ବାର୍ଡ ଫ୍ଲୁ ଚିନ୍ତା: ୧୦ ଦିନ କୁକୁଡ଼ା ଓ ଅଣ୍ଡା ଚାଲାଣ ଉପରେ କଟକଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 14, 2018

ବାର୍ଡ ଫ୍ଲୁ ଚିନ୍ତା: ୧୦ ଦିନ କୁକୁଡ଼ା ଓ ଅଣ୍ଡା ଚାଲାଣ ଉପରେ କଟକଣା

han-123

ବ୍ରହ୍ମଗିରି (ରବିନାରାୟଣ ପୂଜାରୀ): ବାର୍ଡ ଫ୍ଲୁକୁ ନେଇ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ କୁକୁଡ଼ା ମରା ଅଭିଯାନ ଶେଷ ହୋଇଛି। ତେବେ ସତର୍କତା ଦୃଷ୍ଟିରୁ ଏହି ଅଞ୍ଚଳର ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍କୁଲରେ ଶିଶୁଙ୍କୁ ସାମୟିକ ଭାବେ ଅଣ୍ଡା ଖାଇବାକୁ ନଦେବା ଲାଗି ନିଷ୍ପତ୍ତି ହୋଇଛି। ପରିସ୍ଥିତିକୁ ନଜରରେ ରଖି ସିଡିଏମ୍ଓ ୧୦ଟି ଟିମ୍ ଗଠନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୫ଟି ଟିମ୍ କାର୍ଯ୍ୟ ଆରମ୍ଭ କରିଛନ୍ତି।

ସେହିଭଳି ତିନୋଟି ଟିମ୍‌କୁ କୃଷ୍ଣପ୍ରସାଦ ବ୍ଲକରେ ସଜାଗ ରଖାଯାଇଛି। ମାଲୁଦ ଏବଂ ପଥରଗଞ୍ଜର ୨ଟି ଫାର୍ମରେ ୪ଶହ କୁକୁଡ଼ାକୁ ମାରି ଦିଆଯାଇଛି।  ତା’ସହ ଗାତ ଖୋଳି ଫର୍ମାଲିନ ଏବଂ ବ୍ଲିଚିଂ ପକାଇ ସେସବୁ କୁକୁଡ଼ାକୁ ପୋତି ନଷ୍ଟ କରି ଦିଆଯାଇଛି। ଆଗକୁ ପ୍ରଭାବିତ ଫାର୍ମରୁ ଏକ କିଲୋମିଟର ଦୂରରେ ଥିବା ଫାର୍ମ ଏବଂ ଗାଁ ଗୁଡ଼ିକୁ ଯାଇ କୁକୁଡ଼ା ମରାଯିବାକୁ ନିଷ୍ପତ୍ତି ହୋଇଛି।

ତେବେ ବିଦେଶାଗତ ପକ୍ଷୀ ଫ୍ଲୁ ଦ୍ୱାରା ପ୍ରଭାବିତ ହୋଇଛନ୍ତି କି ନାହିଁ, ଜାଣିବା ପାଇଁ ନମୂନା ସଂଗ୍ରହ କରି ପରୀକ୍ଷାଗାରକୁ ପଠାଯିବ ବୋଲି ପ୍ରାଣୀ ରୋଗ ଗବେଷଣା କେନ୍ଦ୍ର କର୍ତ୍ତୃପକ୍ଷ କହିଛନ୍ତି।

ଆଗାମୀ ୧୦ ଦିନ ପାଇଁ କୃଷ୍ଣପ୍ରସାଦ ବ୍ଲକରୁ କୁକୁଡ଼ା ଓ ଅଣ୍ଡା ଚାଲାଣ ଉପରେ କଟକଣା ଲଗାଯାଇଛି। ସମସ୍ତ ପରିସ୍ଥିତି ଉପରେ ନଜର ରଖାଯାଇଛି। ପରିସ୍ଥିତି ନିୟନ୍ତ୍ରଣାଧିନ ଥିବା ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।



from Odisha Reporter https://ift.tt/2QSHXhB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages