୬ଟି ଫୋନ୍‌ କିଣି ଏହି ବ୍ୟକ୍ତି ପାଇଲେ ୬୦୦ ଗିଫ୍‌ଟ୍‌, ଦାମ୍‌ ପ୍ରାୟ ୧ ଲକ୍ଷ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 9, 2018

୬ଟି ଫୋନ୍‌ କିଣି ଏହି ବ୍ୟକ୍ତି ପାଇଲେ ୬୦୦ ଗିଫ୍‌ଟ୍‌, ଦାମ୍‌ ପ୍ରାୟ ୧ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: କୁହଯାଏ, ଭାଗ୍ୟଦେବୀ ପ୍ରସନ୍ନ ହେଲେ, କୌଣସି ପୂର୍ବ ସୂଚନା ନ ଥାଇ ସୁଦ୍ଧା ଅଚାନକ ମୋଟା ରକମର ସଂପତ୍ତି ଲାଭ ହୁଏ। ଦିଲ୍ଲୀର ୨୪ ବର୍ଷୀୟ ଯୁବକ ଶଶାଙ୍କ ଶେଖରଙ୍କ କ୍ଷେତ୍ରରେ ଏପରି କିଛି ଘଟିଛି।

ଅନ୍‌ଲାଇନ୍ କମ୍ପାନୀ ‘ଆମାଜନ୍‌’ ଓ ସ୍ମାର୍ଟ୍ ଫୋନ୍‌ ନିର୍ମାତା ‘ୱାନ୍‌ ପ୍ଲସ୍‌’ର ସହବନ୍ଧନର ୪ର୍ଥ ବାର୍ଷିକୀ ଅବସରରେ ଆୟୋଜିତ ‘ୱାନ୍‌ ପ୍ଲସ୍‌ ଲକି ଷ୍ଟାର୍‌’ କ୍ୟାମ୍ପେନ୍‌ରେ ଶଶାଙ୍କ ଭାଗ୍ୟଶାଳୀ ବିଜେତା ହୋଇଛନ୍ତି। ପୁରସ୍କାର ବାବଦରେ ଶଶାଙ୍କଙ୍କୁ ୬ ଶହ ଗିଫ୍‌ଟ୍‌ ମିଳିଛି।

‘ଓ୍ଵାନ୍ ପ୍ଲସ୍’  ଓ ‘ଆମାଜନ୍’ ପକ୍ଷରୁ ଆୟୋଜିତ ପ୍ରମୋସନାଲ୍ କ୍ୟାମ୍ପେନ୍‌ ‘ଓ୍ଵାନ୍ ପ୍ଲସ୍ ଲକି ଷ୍ଟାର୍’ରେ ଅଫର୍ ମୁତାବକ ୬ଟି ‘ଓ୍ଵାନ୍ ପ୍ଲସ୍’ ସ୍ମାର୍ଟ ଫୋନ୍ କିଣିଲେ, କୌଣସି ଜଣେ ଭାଗ୍ୟଶାଳୀ ବିଜେତାଙ୍କୁ ଫୋନ୍ ସହ ଆହୁରି ୬୦୦ ଉପହାର ମିଳିବାର ଥିଲା। ଏହି ଅଫର୍‌ରେ ଆକର୍ଷିତ ହୋଇ ଶଶାଙ୍କ୍‌ ଶେଖର ୬ଟି ସ୍ମାର୍ଟ ଫୋନ୍‌ କିଣିଥିଲେ।

ଏବେ ଏହାର ଭାଗ୍ୟଶାଳୀ ବିଜେତା ହେବା ପରେ ଶେଖର୍‌ଙ୍କୁ ଘରୋଇ ଆସବାବପତ୍ର, ଫ୍ୟାଶନ୍‌, ଗ୍ୟାଜେଟ୍‌ସ୍‌ ଓ ରୋଷେଇ ସାମଗ୍ରୀ ଆଦି ୬ ଶହ ଗିଫ୍‌ଟ ମିଳିଛି। ଏହି ସବୁ ଗିଫ୍ଟର ଦାମ୍‌ ୮୦,୦୦୦ରୁ ୧ଲକ୍ଷ ଟଙ୍କା ହେବ।

କୌତୁହଳର କଥା, ଏହି ସବୁ ଗିଫ୍‌ଟ୍‌ ଆଣିବା ପାଇଁ ଶେଖରଙ୍କୁ କୌଣସି ପରିଶ୍ରମ ବା ଖର୍ଚ୍ଚାନ୍ତ ହେବାକୁ ପଡ଼ି ନାହିଁ। ବରଂ ‘ଓ୍ଵାନ୍ ପ୍ଲସ୍’ ମୋବାଇଲ୍ ଓ ‘ଆମାଜନ୍‌’ ପକ୍ଷରୁ ଏକ ଟ୍ରକ୍‌ରେ ଏହି ସବୁ ସାମଗ୍ରୀ ଶେଖରଙ୍କ ଘରେ ଆସି  ପହଞ୍ଚିଥିଲା।

ଗତ ଚାରିବର୍ଷ ମଧ୍ୟରେ ‘ଆମାଜନ୍‌’ ଗ୍ରାହକଙ୍କୁ ଆକୃଷ୍ଟ କରିବା ସହ ନିଜ ବିଶ୍ୱସନୀୟତା ଜାହିର୍ କରି ଭାରତୀୟ ବଜାରରେ ବେଶ୍‌ ସଫଳ ହୋଇଛି।



from Odisha Reporter https://ift.tt/2Px1IH6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages