ଦ୍ୱିତୀୟ ଟେଷ୍ଟ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା; ଖେଳିପାରିବେନି ଏହି ଖେଳାଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 12, 2018

ଦ୍ୱିତୀୟ ଟେଷ୍ଟ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା; ଖେଳିପାରିବେନି ଏହି ଖେଳାଳି

india

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଚାରିଟି ଟେଷ୍ଟ୍ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ ପାଇଁ ୧୩ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ବିସିସିଆଇ ପକ୍ଷରୁ ଆଜି ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।

ଏହି ୧୩ ଜଣିଆ ଟିମ୍‌ରେ ବିରାଟ କୋହଲି (ଅଧିନାୟକ), ମୁରଲୀ ବିଜୟ, କେ.ଏଲ୍ ରାହୁଲ, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ (ଉପ-ଅଧିନାୟକ), ହନୁମା ବିହାରୀ, ଋଷଭ ପନ୍ତ (ୱିକେଟ୍ କିପର), ରବୀନ୍ଦ୍ର ଜାଡେଜା, ଈଶାନ୍ତ ଶର୍ମା, ମହମ୍ମଦ ଶାମି, ଯଶପ୍ରୀତ୍ ବୁମ୍ରା, ଭୁବନେଶ୍ୱର କୁମାର ଓ ଉମେଶ ଯାଦବଙ୍କୁ ସ୍ଥାନ ଦିଆଯାଇଛି।

ପ୍ରଥମ ଟେଷ୍ଟ ଖେଳିଥିବା ରୋହିତ ଶର୍ମା ଓ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଏଥିରେ ସାମିଲ କରାଯାଇ ନାହିଁ। ଆହତ କାରଣରୁ ଅଶ୍ୱିନ ଓ ରୋହିତଙ୍କୁ ବାଦ୍ ଦିଆଯାଇଛି ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଅଶ୍ୱିନଙ୍କ ପେଟର ମାଂସପେଶରୀରେ ଯନ୍ତ୍ରଣା ହେଉଥିବା ବେଳେ ପ୍ରଥମ ଟେଷ୍ଟ୍ ସମୟରେ ରୋହିତଙ୍କ ପିଠିରେ ଆଘାତ ଲାଗିଥିଲା। ଏବେ ଉଭୟଙ୍କ ଚିକିତ୍ସା ଚାଲିଛି। ସେହିପରି ଆହତ ପୃଥ୍ୱୀ ଶ’ ପୂରାପୂରି ଠିକ୍ ହୋଇ ନାହାନ୍ତି। ତେଣୁ ତାଙ୍କୁ ଟିମ୍‌ରେ ସାମିଲ କରାଯାଇ ନାହିଁ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

ଅଶ୍ୱିନ୍ ବାଦ୍ ପଡ଼ିବା ଦଳ ପାଇଁ ଏକ ବଡ଼ ଝଟକା। କାରଣ ସେ ପ୍ରଥମ ଟେଷ୍ଟରେ ୬ଟି ୱିକେଟ୍ ନେଇଥିଲେ। ସେ ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ୩ଟି ଲେଖାଏ ୱିକେଟ୍ ନେଇଥିଲେ।

ହନୁମା ବିହାରୀଙ୍କୁ ପ୍ରଥମ ଟେଷ୍ଟ୍ ପାଇଁ ଘୋଷଣା କରାଯାଇଥିବା ୧୨ ଜଣିଆ ଟିମ୍‌ରେ ନିଆଯାଇଥିଲା। ତେବେ ସେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇ ନଥିଲେ। ସେହିଭଳି ଉକ୍ତ ୧୨ ଜଣିଆ ଟିମ୍‌ରେ ରବୀନ୍ଦ୍ର ଜାଡେଜା, ଉମେଶ ଯାଦବ ଓ ଭୁବନେଶ୍ୱର କୁମାର ବି ସ୍ଥାନ ପାଇ ନଥିଲେ। ଏଥର ଏ ତିନି ଜଣ ଥିବା ଯୋଗୁ ହନୁମା ବିହାରୀ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ନ ପାଇ ପାରନ୍ତି। ଅଶ୍ୱିନ ନ ଥିବା ଯୋଗୁ ଚୂଡ଼ାନ୍ତ ଏକାଦଶରେ ଜାଡେଜା ତାଙ୍କ ସ୍ଥାନ ପାଇପାରନ୍ତି। ସେ ଅଲ୍‌ ରାଉଣ୍ଡର ଭୂମିକାରେ ଅବତୀର୍ଣ୍ଣ ହେବେ।

ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍ ଖେଳା ଯିବାକୁ ଥିବା ପର୍ଥର ନୂଆ ଷ୍ଟାଡିୟମ୍‌ରେ ପେସ୍ ବୋଲରଙ୍କୁ ସୁହାଇବ ବୋଲି କୁହାଯାଉଛି। ତେଣୁ ଦଳ ୪ ଜଣ ପେସ୍ ବୋଲରଙ୍କୁ ନେଇ ପାରେ। ଏମିତି ହେଲେ ଭୁବନେଶ୍ୱର କୁମାର ବା ଉମେଶ ଯାଦବ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ। ପ୍ରଥମ ଟେଷ୍ଟରେ ଈଶାନ୍ତ, ଶାମି ଓ ଯଶପ୍ରୀତଙ୍କୁ ସଫଳତା ମିଳିଥିବାରୁ ସେମାନଙ୍କୁ ଭିତରୁ କାହାକୁ ଟିମ୍ ବାଦ୍ ଦେଇ ନପାରେ।

ପର୍ଥର ଏହି ନୂଆ ଷ୍ଟାଡିୟମରେ ଏଯାବତ୍ ମାତ୍ର ଦୁଇଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳା ଯାଇଛି। ଆସନ୍ତାକାଲି ଏଠାରେ ପ୍ରଥମ ଥର ପାଇଁ ଟେଷ୍ଟ୍ ମ୍ୟାଚ୍ ଖେଳା ଯିବ।

ଆଡେଲେଡ୍‌ରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭାରତ ୩୧ ରନ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା।



from Odisha Reporter https://ift.tt/2UCy1Ic

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages