ମନ୍ତ୍ରୀପଦରୁ ଇସ୍ତଫା ଦେଇପାରନ୍ତି ମହାରଥୀ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 27, 2018

ମନ୍ତ୍ରୀପଦରୁ ଇସ୍ତଫା ଦେଇପାରନ୍ତି ମହାରଥୀ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯେକୌଣସି ମୁହୂର୍ତ୍ତରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ନିଜ ପଦରୁ ଇସ୍ତଫା ଦେବାର ଆଶଙ୍କା ରହିଛି। ପିପିଲି ଗଣଦୁଷ୍କର୍ମ ମାମଲାରେ କୋର୍ଟଙ୍କ ରାୟ ଉପରେ ଶ୍ରୀ ମହାରଥୀ ଦେଇଥିବା ମନ୍ତବ୍ୟ ତାଙ୍କ ପାଇଁ ଅଡ଼ୁଆ ବଢ଼ାଇଛି ।ଉଭୟ କଂଗ୍ରେସ ଓ ବିଜେପି ଏବେ ତାଙ୍କର ଇସ୍ତଫା ଦାବି କରି ରାଜରାସ୍ତାକୁ ଓହ୍ଲାଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଚାପରେ ମନ୍ତ୍ରୀ ଶ୍ରୀ ମହାରଥୀ ନିଜର ବୟାନ ପାଇଁ ଦୁଃଖପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସାଧାରଣ ନିର୍ବାଚନ ପୂର୍ବରୁ କୌଣସି ନୂଆ ବିବାଦ ଭିତରକୁ ଟାଣି ହେବାକୁ ବିଜେଡି ନେତୃତ୍ୱ ଚାହୁଁନାହାନ୍ତି। ରାଜ୍ୟରେ ମହିଳା ଅତ୍ୟାଚାର ବଢ଼ୁଥିବା ଯୋଗୁ ବିରୋଧୀ ଦଳ ଏବେ ସିଧାସଳଖ ସରକାରଙ୍କୁ ଟାର୍ଗେଟ୍ କରୁଥିବାବେଳେ ଶ୍ରୀ ମହାରଥୀ ପିପିଲି ଗଣଦୁଷ୍କର୍ମ ଘଟଣାରେ ଦେଇଥିବା ବୟାନ ସରକାରଙ୍କ ବିରୋଧରେ ଜନଆକ୍ରୋଶ ସୃଷ୍ଟି କରିବ ବୋଲି ବିଜେଡି ଆଶଙ୍କା କରୁଛି। ଏହି କାରଣରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଶ୍ରୀ ମହାରଥୀଙ୍କ ଉପରେ ବିରକ୍ତି ପ୍ରକାଶ କରିବା ସହ ତୁରନ୍ତ ବୟାନକୁ ନେଇ ଦୁଃଖବ୍ୟକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ମନ୍ତ୍ରୀ ଶ୍ରୀ ମହାରଥୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପିପିଲି ଗଣଦୁଷ୍କର୍ମ ରାୟ ପ୍ରସଙ୍ଗରେ ସେ ଦେଇଥିବା ବୟାନ ପାଇଁ ଦୁଃଖପ୍ରକାଶ କରିବା ସହ କାହାରି ମନକୁ ଆଘାତ ଦେବା ତାଙ୍କର ଉଦ୍ଦେଶ୍ୟ ନଥିଲା ବୋଲି କହିଛନ୍ତି।

ତେବେ ଏକ ସୂତ୍ର ଅନୁସାରେ ରାଜ୍ୟରେ ମହିଳାଙ୍କ ପ୍ରତି ବଢ଼ୁଥିବା ଅତ୍ୟାଚାରକୁ ନେଇ ବ୍ୟାକଫୁଟରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ବିରୋଧୀ ଦଳର ଦାବିକୁ ଦୃଷ୍ଟିରେ ରଖି ଶ୍ରୀ ମହାରଥୀଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ଦେଇପାରନ୍ତି। ନିର୍ବାଚନ ପୂର୍ବରୁ ମହିଳାଙ୍କ ମଧ୍ୟରେ ନିଜ ସରକାରର ଭାବମୂର୍ତ୍ତି ରକ୍ଷା ପାଇଁ ନବୀନ ଏଭଳି ଗୋଟିଚାଳନା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ପିପିଲି ଗଣଦୁଷ୍କର୍ମ ଘଟଣା ସହ ଲିଙ୍କ୍ ଯୋଗୁ ଶ୍ରୀ ମହାରଥୀଙ୍କୁ ୨୦୧୨ ଜୁନ୍ ୨୦ତାରିଖରେ କୃଷିମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଥିଲା।



from Odisha Reporter http://bit.ly/2Rhx3Cq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages