ସୁରତରେ ପ୍ରବାସୀ ଓଡ଼ିଆଙ୍କ ପାଇଁ ଖୋଲିବ ଯୁକ୍ତ ଦୁଇ କଲେଜ, ମିଳିବ ଓଡ଼ିଆ ପୁସ୍ତକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 17, 2018

ସୁରତରେ ପ୍ରବାସୀ ଓଡ଼ିଆଙ୍କ ପାଇଁ ଖୋଲିବ ଯୁକ୍ତ ଦୁଇ କଲେଜ, ମିଳିବ ଓଡ଼ିଆ ପୁସ୍ତକ

ସୁରତ (ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁରତରେ ବାସ କରୁଥିବା ଓଡ଼ିଆଙ୍କ ମନ କିଣିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଆଜି ସନ୍ଧ୍ୟାରେ ରାଜଓ୍ୱାଡିଠାରେ ଆୟୋଜିତ ଓଡ଼ିଶା ମହୋତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡ଼ିଆଙ୍କ ପାଇଁ ବିଭିନ୍ନ ଘୋଷଣା କରିଛନ୍ତି। ସେଠାକାର ଓଡ଼ିଆ ପିଲାମାନଙ୍କୁ ଓଡ଼ିଆ ପାଠ୍ୟ ପୁସ୍ତକ ଯୋଗାଇବା ଓ +୨ କଲେଜ ଖୋଲିବା ନେଇ ସେ ଘୋଷଣା କରିଛନ୍ତି।
ସେହିପରି ସୁରତରେ ଓଡ଼ିଶା କଲଚରାଲ୍ ସେଣ୍ଟର ପ୍ରତିଷ୍ଠା ପାଇଁ ନବୀନ ୧୦ କୋଟିର ସହାୟତା ଘୋଷଣା କରିଛନ୍ତି। ଏଥିପାଇଁ ଜାଗା ଦେବାକୁ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ଚିଠି ଲେଖିଥିବା କହିଛନ୍ତି। ଏହାଛଡ଼ା ବ୍ରହ୍ମପୁରରୁ ସୁରତକୁ ଟ୍ରେନ୍‌ ଓ ଭୁବନେଶ୍ୱର ସୁରତ ମଧ୍ୟରେ ସିଧା ବିମାନ ସେବା ପାଇଁ କେନ୍ଦ୍ରକୁ ଅନୁରୋଧ କରିଥିବା କଥା ମଧ୍ୟ ନବୀନ ଦୋହରାଇଛନ୍ତି।
ଆଜିର କାର୍ଯ୍ୟକ୍ରମରେ ମନ୍ତ୍ରୀ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ସୂର୍ଯ୍ୟ ନାରାୟଣ ପାତ୍ର, ଉଷା ଦେବୀ, ବିକ୍ରମ କେଶରୀ ଆରୁଖ, ପ୍ରଶାନ୍ତ ନନ୍ଦ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ।


from Odisha Reporter https://ift.tt/2EAmqo7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages