ଆଜି କାହାକୁ ଶ୍ରାଦ୍ଧ ଦେବେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଆସନ୍ତୁ ଜାଣିବା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 7, 2018

ଆଜି କାହାକୁ ଶ୍ରାଦ୍ଧ ଦେବେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଆସନ୍ତୁ ଜାଣିବା

ଭୁବନେଶ୍ୱର(ଓଡିଶା ରିପୋର୍ଟର): ମହାଳୟାରେ ପିତୃପୁରଷଙ୍କୁ ତିଳ ତର୍ପଣ କରାଯାଏ। ପରିବାରର ଦିବଙ୍ଗତ ବୟୋଜ୍ୟଷ୍ଠମାନଙ୍କୁ ମନେ ପାକାଇବାକୁ ଏଭଳି ଉତ୍ସବର ପରମ୍ପରା ଭାରତୀୟ ସଂସ୍କୃତି ସହ ଜଡିତ ହୋଇ ରହିଛି କାହିଁ କେଉଁ କାଳରୁ। ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ନାମରେ ଶ୍ରାଦ୍ଧ ଓ ପିଣ୍ଡ ତର୍ପଣର ବିଧି ରହିଛି। ସାଧାରଣ ମଣିଷ ଏଭଳି ପାରମ୍ପରିକ କାର୍ଯ୍ୟଟି ପ୍ରତିବର୍ଷ ଅନୁଶରଣ କରୁଥିବା ବେଳେ ପୁରୀ ଶ୍ରୀ ମନ୍ଦିରରେ ମଧ୍ୟ ପାଳନ ହୁଏ ଏହି ନିଆରା ପରମ୍ପରା।

ଶ୍ରୀମନ୍ଦିର ଓ ଶ୍ରୀ ଜଗନ୍ନାଥ ସଂସ୍କୃତିର ବିଭିନ୍ନ ପରମ୍ପରାରେ ମାନବୀୟ ମୂଲ୍ୟବୋଧକୁ ଗୁରୁତ୍ୱ ଦିଆଯାଇଛି। ଦେବତା ଭାବ ପୂଜିତ ଦାରୁ ବିଗ୍ରହମାନଙ୍କ ସ୍ନାନ ଉତ୍ସବଠାରୁ ଆରମ୍ଭ କରି ଜନ୍ମ, ମୃତ୍ୟୁର ପରମ୍ପରାକୁ ଦେଖିଲେ ଏହା ସ୍ପଷ୍ଟ ବାରିହେବ । ଜଗନ୍ନାଥ ମହାପ୍ରଭୁ ମଣିଷଙ୍କ ଭଳି ପ୍ରତିବର୍ଷ ନିଜ ପୂର୍ବଜମାନଙ୍କ ଶ୍ରାଦ୍ଧ ଦେଇଥାନ୍ତି। ଏଥିପାଇଁ ଠାକୁରମାନଙ୍କୁ ପାରମ୍ପରିକ ଶ୍ରାଦ୍ଧ ବେଶରେ ସଜାଇ ଦିଆଯାଏ । ପୂଜିତ ବିଗ୍ରହମାନେ ଶୁକ୍ଲ ବା ଧଳା ବସ୍ତ୍ର ପରିଧାନ କରିଥାନ୍ତି । ଶ୍ରୀ ବଳଭଦ୍ରଙ୍କୁ ଧଳାରେ କଳାଧଡି, ଦେବୀ ସୁଭଦ୍ରାଙ୍କୁ ଧଳାରେ ନାଳିଧଡି ଓ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଧଳାରେ ହଳଦିଆ ଧଡିଯୁକ୍ତ ବସ୍ତ୍ର ପିନ୍ଧାଇ ବେଶ କରାଯାଏ ।

ସାଧାରଣ ଲୋକେ ଆଶ୍ୱିନ ମାସରେ ପିତୃପକ୍ଷଙ୍କୁ ଶ୍ରାଦ୍ଧ ଦେଉଥିବା ବେଳ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରାଦ୍ଧୋତ୍ସବ ମାର୍ଗଶିର ମାସରେ ପାଳନ ହୋଇଥାଏ। ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ, ପ୍ରତିପଦା ଓ ଅମାବାସ୍ୟା ତିଥିରେ ଏହି ଶ୍ରାଦ୍ଧ ନୀତି ପାଳନ କରାଯାଇଥାଏ । ୩ ଦିନରେ ଭିନ୍ନ ଭିନ୍ନ ଢଙ୍ଗରେ ଶ୍ରାଦ୍ଧ ଦିଆଯାଇଥାଏ। ଚତୁର୍ଦ୍ଦଶୀ ତିଥିରେ ଦେବମାତା ଅଦିତି ଓ କଶ୍ୟପଙ୍କୁ ଶ୍ରାଦ୍ଧ ଦିଆଯାଉଥିବା ବେଳେ ଦ୍ୱିତୀୟ ଦିବସରେ ନନ୍ଦ, ବସୁଦେବ, ଦେବକୀ, ଯଶୋଦା ଓ ରୋହିଣୀଙ୍କ ଶ୍ରାଦ୍ଧ ଦିଆଯାଏ । ସହିପରି ଅନ୍ତିମ ତଥା ଶେଷ ଦିବସରେ ଦଶରଥ, କୌଶଲ୍ୟା, କୈକେୟୀ, ସୁମିତ୍ରା ତଥା ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚାଙ୍କୁ ଶ୍ରାଦ୍ଧ ଦେଇଥାନ୍ତି ମହାପ୍ରଭୁ ।

ଶ୍ରାଦ୍ଧୋତ୍ସବ ଦିନ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ବଢିବା ପାରେ ଏହି ନୀତି ଆରମ୍ଭ ହୋଇଥାଏ। ରତ୍ନସିଂହାସନ ତଳେ ପାଣି ପଡିବା ପରେ ଶ୍ରାଦ୍ଧ ପାଇଁ ଅରୁଆ ଚାଉଳରେ କଦଳୀ ଗଛ ଭୁମିରେ ଅଙ୍କନ କରାଯାଇଥାଏ । ଏହାପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନ ମୋହନ ରତ୍ନସିଂହାସନକୁ ବିଜେ କରନ୍ତି । ପ୍ରଥମ ଶ୍ରାଦ୍ଧ ନୀତି ସମ୍ପନ୍ନ ହେବାପରେ ମହନ ମୋହନ, ଶ୍ରୀ ଦେବୀ ଓ ଭୁଦେବୀଙ୍କ ସହ ବିମାନରେ ବସି ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିଥାନ୍ତି । ସେଠାରେ ମଧ୍ୟ ଅନୁରୂପ ଭାବ ଚାଉଳରେ କଦଳୀଗଛ ଚିତ୍ର ଅଙ୍କନ କରାଯାଇ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇଥାନ୍ତି ମହାପ୍ରଭୁ।
ଏହି ଅବସରରେ ଶ୍ରୀମନ୍ଦିରକୁ ଆଲୋକମାଳାରେ ସଜ୍ଜିତ କରାଯାଇଥିବା ବେଳେ ଠାକୁରମାନଙ୍କ ସମ୍ମୁଖରେ ମଧ୍ୟ ଦୀପଦାନ କରାଯାଇଥାଏ । ଶ୍ରୀମନ୍ଦିରରେ ଏହି ସମୟରେ ଆତଶବାଜି ପ୍ରଦର୍ଶନ କରାଯାଇଥାଏ ।



from Odisha Reporter https://ift.tt/2E7OzBV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages