
ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ୍ ମ୍ୟାଚ୍ରେ ଡେବ୍ୟୁ କରି ପ୍ରଥମ ଇନିଂସ୍ରେ ୭୬ ରନ୍ କରିଥିବା କର୍ଣ୍ଣାଟକର ୨୭ ବର୍ଷୀୟ ମୟଙ୍କ ଅଗ୍ରୱାଲ୍ ଇତିହାସ ରଚିଛନ୍ତି। ସେ ୭୧ ବର୍ଷର ଏକ ରେକର୍ଡ ଭାଙ୍ଗିଛନ୍ତି।
ଅଷ୍ଟ୍ରେଲିଆରେ ଟେଷ୍ଟ୍ ପଦାର୍ପଣ ମ୍ୟାଚ୍ରେ ସବୁଠୁ ଅଧିକ ରନ୍ ସଂଗ୍ରହକାରୀ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଯାଇଛନ୍ତି ମୟଙ୍କ। ଏହା ପୂର୍ବରୁ ଦତ୍ତୁ ଫଡ଼କରଙ୍କ ନାଁରେ ଥିଲା ଏହି ରେକର୍ଡ। ୧୯୪୭ ମସିହାରେ ଦତ୍ତୁ ଫଡ଼କର ଅଷ୍ଟ୍ରେଲିଆରେ ଟେଷ୍ଟ୍ ମ୍ୟାଚ୍ ଡେବ୍ୟୁ କରିଥିଲେ ଓ ୫୧ ରନ୍ ମାରିଥିଲେ। ସିଡ୍ନୀ କ୍ରିକେଟ୍ ଗ୍ରାଉଣ୍ଡରେ ସେ ଏହି ରେକର୍ଡ କରିଥିଲେ, ଯାହାକୁ ଆଜି ମୟଙ୍କ ଭାଙ୍ଗି ଦେଇଛନ୍ତି।
୧୯୯୯ ମସିହାରେ ହୃଷିକେଶ କାନିତକର ଅଷ୍ଟ୍ରେଲିଆରେ ତାଙ୍କ କ୍ୟାରିଅରର ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ। ମେଲବର୍ଣ୍ଣରେ ସେ ଏହି ମ୍ୟାଚ୍ ଖେଳିଥିଲେ। ଆଉ ପଦାର୍ପଣ ମ୍ୟାଚ୍ରେ ସେ ୪୫ ରନ୍ କରିଥିଲେ।
ସେହିପରି ଅଷ୍ଟ୍ରେଲିଆରେ ଟେଷ୍ଟ୍ ମ୍ୟାଚ୍ ଡେବ୍ୟୁ କରିଥିବା ଆଉ ଜଣେ ଭାରତୀୟ ଖେଳାଳି ହେଉଛନ୍ତି, ସୈୟଦ ଆବିଦ ଅଲୀ। ୧୯୬୭ରେ ସେ ଅଷ୍ଟ୍ରେଲିଆରେ ଟେଷ୍ଟ୍ ଡେବ୍ୟୁ କରିଥିଲେ। ସେ ପ୍ରଥମ ଇନିଂସ୍ରେ ୩୩ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସ୍ରେ ମଧ୍ୟ ୩୩ ରନ୍ କରିଥିଲେ। ସେ ତାଙ୍କ ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଆଡେଲେଡରେ ଖେଳିଥିଲେ।
ଆଜି ମୟଙ୍କ ଭାରତର ୨୯୫ତମ ଟେଷ୍ଟ୍ ଖେଳାଳି ଭାବେ ଡେବ୍ୟୁ କରିଥିଲେ। ସେ ଓପନିଂ କରିବାକୁ ଯାଇଥିଲେ ଓ ୧୬୧ ବଲ୍ର ସମ୍ମୁଖୀନ ହୋଇ ୮ ଚୌକା ଓ ଗୋଟିଏ ଛକ୍କା ସହାୟତାରେ ୭୬ ରନ୍ କରିଛନ୍ତି।
(ସୌଜନ୍ୟ- ଆଜ୍ତକ୍)
from Odisha Reporter http://bit.ly/2Sm67Pc
No comments:
Post a Comment