
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ତାଙ୍କ ମା ତଥା ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନାମରେ ଥିବା ନ୍ୟାସନାଲ ହେରାଲ୍ଡ ଅଭିଯୋଗକୁ ନେଇ ସେମାନଙ୍କ ଆୟକରର ଆକଳନ ପାଇଁ ଆୟକର ବିଭାଗକୁ ଅନୁମତି ଦେଇଛନ୍ତି ସୁପ୍ରିମ୍କୋର୍ଟ। କିନ୍ତୁ ଆଗାମୀ ଶୁଣାଣି ପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିର୍ଦ୍ଦେଶ ଦିଆଯାଇପାରିବନାହିଁ ବୋଲି ଆଜି ସୁପ୍ରିମ୍କୋର୍ଟ କହିଛନ୍ତି।
ରାହୁଲ, ସୋନିଆ ଏବଂ ବରିଷ୍ଠ କଂଗ୍ରେସ ନେତା ଅସ୍କାର ଫର୍ଣ୍ଣାଣ୍ଡିଜ୍ଙ୍କ ୨୦୧୧-୧୨ ଆର୍ଥିକ ବର୍ଷର ଟିକସ ଆକଳନ କରାଯିବା ବିରୋଧରେ ହୋଇଥିବା ଏକ ଆବେଦନର ଶୁଣାଣି ଅବସରରେ ସର୍ବୋଚ୍ଚ ନ୍ୟାୟାଳୟ ଏହା କହିଛନ୍ତି। ଆସନ୍ତା ଜାନୁଆରୀ ୮ ତାରିଖରେ ଏହି ମାମଲାର ଶୁଣାଣି ହେବ ବୋଲି ଜଣାଯାଇଛି।
ପୂର୍ବରୁ ଗାନ୍ଧି ପରିବାରର ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରି ଦେଇଥିବାରୁ ସେମାନେ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅସ୍କାର ମଧ୍ୟ ଏହି ମାମଲରେ ଏକ ଆବେଦନ କରିଛନ୍ତି।
ବିଜେପି ନେତା ସୁବ୍ରମଣ୍ୟନ୍ ସ୍ୱାମୀଙ୍କ ଅଭିଯୋଗ ଆଧାରରେ ଆୟକର ବିଭାଗ ନ୍ୟାସନାଲ ହେରାଲ୍ଡ ମାମଲାର ତଦନ୍ତ କରୁଛି ଏବଂ ଏହି ୩ କଂଗ୍ରେସ ନେତା ବର୍ତ୍ତମାନ ଜାମିନରେ ଅଛନ୍ତି।
from Odisha Reporter https://ift.tt/2PgXDXd
No comments:
Post a Comment