ବିସିସିଆଇ ମୁଣ୍ଡରେ ଆଇସିସି ଖଣ୍ଡା: ଭାରତ ପାଖରୁ ଖସିପାରେ ୨୦୨୩ ବିଶ୍ୱକପ୍‌ ଆୟୋଜନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 21, 2018

ବିସିସିଆଇ ମୁଣ୍ଡରେ ଆଇସିସି ଖଣ୍ଡା: ଭାରତ ପାଖରୁ ଖସିପାରେ ୨୦୨୩ ବିଶ୍ୱକପ୍‌ ଆୟୋଜନ

ଦୁବାଇ: ବିସିସିଆଇ ଭାରତରେ ୨୦୨୩ କ୍ରିକେଟ ବିଶ୍ୱକପ୍‌ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏବେ ଏହା ଉପରେ ଆଇସିସି ରୋକ ଲଗାଇବାକୁ ଧମକ ଦେଇଛି। ୨୦୧୬ରେ ଭାରତ ଟି-୨୦ ବିଶ୍ୱକପ୍‌ ଆୟୋଜନ କରିଥିଲା। କିନ୍ତୁ ଆଇସିସି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଟିକସ ରିହାତି ପାଇ ନଥିଲା। ତେଣୁ ଟିକସ୍‌ ବାବଦରେ ଆଇସିସି ଏବେ ବିସିସିଆଇକୁ ୧୬୧ କୋଟି ଟଙ୍କାର କ୍ଷତିପୂରଣ ମାଗିଛି।

ଯଦି ବିସିସିଆଇ ଏହି ଅର୍ଥ ଚଳିତ ବର୍ଷ ଡିସେମ୍ବର ୩୧ ସୁଦ୍ଧା ପୈଠ ନ କରିବ, ତା’ହେଲେ ୨୦୨୩ ବିଶ୍ୱକପ୍‌ ଆୟୋଜନ ପାଇଁ ଭାରତକୁ ଅନୁମତି ମିଳିବ ନାହିଁ ବୋଲି ଆଇସିସି ପକ୍ଷରୁ ରୋକଠୋକ ଶୁଣାଇ ଦିଆଯାଇଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ବିସିସିଆଇର ପ୍ରଶାସନିକ କମିଟି ପାଖରେ ଏହି ଅର୍ଥକୁ ପୈଠ କରିବା ପାଇଁ ୧୦ ଦିନରୁ କମ୍‌ ସମୟ ରହିଛି। ଯଦି ବିସିସିଆଇ ଏହି ଅର୍ଥ ନ ଦେବ, ତା’ହେଲେ ଆଇସିସି ଚଳିତ ଆର୍ଥିକ ବର୍ଷରେ ବିଭିନ୍ନ ଟୁର୍ଣ୍ଣାମେଣ୍ଟ ବାବଦକୁ ବିସିସିଆଇ ପାଇବାକୁ ଥିବା ଅର୍ଥକୁ କାଟ୍‌ କରିବ ବୋଲି ମଧ୍ୟ କହିଛି।

ଏହାବାଦ୍‌ ଭାରତରେ ୨୦୨୧ରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ଏବଂ ୨୦୨୩ରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ ପାଇଁ ଅନ୍ୟ ଦେଶ ସହ କଥାବର୍ତ୍ତା କରାଯିବ ବୋଲି ଆଇସିସି କହିଛି।

ଆଇସିସିର ବିଭିନ୍ନ ଟୁର୍ଣ୍ଣାମେଣ୍ଟର ସିଧାପ୍ରସାରଣ ପାଇଁ ଅନୁମତି ପାଇଥିବା ଷ୍ଟାର ଟିଭି ବିଶ୍ୱକପ୍‌ ଟି-୨୦ ପାଇଁ ଟିକସ୍‌ ଅର୍ଥ କାଟ କରି ଆଇସିସିକୁ ଟଙ୍କା ଦେଇଥିଲା। ଟିକସ୍ ବାବଦ ଅର୍ଥରେ ରିହାତି ଟି-୨୦ ଆୟୋଜନ କରୁଥିବା ଦେଶର ରାଜ୍ୟ ଓ କେନ୍ଦ୍ର ସରକାର ଆଇସିସିକୁ ଦେବେ ବୋଲି ସ୍ଥିର ହୋଇଥିଲା। ତେଣୁ ଆଇସିସି ଏବେ ବିସିସିଆଇକୁ ଉକ୍ତ ଟଙ୍କା ମାଗିବା ଆରମ୍ଭ କରିଛି।

ତେବେ ବିସିସିଆଇ କେବେ ହେଲେ ଆଇସିସିକୁ ଟିକସ ବାବଦ ଅର୍ଥ ଛାଡ଼ କରିବାକୁ ରାଜି ହୋଇ ନଥିଲା ବୋଲି କହିଛି।

ବିସିସିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, “ ବିସିସିଆଇ ଟିକସ୍‌ ବାବଦ ଅର୍ଥରେ ରିହାତି ଦେବାକୁ ଆଇସିସିକୁ କଥା ଦେଇଥିବା ପ୍ରମାଣ ରହିଛି ବୋଲି ସଂସ୍ଥା ଦାବି କରୁଛି। କିନ୍ତୁ ଆଇସିସି ଏଯାଏ ସେଭଳି ପ୍ରମାଣ ବିସିସିଆଇକୁ ଦେଇନାହିଁ। କାରଣ ବିସିସିଆଇ ଏପରି କୌଣସି ପ୍ରତିଶ୍ରୁତି ଦେଇ ନଥିଲା।

କେବଳ ଭାରତ ଠାରୁ ଟଙ୍କା ନେବାକୁ ଆଇସିସି ଏଭଳି ଉଦ୍ୟମ କରୁଛି। ବର୍ତ୍ତମାନ ଆଇସିସିର ଅଧ୍ୟକ୍ଷ ଥିବା ପୂର୍ବତନ ବିସିସିଆଇ ସଭାପତି ଶଶାଙ୍କ ମନୋହର ନିଜର ବ୍ୟକ୍ତିଗତ ଫାଇଦା ପାଇଁ ବିସିସିଆଇକୁ ଟାର୍ଗେଟ କରୁଛନ୍ତି। ଯଦି ଆଇସିସି ଏହି ଟଙ୍କା ବାବଦରେ ଭାରତକୁ ମିଳିବାକୁ ଥିବା ରେଭିନ୍ୟୁ ଭାଗର ଅର୍ଥ କାଟ କରେ, ତା’ହେଲେ ଏହା ବିରୋଧରେ ଆଇନଗତ ଲଢ଼େଇ ଆରମ୍ଭ ହେବ।”

ଆଇସିସି କହିଛି ଯେ, ଯଦି ଭାରତ ସରକାର ଆଇସିସିକୁ ଟିକସ୍‌ ଛାଡ଼ ରିହାତି ନ ଦେବେ, ତା’ହେଲେ ଏହାକୁ ବିସିସିଆଇ ଦେବ ବୋଲି ତତ୍କାଳୀନ ବିସିସିଆଇ ଅଧ୍ୟକ୍ଷ ଏନ୍‌ ଶ୍ରୀନିବାସନ କହିଥିଲେ। ହେଲେ ଏବେ ଭାରତ ଏଥିରେ କୌଣସି ପ୍ରକାରର ସହଯୋଗ କରୁନାହିଁ। ତେଣୁ ଆଇସିସିରେ ପାଣ୍ଠି ସଙ୍କଟ ସୃଷ୍ଟି ହୋଇଛି।



from Odisha Reporter http://bit.ly/2GxJZzJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages