ହନୁମାନଙ୍କୁ ନେଇ ଆଉ ଏକ ବିବାଦ: ଏଥର ଜାତି ନୁହେଁ, ପୋଷାକ ହେଉଛି କାରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

ହନୁମାନଙ୍କୁ ନେଇ ଆଉ ଏକ ବିବାଦ: ଏଥର ଜାତି ନୁହେଁ, ପୋଷାକ ହେଉଛି କାରଣ

hanuman

ଅହମ୍ମଦାବାଦ: କିଛିଦିନ ହେବ ଭଗବାନ ହନୁମାନଙ୍କୁ ନେଇ ବିବାଦ ଲାଗି ରହିଛି। କିଏ ତାଙ୍କୁ ଦଳିତ କହୁଛି ତ ଆଉ କିଏ ମୁସଲିମ୍‌ ଓ ଜାଠ। ଏସବୁ ଭିତରେ ହନୁମାନଜୀଙ୍କୁ ନେଇ ପୁଣି ଏକ ବିବାଦ ମୁଣ୍ଡ ଟେକିଛି। ଏଥରର ବିବାଦ ତାଙ୍କ ଜାତିକୁ ନେଇ ନୁହେଁ ବରଂ ତାଙ୍କ ପୋଷାକକୁ ନେଇ ଉଠିଛି।

ଗୁଜରାଟର ବୋଟାଦରେ ଥିବା ସାରଙ୍ଗପୁର ହନୁମାନଙ୍କ ପ୍ରତି ସ୍ଥାନୀୟ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଭରି ରହିଛି। ଗତକାଲି ସକାଳେ ହନୁମାନଙ୍କୁ ପିନ୍ଧା ଯାଇଥିବା ପୋଷାକକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ଏହି ଦିନ ଭଗବାନ ହନୁମାନଙ୍କୁ ଲାଲ୍ ଓ ଧଳା ରଙ୍ଗର ଧଡ଼ି ଥିବା ପୋଷାକ ପିନ୍ଧା ଯାଇଥିଲା। ହେଲେ ଏହା ଦେଖିବା ପରେ ପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। କାରଣ ଏହି ପୋଷାକରେ ହନୁମାନ ଜୀ ସାନ୍ତା କ୍ଲଜ୍‌ ପରି ଦିଶୁଥିଲେ। ଜାଣିଶୁଣି ଭଗବାନଙ୍କୁ ଏପରି ପୋଷାକ ପିନ୍ଧା ଯାଇଥିବା ଶ୍ରଦ୍ଧାଳୁମାନେ ଅଭିଯୋଗ କରିଥିଲେ। ଯାହାକୁ ନେଇ ମନ୍ଦିର ପରିସରରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଥିଲା।

ବିବାଦକୁ ଦେଖି ମନ୍ଦିର ପ୍ରଶାସନ ପକ୍ଷରୁ ସଫେଇ ଦିଆଯାଇଛି। ପ୍ରଶାସନ ପକ୍ଷରୁ କୁହାଯାଇଛି, “ଭଗବାନ ହନୁମାନ ପିନ୍ଧିଥିବା ପୋଷାକ ସାନ୍ତା କ୍ଲଜ୍‌ଙ୍କ ନୁହେଁ। ଆମେରିକାରେ ଥିବା ଜଣେ ଭକ୍ତ  ଏହି ପୋଷାକ ପଠାଇ ଥିଲେ, ଯାହାକୁ ହନୁମାନ ଜୀଙ୍କୁ ପିନ୍ଧା ଯାଇଛି। ଏପରି ପୋଷାକ ପଠାଇବା ପଛରେ କୌଣସି ଖରାପ ଚିନ୍ତାଧାରା ନାହିଁ। ଭଗବାନଙ୍କୁ ଥଣ୍ଡା ନଲାଗିବା ପାଇଁ ଏହି ପୋଷାକ ପିନ୍ଧା ଯାଇଥିଲା।”

ପ୍ରଶାସନର ସଫେଇ ସତ୍ତ୍ୱେ ଶ୍ରଦ୍ଧାଳୁଙ୍କ କ୍ରୋଧ ଶାନ୍ତ ହୋଇ ନଥିଲା। ଏହାପରେ ବିବାଦୀୟ ସ୍ଥିତି ଉପରେ ମନ୍ଦିରର ସ୍ୱାମୀ ବିବେକସାଗର ମହାରାଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଭଗବାନ ହନୁମାନଙ୍କୁ ପିନ୍ଧା ଯାଇଥିବା ପୋଷାକ ସାନ୍ତା କ୍ଲଜ୍‌ଙ୍କର ନଥିଲା। ଏହା ଭେଲଭେଟ୍‌ କପଡ଼ା ହୋଇଥିବାରୁ ଏପରି ଦେଖା ଯାଉଛି। ହନୁମାନଙ୍କୁ ଏପରି ପୋଷାକ ପିନ୍ଧାଇ କାହାର ଭାବନାଙ୍କୁ ଆଘାତ ଦେବାର ଲକ୍ଷ୍ୟ ଆମର ନାହିଁ।”

ବିବାଦ ଉଗ୍ର ରୂପ ନେବା ପରେ ପ୍ରଶାସନ ପକ୍ଷରୁ ତୁରନ୍ତ ହନୁମାନ ଜୀଙ୍କ ପୋଷାକ ବଦଳାଇ ଦିଆଯାଇଥିଲା। ଏହାପରେ ଶ୍ରଦ୍ଧାଳୁଙ୍କ କ୍ରୋଧ ପ୍ରଶମିତ ହୋଇଥିଲା।



from Odisha Reporter http://bit.ly/2VmxsCW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages