
ଭଦ୍ରକ (ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ତିହିଡି ପ୍ରାଥମିକ ବିଦ୍ୟାଳୟର ୧୦ରୁ ଅଧିକ ଛାତ୍ରଛାତ୍ରୀ ବିଷାକ୍ତ ଫଳ ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଛାତ୍ରଛାତ୍ରୀମାନେ ଗତକାଲି ମଧ୍ୟାହ୍ନ ଭୋଜନ ଖାଇବା ପରେ ସ୍କୁଲ ପାଚେରି କଡ଼ରେ ଥିବା କିଛି ଗଛର ଫଳ ଖାଇଥିଲେ, ଯାହାକି ବିଷାକ୍ତ। ସେହି ଫଳ ଖାଇବା ପରେ ଛାତ୍ରଛାତ୍ରୀମାନେ ଅସୁସ୍ଥ ହୋଇ ପଡ଼ିଥିଲେ।
ଶିକ୍ଷକମାନେ ପଚରାଉଚରା କରିବା ପରେ ଛାତ୍ରଛାତ୍ରୀମାନେ ବିଷାକ୍ତ ଫଳ ଖାଇଥିବା ଜଣାପଡ଼ିଥିଲା।
ଚିକିତ୍ସା ପରେ ଛାତ୍ରଛାତ୍ରୀ ସୁସ୍ଥ ଥିବା ଜଣାପଡ଼ିଛି।
from Odisha Reporter https://ift.tt/2SLnsB3
No comments:
Post a Comment