
ଏଡିଲେଡ୍: ଅଷ୍ଟ୍ରେଲିଆ ଟିନ୍ ସେନସେସନ୍ ତଥା ୧୮ ବର୍ଷୀୟ ଅଲିଭର ଡେଭିସ୍ ୬ ବଲ୍ରେ ୬ଟି ଛକା ମାରି ରେକର୍ଡ ସୃଷ୍ଟି କରିଛନ୍ତି। ସୋମବାରଏଡିଲେଡ୍ ପଡ଼ିଆରେ ଚାଲିଥିବା ଅଣ୍ଡର-୧୯ ନ୍ୟାଶନାଲ ଚାମ୍ପିୟନଶିପ୍ରେ ଓଲିଭର ଏଭଳି ରେକର୍ଡ କରିଛନ୍ତି। ନ୍ୟୁ ସାଉଥ୍ ୱେଲ୍ସ ମେଟ୍ରୋ କ୍ରିକେଟ୍ ଟିମ୍ ପକ୍ଷରୁ ଖେଳୁଥିବା ଅଲିଭର ଏହି ମ୍ୟାଚ୍ରେ ୧୧୫ଟି ବଲ୍ ଖେଳି ୨୦୭ ରନ୍ର ଇନିଂସ୍ ଖେଳିଛନ୍ତି। ଏହି ଇନିଂସ୍ରେ ସେ ମୋଟ ୧୭ଟି ଛକା ମାରିଛନ୍ତି।
ସେ ମାତ୍ର ୭୪ଟି ବଲ୍ରେ ଶତକ ହାସଲ କରିଥିଲେ। ହେଲେ ପରବର୍ତ୍ତୀ ୩୯ଟି ବଲ୍ରେ ସେ ନିଜର ଦ୍ୱିଶତକ ହାସଲ କରିନେଇଥିଲେ। ତେବେ ମ୍ୟାଚ୍ର ୪୦ତମ ଓଭର୍ରେ ଅଲିଭର ଅଣ୍ଡର-୧୯ ଚାମ୍ପିୟନଶିପ୍ରେ ରେକର୍ଡ କରିଥିଲେ। ସେ ନର୍ଥନ ଟେରିଟୋରୀର ସ୍ପିନ୍ ବୋଲର ଜ୍ୟାକ୍ ଜେମ୍ସଙ୍କ ୬ଟି ବଲ୍କୁ ବାଉଣ୍ଡରୀ ଉପର ଦେଇ ପଠାଇ ଦେଇଥିଲେ। ସେ ପ୍ରଥମ ଖେଳାଳି ଭାବେ ଅଣ୍ଡର-୧୯ ଚାମ୍ପିୟନଶିପ୍ରେ ଏଭଳି ୬ଟି ବଲ୍ରେ ୬ଟି ଛକା ମାରିବାର ରେକର୍ଡ ସୃଷ୍ଟି କରିଛନ୍ତି।
୧୮ ବର୍ଷୀୟ ଅଲିଭର ଜଣେ ପାର୍ଟଟାଇମ୍ ଅଫସ୍ପିନର ମଧ୍ୟ।
ଦେଖନ୍ତୁ ଭିଡିଓ:
from Odisha Reporter https://ift.tt/2DY6s6n
No comments:
Post a Comment