
କୋଲକାତା: ଡିଏମ୍କେ ମୁଖ୍ୟ ଏମ୍କେ ଷ୍ଟାଲିନ୍ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନ ମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ ବୋଲି ପ୍ରସ୍ତାବ ଦେବାପରେ ଏହି ପ୍ରସ୍ତାବକୁ ସବୁ ବିରୋଧୀ ଦଳଙ୍କ ସମର୍ଥନ ମିଳିବ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ବାସ୍ତବରେ ଓଲଟା ହୋଇଛି। ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ବିରୋଧୀ ମେଣ୍ଟର ପ୍ରଥମ ଧାଡ଼ିରେ ସ୍ଥାନ ନେଇଥିବା ମମତା ବାନାର୍ଜୀ ଏହି ପ୍ରସ୍ତାବକୁ ଖଣ୍ଡନ କରିବା ସହିତ କହିଛନ୍ତି ସେ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ବର୍ତ୍ତମାନର ସମୟ ଠିକ୍ ନୁହେଁ।
ପ୍ରସ୍ତାବିତ ମେଣ୍ଟ ବାବଦରେ ସେ କହିଥିଲେ, “ମୁଁ ଏଥିରେ ଏକା ନୁହେଁ। ଆମେ ସମସ୍ତେ ଏକାଠି ହୋଇ କାମ କରୁଛୁ। ତେଣୁ ବିଭିନ୍ନ ରାଜନୀତିକ ଦଳମାନେ ମିଳିତଭାବରେ ନେବାକୁ ଥିବା ନିଷ୍ପତ୍ତିକୁ ଆମେ ଗ୍ରହଣ କରିବୁ। କିନ୍ତୁ ବର୍ତ୍ତମାନ ଠିକ୍ ସମୟ ନୁହେଁ। ଆଶା କରିବା ସେହିଦିନକୁ ଯେଉଁଦିନ ଏକ ଭଲ ପରିବର୍ତ୍ତନ ଆସିବ।”
ସୂଚନାଯୋଗ୍ୟ ଯେ ଡିଏମ୍କେ ପ୍ରତିଷ୍ଠାତା ଏମ୍ କରୁଣାନିଧିଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଅବସରରେ ଷ୍ଟାଲିନ୍ କହଥିଲେ, “ଫାଶୀବାଦୀ ମୋଦି ସରକାରଙ୍କୁ ହରାଇବାପାଇଁ ରାହୁଲଙ୍କ ନିକଟରେ ଯୋଗ୍ୟତା ରହିଛି। ଆମକୁ ତାଙ୍କ ହାତମୁଠା ଟାଣ କରିବାକୁ ହେବ।”
from Odisha Reporter https://ift.tt/2RafMej
No comments:
Post a Comment