ପ୍ରଦେଶ କଂଗ୍ରେସର ସବୁ କମିଟିରୁ ଶ୍ରୀକାନ୍ତଙ୍କ ଇସ୍ତଫା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 9, 2018

ପ୍ରଦେଶ କଂଗ୍ରେସର ସବୁ କମିଟିରୁ ଶ୍ରୀକାନ୍ତଙ୍କ ଇସ୍ତଫା

srikanta

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିସିସି ଇସ୍ତାହାର କମିଟିରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ଅପସାରଣ କରାଯିବା ପରେ ସେ ପ୍ରଦେଶ କମିଟିର ସବୁ କମିଟିରୁ ଶ୍ରୀକାନ୍ତ ଇସ୍ତଫା ଦେଇ ଦେଇଛନ୍ତି। ତାଙ୍କୁ ଦଳରୁ ନିଲମ୍ବନ କିମ୍ବା ବହିଷ୍କାର କରିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାର ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସେ ନିଜ ଆଡୁ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି।

ଇସ୍ତାହାର କମିଟିରୁ ଯିବା ପରେ ଶ୍ରୀକାନ୍ତ ପିସିସିର କାର୍ଯ୍ୟକାରିଣୀ ଓ ନିର୍ବାଚନ କମିଟିର ସଦସ୍ୟ ଥିଲେ। ଏହି ଦୁଇଟି କମିଟିର ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ସେ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଏହାସହ ନିଜ ଇସ୍ତଫା ସମ୍ପର୍କରେ ସେ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଅବଗତ କରିଥିବା ସୂଚନା ମିଳିଛି।

ଗତ ଗୁରୁବାର ଶ୍ରୀକାନ୍ତଙ୍କୁ ବିଶୃଙ୍ଖଳା ଆଚରଣ ଅଭିଯୋଗରେ ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିଲା। ଏପରିକି ଇସ୍ତାହାର କମିଟିର ୧୦ ଜଣିଆ ସଦସ୍ୟଙ୍କ ମଧ୍ୟରେ ମଧ୍ୟ ତାଙ୍କୁ ରଖାଯାଇ ନଥିଲା।ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଶ୍ରୀକାନ୍ତଙ୍କୁ ବିଶୃଙ୍ଖଳା କାର୍ଯ୍ୟ ପାଇଁ ତାଙ୍କୁ ହଟା ଯାଇଥିବା ଓ ଏପରି କାର୍ଯ୍ୟକଳାପକୁ ଦଳରେ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ।

ଏହାପରେ ଶ୍ରୀକାନ୍ତ ରାଜ୍ୟ କଂଗ୍ରେସକୁ ଟାର୍ଗେଟ କରିଥିଲେ। ଆଦିବାସୀ, ଦଳିତ ଓ ପଛୁଆ ବର୍ଗରୁ ଗୋଟିଏ ବର୍ଗକୁ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଦୁଇ ବର୍ଗଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେବା, ଖଣି ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କ ସମ୍ପତ୍ତି ବ୍ୟାଜ୍ୟାପ୍ତ କରି ରାଜ୍ୟର ବିକାଶରେ ଲଗାଇବା ଓ ଏହି ତିନି ବର୍ଗଙ୍କୁ ଉଚ୍ଚଶିକ୍ଷାରେ ସଂରକ୍ଷଣ ଦେବା ଭଳି ପ୍ରସଙ୍ଗକୁ କଂଗ୍ରେସ ନିଜ ନିର୍ବାଚନୀ ଇସ୍ତାହାରରେ ସାମିଲ ନକଲେ ରାଜ୍ୟରେ ପଙ୍ଗୁ ହୋଇଯିବ ବୋଲି କହିଥିଲେ।



from Odisha Reporter https://ift.tt/2Pv8qgN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages