
ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ବେଲଟିକିରି ସେଲ୍ଟର୍ ହୋମ୍ ନିର୍ଯାତନା ଘଟଣାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ସଂସ୍ଥାର ଆର୍ଥିକ ନେଣଦେଣ ଓ ବିଦେଶୀ ପୁଞ୍ଜି ନେଇ ଇଡି ତଦନ୍ତ କରିବ। କେଉଁଠୁ ଏବଂ କେତେ ବିଦେଶୀ ପୁଞ୍ଜି ଆସୁଥିଲା ଇଡି ତା’ର ଯାଞ୍ଚ କରିବ।
ଏହି ପ୍ରସଙ୍ଗରେ ଇଡି ପକ୍ଷରୁ ଢେଙ୍କାନାଳ ପୁଲିସକୁ ଏତଲା ଓ ଚାର୍ଜସିଟ୍ ମଗାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ବେଲଟିକିରି ସ୍ଥିତ ସେଲ୍ଟର୍ ହୋମ୍ ‘ଡ୍ରିମ୍ ସେଣ୍ଟର’ରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଉଥିଲା। ଜଣେ କି ଦୁଇ ଜଣ ନୁହେଁ, ଏକାଧିକ ନାବାଳିକା ଅନ୍ତେବାସୀଙ୍କୁ ଶୋଷଣ କରାଯାଉଥିଲା। ଏହି ଜଘନ୍ୟ କାଣ୍ଡର ମୁଖ୍ୟ ଖଳନାୟକ ଥିଲେ ସଂସ୍ଥାର ମୁଖ୍ୟ ଫୟାଜ୍ ରେହମାନ। ଯାହାଙ୍କୁ ‘ଡାଡି’ ବୋଲି ସମ୍ବୋଧନ କରନ୍ତି ଏହି ସେଲ୍ଟର ହୋମର ନିରୀହ ଅନ୍ତେବାସୀ। ଏପରିକି ଧର୍ମ ପରିବର୍ତ୍ତନ କରାଯାଉଥିବା ମଧ୍ୟ ଅଭିଯୋଗ ଆସିଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା।
from Odisha Reporter https://ift.tt/2Gj5Zyt
No comments:
Post a Comment