
ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୋହିରାଣୀ ଗାଁରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ଲୋକନାଥ ସେଠୀ(୪୫)।
ଏଥିସହ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଗୋହିରାଣୀ ଗାଁର ୱାର୍ଡ ମେମ୍ୱର ପ୍ରତାପ ଜେନା (୩୫) ଅଛନ୍ତି। ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ଗାଁରେ ଏକ ଖେଳ ପଡ଼ିଆ ନିର୍ମାଣ କାର୍ଯ୍ୟାଦେଶକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି।
ଗତ ୬ମାସ ତଳେ ଏହି ଗାଁରେ ହରେକୃଷ୍ଣ ସେଠୀଙ୍କ ନାମରେ ପଡ଼ିଆ ନିର୍ମାଣ ପାଇଁ ୩ ଲକ୍ଷ ୫୦ ହଜାର ଟଙ୍କାର ଏକ କାର୍ଯ୍ୟାଦେଶ ମିଳିଥିଲା। ହେଲେ ପରବର୍ତ୍ତୀ ସମୟରେ ଏହାକୁ ବାତିଲ୍ କରି ଡିପାର୍ଟମେଣ୍ଟ ନିଜେ କରାଇବା ପ୍ରସଙ୍ଗକୁ ନେଇ କାର୍ଯ୍ୟାଦେଶ ପାଇଥିବା ଗୋଷ୍ଠୀ ଏବଂ ସରପଞ୍ଚ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ହେବାରୁ ଏମିତି ପରିସ୍ଥିତି ସୃଷ୍ଟି ହୋଇଥିଲା।
ଆଜି ସକାଳେ କାର୍ଯ୍ୟାଦେଶ ପାଇଥିବା ଗୋଷ୍ଠୀ ପକ୍ଷରୁ ପଡ଼ିଆ କାମ ଚାଲିଥିବା ବେଳେ ପ୍ରତିପକ୍ଷ ଗୋଷ୍ଠୀ ବିରୋଧ କରିଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା।
ଏନେଇ ବର୍ତ୍ତମାନ ସୁଧା ପୁଲିସ୍ ନିଟରେ ଏତଲା କରାଯାଇନାହିଁ।
from Odisha Reporter https://ift.tt/2QNzRqM
No comments:
Post a Comment