ପିଲାଦିନେ ଇନ୍ଦିରା ଗାନ୍ଧିଙ୍କ ସହ ଏମିତି ସମୟ କାଟୁଥିଲେ ରାହୁଲ୍‌: ଭାଇରାଲ୍‌ ହେଲା ଫଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 13, 2018

ପିଲାଦିନେ ଇନ୍ଦିରା ଗାନ୍ଧିଙ୍କ ସହ ଏମିତି ସମୟ କାଟୁଥିଲେ ରାହୁଲ୍‌: ଭାଇରାଲ୍‌ ହେଲା ଫଟୋ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ, ଏବଂ ଛତିଶଗଡରେ କଂଗ୍ରେସ ଚମତ୍କାର ଢଙ୍ଗରେ କମ୍‌ ବ୍ୟାକ୍‌ କରିଛି। ଏହି ୩ଟି ରାଜ୍ୟରେ ବିପୁଳ ମାତ୍ରାରେ ଜନମତ ହାସଲ କରିଛି କଂଗ୍ରେସ। ଛତିଶଗଡ଼ରେ ବିଜେପିର ଶୋଚନୀୟ ପରାଜୟ ପରେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ବିଜେପି- କଂଗ୍ରେସ ଦୁଇ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା।

ନିର୍ବାଚନ ଫଳାଫଳ ଘୋଷଣା ହେବାଦିନ ହିଁ ରାହୁଲ ଗାନ୍ଧିଙ୍କୁ ଦଳର ସଭାପତି ହେବାର ବର୍ଷେ ପୂରିଛି, ଯେଉଁଥିରେ ତିନୋଟି ବଡ ରାଜ୍ୟରେ ସେ ସଫଳତା ହାସଲ କରିଛନ୍ତି। ଏଥିପାଇଁ ରାହୁଲ୍‌ଙ୍କର ଜମେଇକି ପ୍ରଶଂସା ହେଉଥିବା ବେଳେ କଂଗ୍ରେସ ରାହୁଲ୍‌ ଗାନ୍ଧି ଏବଂ ତାଙ୍କ ଜେଜେମା ତଥା ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କର ଏକ ଫଟୋ ଶେୟାର କରିଛି। ଯେଉଁଥିରେ ପିଲାଦିନେ ରାହୁଲ୍‌ ଇନ୍ଦିରା ଗାନ୍ଧୀଙ୍କ ସହ କେମିତି ସମୟ ବିତାଉଥିଲେ ତାହା ଦେଖିବାକୁ ମିଳିଛି।

ଯେମିତି ସମସ୍ତେ ଜାଣନ୍ତି ରାହୁଲ୍ ଜେଜେ ମା’ ଇନ୍ଦିରା ଗାନ୍ଧିଙ୍କର ଅତି ପ୍ରିୟ ଥିଲେ। ଏହି ଫଟୋରେ ପିଲା ଦିନେ ରାହୁଲ୍‌ ତାଙ୍କ ସହ ଖେଳୁଥିବାର ଏବଂ କିଛି ସମୟ ବିତାଉଥିବାର ଦେଖିବାକୁ ମିଳିଛି। ଏହି ଫଟୋକୁ ରାହୁଲଙ୍କ ବାପା ରାଜୀବ ଗାନ୍ଧି ଉଠାଇଥିବା କୁହାଯାଉଛି।

ଏହି ଫଟୋ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।



from Odisha Reporter https://ift.tt/2CaHShh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages