
ମୁମ୍ବାଇ: ମହାରାଷ୍ଟ୍ରର ଏକ ଗାଁରେ ଅଭାବନୀୟ କାଣ୍ଡ ଘଟିଛି। ଜଣେ ବାପା ତାଙ୍କ ଝିଅର ସ୍ୱାମୀଙ୍କୁ ଖୁଣ୍ଟିରେ ବାନ୍ଧି ମାଡ଼ ମାରିବା ସହ ହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ କୌଣସି କାରଣ ପାଇଁ ଝିଅ ଓ ଜ୍ଵାଇଁ ଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହୋଇଥିଲା। ଏଥିରେ ଝିଅର ବାପା ହସ୍ତକ୍ଷେପ କରି ଜ୍ୱାଇଁଙ୍କୁ ପିଟିପିଟି ହତ୍ୟା କରିଛନ୍ତି।
ବସରଗି ଗାଁର ଗୀତାଞ୍ଜଳି ତାଙ୍କ ସ୍ୱାମୀ ଧନେଶ୍ୱର ବାମନେଙ୍କ ସହ ସଙ୍ଗଲୀ ସ୍ଥିତ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗି ଯାଇ ଧନେଶ୍ୱର ପ୍ରଥମେ ଗୀତାଞ୍ଜଳିଙ୍କୁ ଆକ୍ରମଣ କରି ଆହତ କରି ଦେଇଥିଲେ।
ଝିଅକୁ ଆକ୍ରମଣ କରିବାରୁ ତାଙ୍କ ବାପା ଅନ୍ନନ ସିନ୍ଧେ ନିଜ ରାଗକୁ ନିୟନ୍ତ୍ରଣ କରିପାରି ନଥିଲେ। ସେ ଜ୍ୱାଇଁ ଧନେଶ୍ୱରଙ୍କୁ ପ୍ରଥମେ ଏକ ଖୁଣ୍ଟରେ ବାନ୍ଧି ଦେଇଥିଲେ। ଏହାପରେ ତାଙ୍କୁ ଗୋଇଠା, ବିଧା ମାରିବା ସହ ଶେଷରେ କାଠ ଫାଳିଆରେ ଆକ୍ରମଣ କରିଥିଲେ।
ଏଭଳି ମରଣାନ୍ତକ ଆକ୍ରମଣ ଯୋଗୁ ଘଟଣାସ୍ଥଳରେ ହିଁ ଧନେଶ୍ୱରଙ୍କ ମୃତ୍ୟୁ ହୋଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ଶ୍ଵଶୂର ସିନ୍ଧେଙ୍କୁ ଗିରଫ କରିବା ସହ ଗୀତାଞ୍ଜଳିଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲା।
from Odisha Reporter https://ift.tt/2SGnA4P
No comments:
Post a Comment