ବିହାରରେ ଭାଗବଣ୍ଟା ଛିଣ୍ଡିଲା; ପାଶ୍ୱାନ ଯିବେ ରାଜ୍ୟସଭା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 23, 2018

ବିହାରରେ ଭାଗବଣ୍ଟା ଛିଣ୍ଡିଲା; ପାଶ୍ୱାନ ଯିବେ ରାଜ୍ୟସଭା

amitshah

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ପାଇଁ ବିହାରରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏର ଆସନ ବୁଝାମଣା ହୋଇଛି। ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏନେଇ ଆନୁଷ୍ଠାନିକ ଘୋଷଣା କରିଛନ୍ତି।

ଏହି ଘୋଷଣା ଅନୁଯାୟୀ, ବିହାରରେ ୪୦ଟି ଲୋକସଭା ଆସନ ଥିବା ବେଳେ ବିଜେପି ୧୭ଟିରେ ଲଢ଼ିବ। ନୀତୀଶ କୁମାରଙ୍କ ଜେଡିୟୁ ବି ୧୭ଟି ଆସନରେ ଲଢ଼ିବ। ରାମ ବିଳାଶ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ୬ଟି ଆସନରେ ଲଢ଼ିବ। ଏହା ସହିତ ଏନ୍‌ଡିଏ ପକ୍ଷରୁ ଏଲ୍‌ଜେପି ମୁଖ୍ୟ ରାମ ବିଳାଶ ପାଶ୍ୱାନଙ୍କୁ ରାଜ୍ୟସଭା ପଠାଯିବ।

ମିଳିଥିବା ସୂଚନା ଅନୁଯାୟୀ, ପାଶ୍ୱାନଙ୍କୁ ଆସାମରୁ ରାଜ୍ୟସଭା ପ୍ରାର୍ଥୀ କରାଯିବ।

ଗତ କିଛି ଦିନ ହେଲାଣି ବିଜେପି ଓ ଏଲ୍‌ଜେପି ମଧ୍ୟରେ ଭିତରେ ଭିତରେ ସିଟ୍ ପାଇଁ ଟଣାଓଟରା ଚାଲିଥିଲା। ଅମିତ ଶାହ, ଅରୁଣ ଜେଟଲୀ ଓ ପାଶ୍ୱାନଙ୍କୁ ନେଇ ଏକାଧିକ ବୈଠକ ହୋଇଥିଲା।

ଆସନ ବୁଝାମଣା ଶେଷ କରିବାକୁ ଗତ ସପ୍ତାହରେ ରାମ ବିଳାଶ ପାଶ୍ୱାନଙ୍କ ପୁଅ ଚିରାଗ ବିଜେପିକୁ ଚେତାବନୀ ଦେଇଥିଲେ। ଏଣୁ ଏଲ୍‌ଜେପି ମଧ୍ୟ ଏନ୍‌ଡିଏରୁ ବାହାରି ଯିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା।

ଉପେନ୍ଦ୍ର କୁଶ୍ୱାହା ମେଣ୍ଟରୁ ବାହାରି ଯିବା ପରେ ଆସନ ବୁଝାମଣା ନେଇ ପାଶ୍ୱାନଙ୍କ ଦଳ ବିଜେପି ଉପରେ ଚାପ ପକାଇଥିଲା।
ଆସନ ବୁଝାମଣା ନେଇ ଘୋଷଣା ବେଳେ ଶାହଙ୍କ ସହିତ ପାଶ୍ୱାନ, ତାଙ୍କ ପୁଅ ଚିରାଗ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଉପସ୍ଥିତ ଥିଲେ।

ଏହି ଘୋଷଣା ପରେ ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ଟ୍ୱିଟ୍ କରି କହିଛନ୍ତି, ବର୍ତ୍ତମାନ ବିହାରରୁ ଲୋକସଭାରେ ବିଜେପିର ୨୨ ଜଣ ସାଂସଦ ଥିବା ବେଳେ ଦଳ ୧୭ଟି ଆସନରେ ଲଢ଼ିବ। ନୀତୀଶଙ୍କର ମାତ୍ର ଦୁଇ ଜଣ ସାଂସଦ ଅଛନ୍ତି, ତଥାପି ସେ ୧୭ଟି ସିଟ୍‌ରେ ଲଢ଼ିବେ। ବର୍ତ୍ତମାନ ଆପଣମାନେ ବୁଝିପାରୁଥିବେ ଏନ୍‌ଡିଏ ଏବେ କେଉଁ ସ୍ଥିତିରେ ଅଛି।



from Odisha Reporter http://bit.ly/2BAqtNB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages