ମୋଦିଙ୍କ ଦସ୍ତଖତ ନକଲ କରି ଗିରଫ ହେଲେ ବେକାର ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 29, 2018

ମୋଦିଙ୍କ ଦସ୍ତଖତ ନକଲ କରି ଗିରଫ ହେଲେ ବେକାର ଯୁବକ

ବେଙ୍ଗାଲୁରୁ: ଚାକିରି ପାଇଁ କର୍ଣ୍ଣାଟକା ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ସୁପାରିଶ ଚିଠି ଲେଖିଥିଲେ, ତା’ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦସ୍ତଖତ ସହିତ। ଶେଷରେ ପୁଲିସ ଏଭଳି ଜଣେ ବିଏସ୍‌ସି ସ୍ନାତକଙ୍କୁ ଗିରଫ କରିଛି।

ସଞ୍ଜୟ କୁମାର ନାମକ ଏହି ଛାତ୍ର ସରକାରୀ ଚାକିରି ପାଇଁ ବ୍ୟଗ୍ର ଥିଲେ ଏବଂ ଏପରି କଲେ କାଳେ ଚାକିରି ହୋଇଯିବ ଭାବି ମୋଦିଙ୍କ ଦସ୍ତଖତ ନକଲ କରିଥିଲେ। ହାଇକୋର୍ଟରେ ୩୦ଟି ଟାଇପିଷ୍ଟ ପୋଷ୍ଟ ଖାଲିଥିଲା ।ସେ ନିଜର ଦରଖାସ୍ତ ସହିତ ଏହି ସୁପାରିଶ ଚିଠି ଯୋଡ଼ିଥିଲେ।

ଚିଠିରେ ଲେଖାଥିଲା, ଏହି ପ୍ରାର୍ଥୀଙ୍କୁ ନିଯୁକ୍ତିରେ ଅଗ୍ରୀମ ଅଧିକାର ମିଳୁ। ଜିଠି ପାଇବା ପରେ ଅଧିକାରୀଙ୍କ ସନ୍ଦେହ ଜାତ ହୋଇଥିଲା। ଏହାପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯୋଗାଯୋଗ କରାଯାଇଥିଲା। ପିଏମ୍‌ଓ ପକ୍ଷରୁ ନକରାତ୍ମକ ବାଣୀ ଶୁଣିବାପରେ ସେମାନେ ପୁଲିସ୍‌ରେ ଅଭିଯୋଗ କରିଥିଲେ।

ବେଲ୍‌ଗାଭି ଅଞ୍ଚଳର ଏହି ଯୁବକଙ୍କୁ ଗିରଫ କରାଯିବା ପରେ ହିଁ ତାଙ୍କ ବାପା ମା ଏହି ଅପରାଧ ବାବଦରେ ଜାଣିବାକୁ ପାଇଥିଲେ। ସଞ୍ଜୟ ଏ କାରସାଦି ବାବଦରେ ସାଙ୍ଗମାନଙ୍କୁ କହିଥିଲେ, ଯେଉଁମାନେ କି ସମର୍ଥନ ଜଣାଇଥିଲେ। ସେ ଏହାକୁ ସ୍ପିଡ୍‌ ପୋଷ୍ଟରେ ପଠାଇଥିଲେ ଏବଂ ବ୍ୟଗ୍ର ହୋଇ ବାରମ୍ବାର ଦରଖାସ୍ତ ଓ ଚିଠି ପହଞ୍ଚିଲା କି ନାହିଁ ପଚାରୁଥିଲେ। ସେ କୋର୍ଟ ଯାଇ ଅଧିକାରୀଙ୍କୁ ଭେଟିବାକୁ ମଧ୍ୟ ପ୍ରୟାସ କରିଥିଲେ। କିନ୍ତୁ ଶେଷରେ ଧରାପଡ଼ିଥିଲେ।



from Odisha Reporter http://bit.ly/2VgNDkZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages