ଷ୍ଟାର୍ଟଅପ ମାନ୍ୟତାକୁ ନେଇ ଓଡ଼ିଶା ସରକାରଙ୍କ ମିଛ ପ୍ରଚାର ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 20, 2018

ଷ୍ଟାର୍ଟଅପ ମାନ୍ୟତାକୁ ନେଇ ଓଡ଼ିଶା ସରକାରଙ୍କ ମିଛ ପ୍ରଚାର !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତୀୟସ୍ତରରେ ଯେ କୌଣସି କ୍ଷେତ୍ରରେ ଓଡ଼ିଶା ପ୍ରଶଂସିତ ହେବା ରାଜ୍ୟ ପାଇଁ ଗୌରବର ବିଷୟ। କିନ୍ତୁ ଗଣମାଧ୍ୟମକୁ ମିଛ ତଥ୍ୟ ଦେଇ ଆତ୍ମପ୍ରଶଂସା ସାଉଁଟିବାର ଓଡ଼ିଶା ସରକାରଙ୍କ ପ୍ରୟାସ ଏବେ ପଦାରେ ପଡ଼ିଛି।

କେନ୍ଦ୍ର ସରକାରଙ୍କ ଔଦ୍ୟୋଗିକ ନୀତି ଓ ସମ୍ବର୍ଦ୍ଧନ ବିଭାଗ(ଡିଆଇପିପି) ଦ୍ୱାରା ରାଜ୍ୟ ଷ୍ଟାର୍ଟ ଅପ୍ ମାନ୍ୟତା-୨୦୧୮ ଘୋଷଣା ହୋଇଛି। ଷ୍ଟାର୍ଟଅପକୁ ପ୍ରୋତ୍ସାହନ ଦେବାରେ ଗୁଜୁରାଟ ସମଗ୍ର ଦେଶରେ ପ୍ରଥମ ସ୍ଥାନ ହାସଲ କରି ବେଷ୍ଟ ପରଫର୍ମର(ଶ୍ରେଷ୍ଠ ପ୍ରଦର୍ଶନକାରୀ) ହୋଇଥିବାବେଳେ କର୍ଣ୍ଣାଟକ ଓ କେରଳ ପରେ ଓଡ଼ିଶା ଟପ୍ ପରଫର୍ମର(ଶୀର୍ଷ ପ୍ରଦର୍ଶନକାରୀ) ରାଜ୍ୟ ବର୍ଗରେ ସ୍ଥାନିତ ହେଶଇଛି। ଟପ୍ ପରଫର୍ମର ତାଲିକାରେ ରାଜସ୍ଥାନ ମଧ୍ୟ ରହିଛି।

୬ଟି ବର୍ଗରେ ୩୮ଟି ମାନଦଣ୍ଡ ଆଧାରରେ ହୋଇଥିବା ର‌୍ୟାଙ୍କିଙ୍ଗରେ ଗୁଜୁରାଟ ୧୦୦% ସ୍କୋର ସହ ବେଷ୍ଟ୍ ପରଫର୍ମର, କର୍ଣ୍ଣାଟକ,କେରଳ, ଓଡ଼ିଶା ଓ ରାଜସ୍ଥାନ ୮୫%ରୁ ଅଧିକ ଓ ୧୦୦%ରୁ କମ୍ ସ୍କୋର ସହ ଟପ୍ ପରଫର୍ମର ତାଲିକାରେ ସ୍ଥାନ ପାଇଛନ୍ତି। ୨୭ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ପ୍ରଦେଶକୁ ଷ୍ଟାର୍ଟଅପର ୬ଟି ବର୍ଗରେ ଭାଗ କରାଯାଇଛି। ଡିଆଇପିପି ଦ୍ୱାରା ସମଗ୍ର ଦେଶରେ ୧୪ହଜାର ଷ୍ଟାର୍ଟଅପକୁ ଚିହ୍ନଟ କରାଯାଇଥିବାବେଳେ ସର୍ବାଧିକ ଷ୍ଟାର୍ଟଅପ୍ ଥିବା ପ୍ରଥମ ୬ଟି ରାଜ୍ୟ ତାଲିକାରେ ଓଡ଼ିଶାର ନାମ ନାହିଁ।

ଏସବୁ ସତ୍ତ୍ୱେ ଓଡ଼ିଶା ସରକାରଙ୍କ ଏମଏସଏମଇ ବିଭାଗ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ ଷ୍ଟାର୍ଟଅପକୁ ନେଇ ରାଜ୍ୟର ସ୍ଥିତି ସମ୍ପର୍କରେ ଯେଉଁ ତଥ୍ୟ ଦିଆଯାଇଛି, ତାହା ବାସ୍ତବତାଠୁ ବହୁ ଦୂରରେ ବୋଲି ଜଣାପଡ଼ିଛି।

ନୂଆଦିଲ୍ଲୀସ୍ଥିତ ପ୍ରବାସୀ ଭାରତୀୟ କେନ୍ଦ୍ରରେ ଆୟୋଜିତ ଏକ ଉତ୍ସବରେ ଏମଏସଏମଇ ସଚିବ ଏଲଏନ୍ ଗୁପ୍ତା ଏହି ଟପ୍ ପରଫର୍ମର ପ୍ରମାଣପତ୍ର ଗ୍ରହଣ କରିଛନ୍ତି। ପ୍ରେସ ରିଲିଜରେ କୁହାଯାଇଛି ଓଡ଼ିଶା ଇନିସିଏଟିଭ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପରିଚାଳିତ ରାଜ୍ୟ ସରକାରଙ୍କ ଏକ ଫ୍ଲାଗଶିପ୍ କାର୍ଯ୍ୟକ୍ରମ। ଏହାର ଲକ୍ଷ୍ୟ ଓଡ଼ିଶାକୁ ଦେଶର ଅନ୍ୟତମ ଶ୍ରେଷ୍ଠ ଷ୍ଟାର୍ଟଅପ ହବରେ ପରିଣତ କରିବା। ଏକ ଉତ୍ସର୍ଗୀକୃତ ଷ୍ଟାର୍ଟ ଅପ୍ ନୀତି ପ୍ରଣୟନ କରିବାରେ ଦେଶର କିଛି ହାତଗଣତି ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ।

କେନ୍ଦ୍ର ସରକାରଙ୍କ ପ୍ରଦତ ପ୍ରମାଣପତ୍ରର ବାସ୍ତବ ସ୍ଥିତିକୁ ରାଜ୍ୟବାସୀଙ୍କ ସମ୍ମୁଖରେ ରଖିବା ପରିବର୍ତ୍ତେ ଆତ୍ମପ୍ରଚାର ପାଇଁ ନାଟକୀୟ ଢଙ୍ଗରେ ନିଜକୁ ଶ୍ରେଷ୍ଠ ବୋଲି ଓଡ଼ିଶା ସରକାର ଦର୍ଶାଇବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।



from Odisha Reporter https://ift.tt/2PRIpZ3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages