ଘରର ମାର୍ବଲ୍‌ ଚଟାଣ କଳା ପଡୁଥିଲେ, ଆପଣାନ୍ତୁ ଏସବୁ ଉପାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 28, 2018

ଘରର ମାର୍ବଲ୍‌ ଚଟାଣ କଳା ପଡୁଥିଲେ, ଆପଣାନ୍ତୁ ଏସବୁ ଉପାୟ

marble

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ଘର ତିଆରି ସମୟରେ ସମସ୍ତେ ମାର୍ବଲ୍‌ କିମ୍ୱା ଟାଇଲ୍‌ ପକାଇବାକୁ ପସନ୍ଦ କରୁଛନ୍ତି। ଏଥିପାଇଁ ଅନେକ ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି। ଚଟାଣରେ ପଡ଼ିଥିବା ସୁନ୍ଦର ସୁନ୍ଦର ମାର୍ବଲ ଘରର ସୌନ୍ଦର୍ଯ୍ୟକୁ ଆହୁରି ବି ବଢ଼ାଇଦିଏ।

ବିଶେଷ କରି ରୋଷେଇ ଘରର ସ୍ଲାପ୍‌ ଓ କାନ୍ଥରେ ଟାଇଲ୍‌ କିମ୍ୱା ମାର୍ବଲ୍‌ ପଡ଼ିଥିବା ଆପଣମାନେ ଲକ୍ଷ୍ୟ କରିଥିବେ।

ଲୋକେ ଧଳା ରଙ୍ଗର ମାର୍ବଲ୍‌କୁ ଚଟାଣରେ ପକାଇବା ଅଧିକ ପସନ୍ଦ କରିଥାନ୍ତି। ହେଲେ ଗୋଟିଏ ସମସ୍ୟା ହେଉଛି, ଧଳା ମାର୍ବଲ୍‌ ବହୁତ ଶୀଘ୍ର ଅପରିଷ୍କାର ହୋଇଯାଇଥାଏ। କୌଣସି ରଙ୍ଗ କିମ୍ୱା ଧୂଳି ଲାଗିବା ପରେ ଏଥିରେ ଦାଗ ରହି ଯାଇଥାଏ। ଏହାସହ ନିୟମିତ ବ୍ୟବଧାନରେ ଏହାକୁ ସଫା ନ କଲେ, ଏହା ହଳଦିଆ ଓ କଳା ପଡ଼ି ଯାଇଥାଏ। ଯାହା କି ଅସୁନ୍ଦର ଦେଖାଦେଇଥାଏ।

ତେବେ ଏଥିପାଇଁ ଯଦି ଆପଣ ଚିନ୍ତା କରୁଛନ୍ତି, ତେବେ ଆମେ ଆଜି ଆପଣଙ୍କୁ ମାର୍ବଲ୍‌ ଚଟାଣ ସଫା କରିବା ପାଇଁ କିଛି ଟିପ୍ସ କହିବୁ। ଯାହାକୁ ପ୍ରୟୋଗ କରିବା ପରେ ଆପଣଙ୍କ ଘରର ମାର୍ବଲ୍‌ ପୂର୍ବ ପରି ଚକ୍‌ଚକ୍‌ କରିପାରିବେ।

marbleଆସନ୍ତୁ ଜାଣିବା ମାର୍ବଲ୍‌ ସଫା କରିବା ପାଇଁ କିଛି ଘରୋଇ ଟିପ୍ସ।

୧.  ପ୍ରତ୍ୟେକ ଦିନ ଗରମ ପାଣିରେ ମାର୍ବଲ୍‌ ଚଟାଣକୁ ପୋଛା ଲଗାନ୍ତୁ। ଏହାଦ୍ୱାରା ମାର୍ବଲ ଉପରେ ଜମିଥିବା ମଇଳା ସଫା ହୋଇଯିବ।

୨. ମାର୍ବଲ ସଫା କରିବା ସମୟରେ ଯଦି କୌଣସି କ୍ଲିନର ବ୍ୟବହାର କରୁଥିଲେ ଏହାର ପିଏଚ୍‌ ସାତରୁ ଅଧିକ ରଖନ୍ତୁ ନାହିଁ।

୩. ଭିନେଗାର କିମ୍ବା ଲେମ୍ବୁ ଭଳି ଅମ୍ଳ ଜାତୀୟ ଜିନିଷ ବ୍ୟବହାର କରି ମାର୍ବଲ କେବେ ବି ସଫା କରନ୍ତୁ ନାହିଁ। ଏହାଦ୍ୱାରା ଚଟାଣରେ ଦାଗ ପଡ଼ିଯାଏ।

୪. ଚଟାଣରେ ଲାଗିଥିବା ଅପରିଷ୍କାର ଜିନିଷକୁ ନରମ କପଡ଼ା କିମ୍ବା ସ୍ପଞ୍ଜ ସହାୟତାରେ ସଫା କରନ୍ତୁ। ମାର୍ବଲ ପଥର ବହୁତ ନରମ ହୋଇଥାଏ। କିଛି ଟାଣୁଆ ଜିନିଷର ଆଘାତ ପାଇଲେ ଏହା ଫାଟିଯିବାର ସମ୍ଭାବନା ରହିଥାଏ।

୫. ଲୁହା ବ୍ରସ୍‌ ସହାୟତାରେ ଏହାକୁ ସଫା କଲେ ମାର୍ବଲ ଉପରେ ଦାଗ ପଡ଼ିପାରେ କିମ୍ବା ଆବଡ଼ା ଖାବଡ଼ା ହୋଇପାରେ।

୬. ଖାଇବା ସୋଡ଼ା ବ୍ୟବହାର କରି ମାର୍ବଲ ଚଟାଣକୁ ସହଜରେ ସଫା କରିପାରିବେ। ଏପରି କଲେ ସହଜରେ ମାର୍ବଲରୁ ଦାଗ ଛାଡ଼ିଯାଏ।

୭. ମାର୍ବଲ୍‌ ଚଟାଣରେ ପଡ଼ିଥିବା ତେଲ ଦାଗ ଦୂର କରିବା ଲାଗି ଆପଣ କର୍ଣ୍ଣଫ୍ଲୋର୍‌ ପାଉଡର୍‌ ବ୍ୟବହାର କରିପାରିବେ। ତେଲ ଦାଗ ପଡ଼ିଥିବା ସ୍ଥାନ ଉପରେ ଅଳ୍ପ କର୍ଣ୍ଣଫ୍ଲୋର୍‌ ପାଉଡର୍‌ ପକାନ୍ତୁ। କିଛି ସମୟ ପରେ ହାଲୁକା ଗରମ ପାଣି ଏବଂ ବାସନ ମଜା ଲିକ୍ୱିଡ୍‌ରେ ମାର୍ବଲ ସଫା କରିଦିଅନ୍ତୁ।



from Odisha Reporter http://bit.ly/2GLaTnU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages