କ୍ୟାନସର୍‌ ଆଶଙ୍କା ହ୍ରାସ କରେ ଅମୃତଭଣ୍ଡା ପତ୍ରର ରସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 1, 2018

କ୍ୟାନସର୍‌ ଆଶଙ୍କା ହ୍ରାସ କରେ ଅମୃତଭଣ୍ଡା ପତ୍ରର ରସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ଅମୃତଭଣ୍ଡା ଖାଇଲେ ଶରୀରକୁ ଅନେକ ଲାଭ ମିଳିଥାଏ। ତେବେ କେବଳ ଅମୃତଭଣ୍ଡା ନୁହେଁ, ଏହାର ପତ୍ରରେ ବି ରହିଛି ଅନେକ ଔଷଧୀୟ ଗୁଣ। ଯଦି ଆପଣ ଅମୃତଭଣ୍ଡା ପତ୍ରର ରସ ପିଉନାହାନ୍ତି, ତେବେ ଆଜିଠୁ ପିଇବା ଆରମ୍ଭ କରନ୍ତୁ। ନିୟମିତ ଏହାକୁ ପିଇବା ଦ୍ୱାରା କ୍ୟାନସର୍‌ ଭଳି ଅନେକ ବଡ଼ ରୋଗରୁ ବି ଆପଣ ରକ୍ଷା ପାଇ ପାରିବେ।

ଆସନ୍ତୁ ଜାଣିବା, ଅମୃତଭଣ୍ଡା ପତ୍ରର ରସରେ କେଉଁ ସବୁ ଗୁଣ ରହିଛି।

୧. ଯଦି ଆପଣଙ୍କ ଶରୀରରେ ବ୍ଲଡ୍‌ ପ୍ଲେଟ୍‌ଲେଟ୍‌ କମ୍‌ ଅଛି, ତେବେ ଏଥିପାଇଁ ଅମୃତଭଣ୍ଡା ପତ୍ରର ରସ ରାମବାଣ ଭାବେ କାର୍ଯ୍ୟ କରିଥାଏ। ଆପଣ ପ୍ରତିଦିନ ଦୁଇ ଚାମଚ ଅମୃତଭଣ୍ଡା ପତ୍ର ରସ ତିନି ମାସ ପର୍ଯ୍ୟନ୍ତ ପିଅନ୍ତୁ, ସୁଫଳ ଅବଶ୍ୟ ମିଳିବ।

୨. ଅମୃତ ଭଣ୍ଡା ପତ୍ର ରସ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିବା ସହ ଜୀବାଣୁ ବୃଦ୍ଧିକୁ ହ୍ରାସ କରିଥାଏ । ଏହା ସହ ଅନେକ ରୋଗ ସହ ଲଢ଼ିବାରେ ଏହି ରସ ଶରୀରକୁ ଶକ୍ତି ଯୋଗାଇଥାଏ ।

୩.ଅମୃତ ଭଣ୍ଡା ପତ୍ରର ରସ ମ୍ୟାଲେରିଆ ଏବଂ ଡେଙ୍ଗୁ ରୋଗୀଙ୍କ ପାଇଁ ମଧ୍ୟ ଖୁବ୍ ଉପଯୋଗୀ ।

୪.କ୍ୟାନ୍‌ସର୍‌ ରୋଗୀଙ୍କ ପାଇଁ ଏହି ପତ୍ରର ରସ ବରଦାନ ସଦୃଶ କାମ କରିଥାଏ । ଏଥିରେ କ୍ୟାନସର୍‌ ପ୍ରତିରୋଧ ଗୁଣ ରହିଛି । ଯାହା ଶରୀରରେ ଇମ୍ୟୁନିଟି ଶକ୍ତି ବୃଦ୍ଧିରେ ସାହାଯ୍ୟ କରେ ।

୫. ମହିଳାମାନଙ୍କ ମାସିକ ଧର୍ମରେ ହେଉଥିବା ଯନ୍ତ୍ରଣାରୁ ଉପଶମ ପାଇବାକୁ ହେଲେ ଅମୃତ ଭଣ୍ଡା ପତ୍ରର ରସ ପ୍ରସ୍ତୁତ କରି ପିଅନ୍ତୁ । ଏହାଦ୍ୱାରା  ଆରାମ ଅନୁଭବ ହୋଇଥାଏ।



from Odisha Reporter https://ift.tt/2Q4DoBo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages