ବଦଳିଲେ ଶ୍ରୀମନ୍ଦିର ନୀତି ପ୍ରଶାସକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 3, 2018

ବଦଳିଲେ ଶ୍ରୀମନ୍ଦିର ନୀତି ପ୍ରଶାସକ

ପୁରୀ (ଓଡ଼ିଶା ରିପୋର୍ଟର): ବଦଳିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ। ନୂଆ ନୀତି ପ୍ରଶାସକ ଭାବେ ଯୋଗ ଦେଇଛନ୍ତି ବିଶ୍ୱଜିତ ବିଶ୍ୱାଳ। ସେବାୟତଙ୍କ ସହ ସମନ୍ୱୟ ରକ୍ଷା କରି କିଭଳି ବିଭିନ୍ନ ସମସ୍ୟାର ସମାଧାନ କରାଯାଇପାରିବ, ତା’ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ ଦାୟିତ୍ୱ ଗ୍ରହଣ ପରେ କହିଛନ୍ତି।

ତେବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଦାୟୀ ନୀତି ପ୍ରଶାସକ ପ୍ରଦୀପ ଦାଶ। ସେ କହିଛନ୍ତି, ଚାବି ହଜିବା ପ୍ରସଙ୍ଗରେ କିଛି ରହସ୍ୟ ନାହିଁ। ଶ୍ରୀମନ୍ଦିର ଦାୟିତ୍ୱ ହସ୍ତାନ୍ତର ପରେ ଚାବିକାଠି ମିଳିନଥିଲା। ସେତେବେଳେ ଜିଲ୍ଲାପାଳ ଦାୟିତ୍ୱରେ ଥିଲେ।

ଶ୍ରୀମନ୍ଦିର ଆଇନ ଅନୁସାରେ, ଚାବିକାଠି ଟ୍ରେଜେରୀରେ ରହିବା କଥା। କିନ୍ତୁ ଟ୍ରେଜେରୀରେ ନଥିଲା। ସେହିପରି ନବକଳେବର ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗରେ ବିଦାୟୀ ନୀତି ପ୍ରଶାସକ କହିଛନ୍ତି, ବିଭ୍ରାଟ ନୁହେଁ, ଦଇତାପତିଙ୍କ ମଧ୍ୟରେ ମତଭେଦ ଯୋଗୁ ନୀତିରେ ବିଳମ୍ବ ହୋଇଥିଲା। ଏହି ଅବସରରେ ସେବାୟତମାନଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି ବିଦାୟୀ ନୀତି ପ୍ରଶାସକ।



from Odisha Reporter https://ift.tt/2DXu5vH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages