ଆଜୀବନ ଜେଲ୍‌ ଦଣ୍ଡାଦେଶ ବିରୋଧରେ ସୁପ୍ରିମ୍‌କୋର୍ଟ ଗଲେ ସଜ୍ଜନ୍‌ କୁମାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 22, 2018

ଆଜୀବନ ଜେଲ୍‌ ଦଣ୍ଡାଦେଶ ବିରୋଧରେ ସୁପ୍ରିମ୍‌କୋର୍ଟ ଗଲେ ସଜ୍ଜନ୍‌ କୁମାର

ନୂଆଦିଲ୍ଲୀ: ଦଳରୁ ସଦ୍ୟ ଇସ୍ତଫା ଦେଇଥିବା ବରିଷ୍ଠ କଂଗ୍ରେସ ନେତା ତଥା ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ଓ ହିଂସାକାଣ୍ଡ ମାମଲାରେ ଅଭିଯୁକ୍ତ ସଜ୍ଜନ୍‌ କୁମାର ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଦିଲ୍ଲୀ ହାଇକୋର୍ଟ ଦେଇଥିବା ଆଜୀବନ ଜେଲ୍‌ ଦଣ୍ଡାଦେଶ ବିରୋଧରେ ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

ଦଙ୍ଗା ପୀଡ଼ିତମାନଙ୍କ ପକ୍ଷରୁ ଲଢ଼ୁଥିବା ବରିଷ୍ଠ ଓକିଲ ଏଚ୍‌ଏସ୍‌ ଫୁଲ୍‌କା କହିଛନ୍ତି, ସୁପ୍ରିମ୍‌କୋର୍ଟର ରେଜିଷ୍ଟ୍ରି ପକ୍ଷରୁ ତାଙ୍କୁ ଏହି ବିଷୟରେ ସୂଚନା ଦିଆଯାଇଛି। ସେ ଆହୁରି ମଧ୍ୟ କହିଥିଲେ ଯେ, ଦଙ୍ଗା ପୀଡ଼ିତଙ୍କ ପକ୍ଷ ନ ଶୁଣି ସୁପ୍ରିମ୍‌କୋର୍ଟରେ ଏ ସମ୍ପର୍କିତ ମାମଲାର କୌଣସି ଶୁଣାଣି କରାଯାଇପାରିବନାହିଁ ବୋଲି ପୂର୍ବରୁ ସେମାନଙ୍କ ପକ୍ଷରୁ କ୍ୟାଭିଏଟ୍‌ ଦାଖଲ ହୋଇସାରିଛି।

୧୯୮୪ ମସିହା ନଭେମ୍ବର ୧ ତାରିଖରେ ନୂଆଦିଲ୍ଲୀର ରାଜନଗରରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରିବା ସହିତ ଗୋଟିଏ ଗୁରୁଦ୍ୱାର ଜାଳିଦେଇଥିବା ମାମଲାରେ ଦିଲ୍ଲୀ ହାଇକୋର୍ଟ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଥିଲେ। ଦୋଷୀ ସାବ୍ୟସ୍ତ ହେବାପରେ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ଇସ୍ତଫା ପତ୍ର ମଧ୍ୟ ପଠାଇଥିଲେ।

ସେ ତାଙ୍କର ଆତ୍ମସମର୍ପଣ ପାଇଁ ନିର୍ଦ୍ଧାରିତ ତାରିଖ ଡିସେମ୍ବର ୩୧କୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଘୁଞ୍ଚାଇବା ପାଇଁ ଆବେଦନ କରିଥିଲେ ମଧ୍ୟ ଗତକାଲି ହାଇକୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ଏହି ଆବେଦନ ସପକ୍ଷରେ ଦିଆଯାଇଥିବା ଯୁକ୍ତିକୁ ଭିତ୍ତିହୀନ ଦର୍ଶାଇ କୋର୍ଟ ଏହାକୁ ଖାରଜ କରିଦେଇଥିଲେ।

ସୂଚନାଯୋଗ୍ୟ, ୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ଇନ୍ଦିରା ଗାନ୍ଧିଙ୍କୁ ତାଙ୍କର ୨ ଶିଖ୍‌ ଅଙ୍ଗରକ୍ଷୀ ଗୁଳି କରି ହତ୍ୟା କରିବାପରେ ଶିଖ୍‌ ବିରୋଧୀ ଦଙ୍ଗା ବ୍ୟାପକ ହୋଇଥିଲା। ଏଥିରେ ପ୍ରାୟ ୩ ହଜାର ଶିଖ ଲୋକଙ୍କ ଜୀବନ ଯାଇଥିଲା।



from Odisha Reporter http://bit.ly/2EMXrhE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages