
ଝାରସୁଗୁଡ଼ା (ଭାଗୀରଥୀ ସାହୁ): ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଭୋଇମୁଣ୍ଡାରେ ହାତୀ ଆତଙ୍କ ଦେଖାଯାଇଛି।
ଆଜି ଭୋରରେ ଜଣେ ମହିଳାଙ୍କୁ ହାତୀ ଦଳି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ଭାରତୀ ଖଡ଼ିଆ (୩୩)।
ଆଜି ଭୋରରେ ଗୋଟିଏ ହାତୀ ଗାଁକୁ ପଶି ଆସିଥିଲା। ଭାରତୀ ଘରୁ ବାହାରିବା କ୍ଷଣି ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ସେଠାରେ ହିଁ ହାତୀ ତାଙ୍କୁ ଦଳି ଦେଇଥିଲା। ପୁଲିସ୍ ଓ ବନ ବିଭାଗ ଘଟଣାର ତଦନ୍ତ କରୁଛନ୍ତି।
from Odisha Reporter http://bit.ly/2LxtaE2
No comments:
Post a Comment