂରେଇ ଯାଇଥିବା ଏହି ବର୍ଗର ଲୋକେ ପୁଣି ଆମକୁ ବିଶ୍ୱାସ କରିବା ସହ କଂଗ୍ରେସକୁ କ୍ଷମତାକୁ ଆଣିବାରେ ସହାୟକ ହୋଇପାରିବେ। ହେଲେ ଦଳରେ ଥିବା କିଛି ଲୋକ ଏପରି ଚାହୁଁ ନଥିବା ପରି ଲାଗୁଛି।” ସେ ଅଭିଯୋଗ କରି କହିଛନ୍ତି, “ସାମାଜିକ ଓ ଅର୍ଥନୈତିକ ନ୍ୟାୟ ଏବଂ ରାଜନୈତିକ ଶକ୍ତି କଥା ମୁଁ ମୁଖବନ୍ଧରେ ରଖିବାକୁ କହିଥିଲି। ହେଲେ ମୋତେ ଗତକାଲି କମିଟିରୁ ବାହାର କରିଦିଆଗଲା। ଏପରି କରି ପ୍ରଦେଶ କଂଗ୍ରେସ୍‌ କମିଟି ଜଣାଇ ଦେଲା ଖଣି ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ଚାହୁଁନାହିଁ। ଏହାସହ ୯୪ ପ୍ରତିଶତ ଓଡ଼ିଆଙ୍କୁ କ୍ଷମତା ଦେବାକୁ ମଧ୍ୟ ଚାହୁଁ ନାହାନ୍ତି।”

ଗାଁ ଗାଁରେ ବାକ୍ସ ବସି ଜନମତ ନିଆଯିବ

ଏହି ଅବସରରେ ଶ୍ରୀକାନ୍ତ ଦୁଇ ପଟ୍ଟନାୟକ ପରିବାରକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଓଡ଼ିଶାରେ ଦୁଇଟି ପରିବାର ୪୦ ବର୍ଷ ଶାସନ କଲେଣି। ଏବେ ବି ଶାସନ କରୁଛନ୍ତି। ରାଜ୍ୟର ୯୪ ଭାଗ ଲୋକ ପରିବର୍ତ୍ତନ ଚାହିଁଛନ୍ତି। ଜଣେ ପ୍ରକୃତ କଂଗ୍ରେସ ନେତା ଭାବେ ଏହି ଘଟଣାକୁ ନେଇ ପ୍ରତି ଗାଁକୁ ଯିବି। ଜନମତ ନିଆଯିବ। ପ୍ରତି ଗାଁରେ ଜନମତ ବାକ୍ସ ବସାଯାଇ ଦୁଇଟି ପରିବାର ନା ୯୪ ପ୍ରତିଶତ ଲୋକ ରାଜ୍ୟକୁ ଶାସନ କରିବେ, ତାହାର ମତାମତ ନିଆଯିବ। ଏହାପରେ ରାହୁଲ ଗାନ୍ଧି ଜାଣି ପାରିବେ ଓଡ଼ିଶାର ବାସ୍ତବ ସ୍ଥିତି କ’ଣ।”

ଚେତାବନୀ ଦେଇ ଶ୍ରୀ ଜେନା କହିଛନ୍ତି, ଏପରି ମୁଖବନ୍ଧକୁ ଗ୍ରହଣ ନକରି କଂଗ୍ରେସ୍‌ ବିଜେପିକୁ ପ୍ରୋତ୍ସାହିତ କରୁଥିବା ବେଳେ ଆମେ କେବଳ ନୀରାବଦ୍ରଷ୍ଟା ହୋଇଯିବ। ବିଜେପି ଶାସନରୁ ଓଡ଼ିଶାକୁ ରକ୍ଷା କରିବା ଓ ବିଜେଡିକୁ ବାହାର କରିବାକୁ ହେଲେ ଦଳ ଏ କାର୍ଯ୍ୟକ୍ରମ ହାତକୁ ନନେଲେ ରାଜ୍ୟରେ କଂଗ୍ରେସ ପଙ୍ଗୁ ହୋଇଯିବ ବୋଲି ଶ୍ରୀକାନ୍ତ ଚେତାବନୀ ଦେଇଛନ୍ତି।

ପ୍ରଶ୍ନବାଣ

ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ହଟାଯିବା ପରେ ଓ ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗ ଆସିବା ପରେ ଶ୍ରୀକାନ୍ତ ଦଳୀୟ ନେତାଙ୍କୁ ପ୍ରଶ୍ନବାଣ ମାରିଛନ୍ତି। ସେ କହିଛନ୍ତି, “ମୁଁ ଦଳ ବିରୋଧୀ ବୋଲି ଯଦି ଭାବୁଛନ୍ତି, ଏଥିରେ କିଛି କହିବାର ନାହିଁ। ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ଲୋକଙ୍କ ପାଇଁ କହିବା କ’ଣ ଦଳ ବିରୋଧୀ ଥିଲା ? ଏହି ବର୍ଗର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ କରିବାକୁ କହିବା କ’ଣ ଦଳ ବିରୋଧୀ ଥିଲା ? ଆଦିବାସୀ ଝିଅ ଦୁଷ୍କର୍ମର ଶିକାର ହୋଇ ନ୍ୟାଇ ନପାଇ ଆତ୍ମହତ୍ୟା କରିଲେ। ମୁଖ୍ୟମନ୍ତ୍ରୀ ନିଜ ପୁଲିସ୍‌ ଅଫିସରଙ୍କୁ ବଞ୍ଚାଇଲେ ଓ ଏହାର ପ୍ରତିବାଦରେ କୃଷ୍ଣ ସଗରିଆ ବିଧାୟକ ପଦରୁ ଇସ୍ତଫା ଦେଲେ, ଏହା କ’ଣ ଦଳ ବିରୋଧୀ ଥିଲା ?

କଂଗ୍ରେସ ବହୁଜନର ଦଳ ହେଉ

କଂଗ୍ରେସକୁ ଶକ୍ତିଶାଳୀ କରିବାକୁ ଉଦ୍ୟମ କରୁଛି। ବହୁଜନଙ୍କୁ ଦଳ ସହ ମିଶାଇବା ମୋର ଲକ୍ଷ୍ୟ। ଦେଶରେ ରାହୁଲ ଗାନ୍ଧି ଓ ରାଜ୍ୟରେ କଂଗ୍ରେସ ଆସିବାକୁ ମୁଁ ଚେଷ୍ଟା କରୁଛି। କଂଗ୍ରେସ୍‌ କିଛି ମୁଷ୍ଠିମୟ ଲୋକଙ୍କର ହୋଇ ନହୋଇ ବହୁଜନଙ୍କର ହେଉ ବୋଲୀ ଶ୍ରୀକାନ୍ତ କହିଛନ୍ତି।



from Odisha Reporter https://ift.tt/2RHPcWQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages