କୋଚଙ୍କ ସପକ୍ଷରେ ବାହାରିଲେ ହରମନପ୍ରୀତ ଓ ସ୍ମୃତି, ବିସିସିଆଇକୁ କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 3, 2018

କୋଚଙ୍କ ସପକ୍ଷରେ ବାହାରିଲେ ହରମନପ୍ରୀତ ଓ ସ୍ମୃତି, ବିସିସିଆଇକୁ କହିଲେ ଏମିତି କଥା

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍‌ରେ କୋଚ୍‌ ରମେଶ ପାୱାର ଓ ଷ୍ଟାର ଖେଳାଳି ମିତାଲି ରାଜଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ନୂଆ ମୋଡ଼ ନେଇଛି। ମିତାଲି ଓ ପାୱାରଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାରୁ ବିସିସିଆଇ ଏବେ ନୂଆ କୋଚ୍‌ ସନ୍ଧାନରେ ଲାଗିଛି। କିନ୍ତୁ ଏହି ବିବାଦ ମଧ୍ୟରେ ନୂଆ ଟୁଇଷ୍ଟ ଆଣିଛନ୍ତି ମହିଳା ଟି-୨୦ ଦଳର ଅଧିନାୟକ ହରମନପ୍ରୀତ କୌର ଓ ତାଙ୍କ ଡେପୁଟି ସ୍ମୃତି ମନ୍ଧାନା।

ସେମାନେ ବିସିସିଆଇକୁ ଚିଠି ଲେଖି ରମେଶ ପାୱାରଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ଏଥିସହ ଆସନ୍ତା ମହିଳା ଟି-୨୦ ବିଶ୍ୱକପ୍‌ ଏବଂ ନ୍ୟୁଜିଲ୍ୟାଣ୍ଡ ଟୁର୍‌କୁ ଆଖି ଆଗରେ ରଖି ଉଭୟ ପାୱାରଙ୍କୁ ଦଳର କୋଚ୍‌ ଭାବେ କାର୍ଯ୍ୟ କରିବାକୁ ଦିଅନ୍ତୁ ବୋଲି ଚିଠିରେ କହିଛନ୍ତି। ଏହି ଚିଠି ସାମ୍ନାକୁ ଆସିବା ପରେ ମିତାଲି-ପାୱାର ବିବାଦ ତୀବ୍ର ରୂପ ଧାରଣ କରିଛି।

ସେମାନେ ଚିଠିରେ ଲେଖିଛନ୍ତି ଯେ ମିତାଲି ରାଜଙ୍କୁ ଟି-୨୦ ବିଶ୍ୱକପ୍‌ ସେମିଫାଇନାଲ୍‌ରେ ଚୂଡ଼ାନ୍ତ ଏକାଦଶରୁ ବାଦ ଦେବା ନିଷ୍ପତ୍ତି କେବଳ ପାୱାରଙ୍କର ନଥିଲା। ସମସ୍ତେ ମିଳିତ ଭାବେ ଏହି ନିଷ୍ପତ୍ତି ନେଇଥିଲୁ। କ୍ରିକେଟ୍‌ ଲଜିକ୍‌କୁ ଦୃଷ୍ଟିରେ ରଖି ଟିମ୍‌ ମ୍ୟାନେଜମେଣ୍ଟ ମିତାଲିଙ୍କୁ ବେଞ୍ଚରେ ବସାଇବାକୁ ରାଜି ହୋଇଥିଲା।

ଅଧିନାୟକ ହରମନ୍‌ପ୍ରୀତ ତାଙ୍କ ଚିଠିରେ ଲେଖିଛନ୍ତି, “ ଏଇ କିଛି ମାସ ମଧ୍ୟରେ ଦଳର ପ୍ରଦର୍ଶନରେ ଆଶାତୀତ ଭାବେ ଉନ୍ନତି ଘଟିଛି। ଦଳ ଟପ୍‌ ଟିମ୍‌ଗୁଡ଼ିକ ମଧ୍ୟରେ ନିଜକୁ ସାମିଲ କରିପାରିଛି। କିନ୍ତୁ ସେମିଫାଇନାଲ୍‌ରେ ଦଳ ହାରିବା ପରେ ଯେଉଁ ବିବାଦ ସୃଷ୍ଟି ହୋଇଛି, ତାହା ଦଳର ଛବିକୁ ଖରାପ କରୁଛି। ସାର୍‌ ରମେଶ ପାୱାର କେବଳ ଆମ ଖେଳକୁ ଉନ୍ନତ କରିବାରେ ସହାୟକ କରିନାହାନ୍ତି, ବରଂ ଟାର୍ଗେଟକୁ କେମିତି ହାସଲ କରାଯିବ, ସେ ଦିଗରେ ମଧ୍ୟ ପ୍ରେରଣା ଦେଇଛନ୍ତି।

ଉଭୟ ଟେକ୍ନିକାଲ ଓ ଷ୍ଟ୍ରାଟେଜୀକାଲ ଦୃଷ୍ଟିରୁ ସେ ଭାରତୀୟ ମହିଳା ଟିମର ଛବିକୁ ବଦଳାଇ ପାରିଛନ୍ତି। ବିଜୟ କେମିତି ହାସଲ କରିବାକୁ ହୁଏ ସେକଥା ମଧ୍ୟ ଶିଖାଇଛନ୍ତି।”

ମିତାଲିଙ୍କୁ କାହିଁକି ବାଦ ଦିଆଗଲା, ସେ ସମ୍ପର୍କରେ ସଫେଇ ଦେବାକୁ ଯାଇ ହରମନପ୍ରୀତ କହିଛନ୍ତି, “ ଦୀର୍ଘ ଘଣ୍ଟା ବୈଠକ କରି ମୁଁ, ସ୍ମୃତି, ଚୟନ କମିଟି ସଦସ୍ୟ ସୁଧା ଶାହ ଓ କୋଚ୍‌ ମିଳିତ ଭାବେ ମିତାଲିକୁ ବାଦ୍‌ ଦେବାକୁ ନିଷ୍ପତ୍ତି ନେଇଥିଲୁ।

କାରଣ ଆମେ ୱିନିଂ କମ୍ବିନେସନ୍‌ ସହ ପଡ଼ିଆକୁ ଓହ୍ଲାଇବାକୁ ଚାହିଁଥିଲୁ। ତେଣୁ ଟି-୨୦ର ଅଧିନାୟକ ଓ ଦିନିକିଆର ଉପ ଅଧିନାୟକ ଭାବେ ମୁଁ ପାୱାରଙ୍କୁ କୋଚ୍‌ ଭାବେ ଦେଖିବାକୁ ଚାହୁଁଛି।”

ସ୍ମୃତି ମନ୍ଧାନା ମଧ୍ୟ ପାୱାରଙ୍କ ଦ୍ୱାରା ଖେଳାଳିଙ୍କ ମନୋବଳ ବୃଦ୍ଧି ପାଇଛି ଏବଂ ସେ କୋଚ୍‌ ଭାବେ କାର୍ଯ୍ୟ କରିବା ଦରକାର ବୋଲି ଯୁକ୍ତି ବାଢ଼ିଛନ୍ତି।

ଏହାପୂର୍ବରୁ ମିତାଲି ସିଧାସଳଖ ପାୱାର ତାଙ୍କୁ ଦଳରେ ବାରମ୍ବାର ଅପମାନିତ କରୁଥିଲେ ବୋଲି ବିସିସିଆଇକୁ ଜଣାଇଥିଲେ।



from Odisha Reporter https://ift.tt/2SoyqMo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages