ଲୁଟ୍‌ କରି ଲାପ୍‌ଟପ୍ ଓ ମୋବାଇଲ୍ କିଣିବାକୁ ଯାଇଥିଲେ, ଧରାପଡ଼ିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 13, 2018

ଲୁଟ୍‌ କରି ଲାପ୍‌ଟପ୍ ଓ ମୋବାଇଲ୍ କିଣିବାକୁ ଯାଇଥିଲେ, ଧରାପଡ଼ିଲେ

arrest

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୁଟ୍ କରିବା ପରେ ଜିନିଷ କିଣିବା ପାଇଁ ଯାଇଥିଲେ। ଆଉ ସେତିକି ବେଳେ ପୁଲିସ୍ ଧରି ନେଲା। ଏ ଘଟଣାଟି ଘଟିଛି ରାଜଧାନୀ ଭୁବନେଶ୍ୱରରେ।

ଭିଏସ୍‌ଏସ୍‌ ନଗରରେ ଜଣେ ବୟସ୍କା ମହିଳା ଘରେ ଏକା ବସି ଟିଭି ଦେଖୁଥିବା ବେଳେ ହଠାତ୍ ଦୁଇ ଜଣ ଦୁର୍ବୃତ୍ତ ଘର ଭିତରକୁ ପଶି ଆସିଥିଲେ। ମିସ୍ତ୍ରୀ ଆସିଛି କି ନାହିଁ ପଚାରିଥିଲେ। ତେବେ ମହିଳା ଜଣଙ୍କ କିଛି କହିବା ପୂର୍ବରୁ ଜଣେ ତାଙ୍କ ଜଙ୍ଘ ଉପରେ ଚଢ଼ିଯାଇ ତାଙ୍କ ପାଟି ବନ୍ଦ କରି ଦେଇଥିଲା। ପାଟି କଲେ ଗୁଳି ମାରିଦେବେ ବୋଲି ବି ଧମକାଇଥିଲେ।

ପରେ ଦୁର୍ବୃତ୍ତମାନେ ମହିଳାଙ୍କ ଘରୁ ୧୦ ଭରି ସୁନା,୨୦ ହଜାର ଟଙ୍କା ଓ ଏଟିଏମ୍‌ କାର୍ଡ ସମେତ ଅନ୍ୟାନ୍ୟ ବହୁମୂଲ୍ୟ ସାମଗ୍ରୀ ଲୁଟ୍ କରି ପଳାଇ ଯାଇଥିଲେ।

ଲୁଟେରାମାନେ ଏଟିଏମ୍‌ ଯାଇ ଟଙ୍କା ଉଠାଇଥିଲେ। ପରେ ପଟିଆ ନିକଟରେ ଥିବା ଏକ ହୋମ୍‌ ଆପ୍ଲାଏନ୍ସ ଦୋକାନରେ ଲାପ୍‌ଟପ୍ ଏବଂ ମୋବାଇଲ କିଣିବା ବେଳେ ପୁଲିସ୍ ହାତରେ ଧରା ପଡ଼ିଥିଲେ।

ଲୁଟେରାମାନେ ଏଟିଏମ୍‌ରୁ ଟଙ୍କା ଉଠାଇବା ପରେ ମୋବାଇଲ୍‌କୁ ଯାଇଥିବା ମେସେଜ୍‌କୁ ଟ୍ରାକ୍ କରି ସହିଦ ନଗର ପୁଲିସ୍ ଦୁଇ ଦୁର୍ବୃତ୍ତଙ୍କୁ କାବୁ କରିଥିଲା।



from Odisha Reporter https://ift.tt/2SKbrM7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages