
ନୂଆଦିଲ୍ଲୀ:ଫାଷ୍ଟ ବୋଲରମାନଙ୍କ ମଧ୍ୟରେ ସେ ସବୁଠାରୁ କମ୍ ଇନିଂସ୍ ଖେଳି ୫୦ ୱିକେଟ୍ର ମାଇଲ୍ ଖୁଣ୍ଟ ଛୁଇଁଥିଲେ ଏବଂ ୨୧ଟି ବଲ୍ରେ ୫୦ ରନ୍ ହାସଲ କରିପାରିଥିଲେ। ଏଭଳି ରେକର୍ଡଧାରୀ ହେଉଛନ୍ତି ଭାରତ ପାଇଁ ୨୬ଟି ଟେଷ୍ଟ ଏବଂ ୧୯୧ଟି ଦିନିକଆ ଖେଳିଥିବା ଅଜିତ ଅଗରକର।
ମୁମ୍ବାଇ ଜନ୍ମିତ ଏହି ଡାହାଣହାତି ବୋଲର ୧୯୯୮ ମସିହାରେ ଅଷ୍ଟ୍ରେଲିଆ ବିରୋରେ ଦିନିକିଆ କ୍ୟାରିଅର୍ ଆରମ୍ଭ କରିଥିଲେ। ସେହିବର୍ଷ ହିଁ ସେ ଜିମ୍ବାୱେ ବିରୋଧରେ ଭାରତ ପାଇଁ ଟେଷ୍ଟ ଖେଳିବାର ସୁଯୋଗ ପାଇଥିଲେ।
ସେ ମାତ୍ର ୨୩ଟି ଦିନିକିଆ ମ୍ୟାଚ୍ ଖେଳି ୫୦ଟି ୱିକେଟ୍ ନେବାର ରେକର୍ଡ କରିଥିଲେ। ଏହି ରେକର୍ଡ ପୂର୍ବରୁ ଡେନିସ୍ ଲିଲ୍ଲିଙ୍କ ନାମରେ ଥିଲା। ୧୯୯୮ରୁ ୨୦୦୯ ଯାଏ ଏହି ରେକର୍ଡ ବଳବତ୍ତର ରହିଥିଲା ଏବଂ ୨୦୦୯ ମସିହାରେ ଶ୍ରୀଲଙ୍କାର ଅଜନ୍ଥା ମେଣ୍ଡିସ୍ ଏହି ରେକର୍ଡକୁ ୧୯ଟି ମ୍ୟାଚ୍ରେ ଭାଙ୍ଗିଦେଇଥିଲେ।
ଏହା ବ୍ୟତୀତ ସେ ୨୧ ବଲ୍ରୁ ୫୦ ରନ୍ କରିବା ମଧ୍ୟ ବେଶ୍ ଚର୍ଚ୍ଚିତ ହୋଇଥିଲା। ୨୦୦୦ ମସିହା ଡିସେମ୍ବର ୧୪ରେ ଜିମ୍ବାୱେ ବିରୋଧରେ ସେ ଏହି ସଫଳତା ପାଇଥିଲେ। ପୂର୍ବରୁ କପିଲ୍ ଦେବଙ୍କ ନାମରେ ଏହି ରେକର୍ଡ ଥିଲା। ୨୯ ମାର୍ଚ୍ଚ ୧୯୮୩ରେ ୱେଷ୍ଟ ଇଣ୍ଡିଜ୍ ବିରୋଧରେ ଖେଳାଯାଇଥିବା ମ୍ୟାଚ୍ରେ କପିଲ୍ ଦେବ ୨୨ ବଲ୍ରୁ ୫୦ ରନ୍ କରିପାରିଥିଲେ। ଏହି ମ୍ୟାଚ୍ରେ ସେ ୨୫ ବଲ୍ରୁ ୬୭ ରନ୍ କରିବା ସହିତ ୩ ୱିକେଟ୍ ନେଇ ଭାରତର ବିଜୟରେ ପ୍ରମୁଖ ଭୂମିକା ନେଇଥିଲେ।
from Odisha Reporter https://ift.tt/2rB5zcB
No comments:
Post a Comment